ଏଇ ଭାରତରେ

ମନୋଜ ପଟେଲ ପେସାରେ ଜଣେ କୃଷକ। ମଧ୍ୟପ୍ରଦେଶର ଦେବାସରେ ରହନ୍ତି। କୃଷି ସହ ଜଡ଼ିତ ରହି ମଧ୍ୟ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ବଞ୍ଚାଇପାରିଛନ୍ତି। ଆଖିଠାରୁ ଆରମ୍ଭ କରି କିଡ୍‌ନୀ ଯାଏ ଦାନ କରିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହାବ୍ୟତୀତ ୧୧ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କ ଚିକିତ୍ସା ମାଗଣାରେ କରାଇବାରେ ସାହାଯ୍ୟ କରିଛନ୍ତି। ‘ଅରେଞ୍ଜେସ୍‌ ’ ଏନ୍‌ଜିଓ ଦ୍ୱାରା ଏହି କାର୍ଯ୍ୟ ସୁରୁଖୁରୁରେ ଚଳାଉଛନ୍ତି। ସରକାରୀ ହସ୍ପିଟାଲରେ ସେ ଏକ ପାଳନ ଗୃହ ସ୍ଥାପନ କରିଛନ୍ତି। ଜନ୍ମ ପରେ ପିଲାଙ୍କୁ ପରିତ୍ୟକ୍ତ ସ୍ଥାନରେ ନ ଛାଡ଼ି ଯେଉଁମାନେ ସେଠାରେ ଛାଡୁଛନ୍ତି, ମନୋଜ ସେମାନଙ୍କୁ ସରକାରଙ୍କୁ ହସ୍ତାନ୍ତର କରୁଛନ୍ତି। ସେ ଏପର୍ଯ୍ୟନ୍ତ ଏଭଳି ୬ ଶିଶୁଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ମନୋଜ ମଧ୍ୟ ଅନେକ ହଜାର ଦିବ୍ୟାଙ୍ଗ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିଛନ୍ତି। ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ଚିକିତ୍ସାରେ ସାହାଯ୍ୟ କରିବା କାର୍ଯ୍ୟ ସେ ୧୨ ବର୍ଷ ପୂର୍ବେ ପ୍ରଥମେ ଆରମ୍ଭ କରିଥିଲେ। ସୋସିଆଲ ମିଡିଆରେ ତାଙ୍କ କାହାଣୀ ଶେୟାର କରିବା ପରେ ଏବେ ତାଙ୍କ ସହ ୧୫୦ ଜଣ ଲୋକ ଯୋଡ଼ି ହୋଇଛନ୍ତି ଓ ଏହି ଟିମ୍‌କୁ ସେ ହ୍ବାଟ୍ସଆପ୍‌ ଗ୍ରୁପ ମାଧ୍ୟମରେ ଚଳାଉଛନ୍ତି। ଆଖପାଖ ଅଞ୍ଚଳରେ ତାଙ୍କ ଫୋନ୍‌ ନମ୍ବର ସମସ୍ତେ ଜାଣନ୍ତି। ବହୁ ସମୟରେ ସାହାଯ୍ୟ ପାଇଁ ତାଙ୍କ ପାଖକୁ କଲ୍‌ ଆସେ ଓ ସେ ଆମ୍ବୁଲାମ୍ସ ଏବଂ ପୋଲିସକୁ ତୁରନ୍ତ ଖବର ଦେଇଥାଆନ୍ତି। ସଡ଼କ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଲାଗି ସେ ତାଙ୍କ ଗାଡ଼ିକୁ ମଧ୍ୟ ଆମ୍ବୁଲାନ୍ସ ରୂପ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri