ଏଇ ଭାରତରେ

ପିଲାଦିନରୁ ଚାଷ ପ୍ରତି ଆଗ୍ରହ ରଖିଥିବା କେରଳର ଜଣେ ଚାଷୀ ଏବେ ୧୭୦ କିସମର କଦଳୀ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି। ଓ୍ବାଏନାଡ୍‌ର ଏହି କୃଷକ ଜଣକ ହେଉଛନ୍ତି ଏନ୍‌.କେ. ନିଶାନ୍ଥ। ୨ ଏକର ଜମିରେ ନିଶାନ୍ଥ ଏହି ଚାଷ କରୁଛନ୍ତି। ଓ୍ବାଏନାଡର ଦୁଇଟି ସ୍ଥାନ ମାନାଥାଉଡି ଓ ନିରଭିଲ୍‌ଫୁଝାରେ ତାଙ୍କ ଜମି ରହିଛି। ସାରା ଦେଶରେ ସେ ୧୫ ବର୍ଷ ଧରି ୧୭୦ କିସମର କଳଦୀ ସଂଗ୍ରହ କରିପାରିଛନ୍ତି ଓ ପ୍ରତ୍ୟେକଟି କିସମର ଚାଷ କରି ବେଶ୍‌ ଉତ୍ପାଦନ କରୁଛନ୍ତି। ବଡ଼ କଥା ହେଉଛି, ନିଶନ୍ଥ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ଜଣେ କିରାଣୀ ଭାବେ କାର୍ଯ୍ୟକରିବା ସହ ସେଥିରୁ ସମୟ ବାହାର କରି ଏଭଳି ସଫଳତା ସାଉଁଟି ପାରିଛନ୍ତି। ସେ ଏହି ଚାଷ ପାଇଁ କଳଦୀ ଗଛ ସଂଗ୍ରହଠାରୁ ଆରମ୍ଭ କରି ଚାଷ, ଉତ୍ପାଦନ ଓ ମାର୍କେଟିଂ ସବୁ କରୁଛନ୍ତି ବୋଲି କହନ୍ତି ୪୭ ବର୍ଷୀୟ ନିଶାନ୍ଥ। ସେ କଦଳୀ ଚାଷ ସହ ଗୋଲମରିଚ, କଫି ଚାଷ ମଧ୍ୟ କରନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ କିସମର କଦଳୀ ଗଛ ସଂଗ୍ରହ କରିବା ଲାଗି ‘ଭାଝାଗ୍ରାମମ୍‌’ ଫେସ୍‌ବୁକ୍‌ ଗ୍ରୁପ୍‌ ଆରମ୍ଭ କରିଛନ୍ତି ଯାହା ମାଧ୍ୟମରେ ଅନେକ କିସମର କଦଳୀ ସିଡ୍‌ ସଂଗ୍ରହ କରୁଛନ୍ତି। ଭାରତୀୟ ଡାକ ଦ୍ୱାରା ଲୋକେ ସିଡ୍‌କୁ ତାଙ୍କ ପାଖକୁ ପଠାଉଛନ୍ତି। ତାଙ୍କ ଫାର୍ମର କଳା ରଙ୍ଗର କଦଳୀ ଗଛ ଅତି ଆକର୍ଷଣୀୟ। ଏହାବାଦ୍‌ ୧୪ ଫୁଟ ଉଚ୍ଚା ଗଛରେ ମାଟିକୁ ଛୁଇଁଲାଭଳି କଦଳୀ କାନ୍ଧି ଦେଖିବାଭଳି ହୋଇଛି। ସବୁଠୁ କମ୍‌ ଉଚ୍ଚତା ବିଶିଷ୍ଟ ୩.୫ ଫୁଟ କଦଳୀ ଗଛ ମଧ୍ୟ ତାଙ୍କ ଫାର୍ମରେ ଶୋଭା ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri