ଏଇ ଭାରତରେ

ପିଲାଦିନରୁ ଚାଷ ପ୍ରତି ଆଗ୍ରହ ରଖିଥିବା କେରଳର ଜଣେ ଚାଷୀ ଏବେ ୧୭୦ କିସମର କଦଳୀ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି। ଓ୍ବାଏନାଡ୍‌ର ଏହି କୃଷକ ଜଣକ ହେଉଛନ୍ତି ଏନ୍‌.କେ. ନିଶାନ୍ଥ। ୨ ଏକର ଜମିରେ ନିଶାନ୍ଥ ଏହି ଚାଷ କରୁଛନ୍ତି। ଓ୍ବାଏନାଡର ଦୁଇଟି ସ୍ଥାନ ମାନାଥାଉଡି ଓ ନିରଭିଲ୍‌ଫୁଝାରେ ତାଙ୍କ ଜମି ରହିଛି। ସାରା ଦେଶରେ ସେ ୧୫ ବର୍ଷ ଧରି ୧୭୦ କିସମର କଳଦୀ ସଂଗ୍ରହ କରିପାରିଛନ୍ତି ଓ ପ୍ରତ୍ୟେକଟି କିସମର ଚାଷ କରି ବେଶ୍‌ ଉତ୍ପାଦନ କରୁଛନ୍ତି। ବଡ଼ କଥା ହେଉଛି, ନିଶନ୍ଥ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ଜଣେ କିରାଣୀ ଭାବେ କାର୍ଯ୍ୟକରିବା ସହ ସେଥିରୁ ସମୟ ବାହାର କରି ଏଭଳି ସଫଳତା ସାଉଁଟି ପାରିଛନ୍ତି। ସେ ଏହି ଚାଷ ପାଇଁ କଳଦୀ ଗଛ ସଂଗ୍ରହଠାରୁ ଆରମ୍ଭ କରି ଚାଷ, ଉତ୍ପାଦନ ଓ ମାର୍କେଟିଂ ସବୁ କରୁଛନ୍ତି ବୋଲି କହନ୍ତି ୪୭ ବର୍ଷୀୟ ନିଶାନ୍ଥ। ସେ କଦଳୀ ଚାଷ ସହ ଗୋଲମରିଚ, କଫି ଚାଷ ମଧ୍ୟ କରନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ କିସମର କଦଳୀ ଗଛ ସଂଗ୍ରହ କରିବା ଲାଗି ‘ଭାଝାଗ୍ରାମମ୍‌’ ଫେସ୍‌ବୁକ୍‌ ଗ୍ରୁପ୍‌ ଆରମ୍ଭ କରିଛନ୍ତି ଯାହା ମାଧ୍ୟମରେ ଅନେକ କିସମର କଦଳୀ ସିଡ୍‌ ସଂଗ୍ରହ କରୁଛନ୍ତି। ଭାରତୀୟ ଡାକ ଦ୍ୱାରା ଲୋକେ ସିଡ୍‌କୁ ତାଙ୍କ ପାଖକୁ ପଠାଉଛନ୍ତି। ତାଙ୍କ ଫାର୍ମର କଳା ରଙ୍ଗର କଦଳୀ ଗଛ ଅତି ଆକର୍ଷଣୀୟ। ଏହାବାଦ୍‌ ୧୪ ଫୁଟ ଉଚ୍ଚା ଗଛରେ ମାଟିକୁ ଛୁଇଁଲାଭଳି କଦଳୀ କାନ୍ଧି ଦେଖିବାଭଳି ହୋଇଛି। ସବୁଠୁ କମ୍‌ ଉଚ୍ଚତା ବିଶିଷ୍ଟ ୩.୫ ଫୁଟ କଦଳୀ ଗଛ ମଧ୍ୟ ତାଙ୍କ ଫାର୍ମରେ ଶୋଭା ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିହାରର ଚାଷୀ ସୁଧାଂଶୁ କୁମାର ଏକ ସ୍ବୟଂ ନିୟନ୍ତ୍ରିତ ଫାର୍ମରେ ୨୮,୦୦୦ ଫଳଗଛ ଉତାରି ପାରିଛନ୍ତି। ଏହାକୁ ଅନ୍‌ଲାଇନରେ ନିୟନ୍ତ୍ରଣ କରୁଛନ୍ତି। ସମସ୍ତିପୁରରେ ୨୦୦ ଏକର...

ଶିକ୍ଷାର ମାନ ରହୁ

ସୁବାସ କୁମାର ତାରଣିଆଁ   ଶିକ୍ଷା ହେଉଛି ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ଶିକ୍ଷା ଗୋଟିଏ ଏଭଳି ଜିନିଷ, ଯାହାକୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧବ୍ୟକ୍ତିଙ୍କ...

ଭୂତଳ ଜଳ ସଂକ୍ରମିତ

ଶେଖ୍‌ ଫରିଦ୍‌ଉଦ୍ଦିନ   ଖରାଦିନ ଆସିଲାଣି। ଜଳ ସଙ୍କଟ ଅନେକ ଜାଗାରେ ଦେଖାଯାଏ। ଭୂତଳ ଜଳ ହେଉଛି ଆମ ସମସ୍ତଙ୍କ ପାଇଁ ମୁଖ୍ୟ ପାନୀୟର ବଡ଼...

ଲକ୍ଷ୍ୟ ଏକ, ମାର୍ଗ ଅନେକ

ଇବ୍ରାର ଖାଁ ଭାରତ ପରି ବିଶାଳ ଗଣତାନ୍ତ୍ରିକ ଦେଶରେ ବହୁ ଧର୍ମ, ଜାତି ଏବଂ ଭାଷାର ଯେଉଁ ଅପୂର୍ବ ସମନ୍ବୟ ପରିଦୃଷ୍ଟ ହୁଏ ତାହା ପୃଥିବୀର...

ଧାନକିଣା: ଏଥର ସମସ୍ୟା ଟାର୍ଗେଟ୍‌

ଅଶୋକ କୁମାର ବରାଳ ଧାନ ବିକ୍ରିକୁ ନେଇ ସମସ୍ୟା ଚାଷୀଙ୍କ ପିଛା ଛାଡୁନାହିଁ। ସରକାର ଧାନକିଣାରେ ଯେତେ ସୁଧାର ଆଣିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ...

ଏଇ ଭାରତରେ

ପରିବେଶ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣି ଆଦିବାସୀମାନଙ୍କୁ ସୁସ୍ଥ ଜୀବନର ବାଟ ଦେଖାଇଛନ୍ତି ମୁମ୍ବାଇର କାସାନ୍ଦ୍ରା ନଜରେଥ ଏବଂ ତାଙ୍କ ଟିମ୍‌। ଆର୍‌ୟେ ଜଙ୍ଗଲ...

ଦାନ ଧର୍ମ

ହରେକୃଷ୍ଣ ଦାସ   ପତ୍ନୀଙ୍କ ସହ ମନ୍ଦିର ଭିତରକୁ ଯାଇ ପୂଜା କରିବାକୁ ଅମଙ୍ଗ ହେବାରୁ ମୋର ବନ୍ଧୁଙ୍କୁ ତାଙ୍କ ପତ୍ନୀ ‘ବିଧର୍ମୀ କୋଉଠିକାର…’ କହିି...

ଟାଟୁ ଫାଟୁ

ଡ. କୁଳାଙ୍ଗାର ଝିଅ ବଡ଼ ହେଲା ବୋଲି କେମିତି ଜାଣିବ? ଏ ପ୍ରଶ୍ନର ଉତ୍ତର ପିଢ଼ି ପରେ ପିଢ଼ି ବଦଳି ଏବେ ଏହି ସ୍ତରରେ ପହଞ୍ଚତ୍ଛି...

Advertisement
Archives

Model This Week