ଏଇ ଭାରତରେ

ଅନେକେ କହନ୍ତି, ଚାଷ କାର୍ଯ୍ୟ ତୁଲାଇବାର କ୍ଷମତା ନ ଥିବାରୁୁ ମହିଳାମାନେ ଏ କ୍ଷେତ୍ରରେ ସଫଳ ହୋଇପାରନ୍ତି ନାହିଁ। କିନ୍ତୁ ଏଭଳି କହୁଥିବା ଲୋକଙ୍କ ଆକଳନକୁ ଭୁଲ ପ୍ରମାଣିତ କରିଛନ୍ତି ନାସିକର ସାହସୀ ମହିଳା କୃଷକ ସଙ୍ଗୀତା ପିଙ୍ଗଲେ। ତାଙ୍କ ସଂଘର୍ଷର କାହାଣୀ ଖୁବ୍‌ ପ୍ରେରଣାଦାୟକ। ୨୦୦୪ରେ ତାଙ୍କ ସନ୍ତାନ ଓ ୨୦୦୭ରେ ସ୍ବାମୀଙ୍କୁ ହରାଇବା ପରେ ସେ ଭାଙ୍ଗି ପଡ଼ି ନ ଥିଲେ । ୧୦ ବର୍ଷ ପରେ ପରିବାରରୁ ଅଲଗା ହେବା ପରେ ଶାଶୁ ଓ ଶ୍ୱଶୁରଙ୍କ ଦାୟିତ୍ୱ ତାଙ୍କ ଉପରେ ପଡ଼ିବାରୁ ୨୦୧୭ରେ ୧୫ ଏକର ଜମିରେ ଅଙ୍ଗୁର ଚାଷ ଆରମ୍ଭ କରିଥିଲେ। ଏବେ ସେ ଚାଷରୁ ବର୍ଷକୁ ୮୦୦ରୁ ୧୦୦୦ ଟନ୍‌ ଅଙ୍ଗୁର ଉତ୍ପାଦନ କରୁଛନ୍ତି ଓ ସେଥିରୁ ପାଉଛନ୍ତି ୨୦ରୁ ୩୦ ଲକ୍ଷ ଟଙ୍କା। ସେ ଚାଷରେ ନିଜସ୍ବ ଦକ୍ଷତା ପ୍ରତିପାଦନ କରିଛନ୍ତି। ଟ୍ରାକ୍ଟର ଚଳାଉଛନ୍ତି ଓ ଅଙ୍ଗୁର ମାର୍କେଟ ନିଜେ ସମ୍ଭାଳୁଛନ୍ତି। କୃଷି ଯନ୍ତ୍ରପାତି ମରାମତି କରୁଛନ୍ତି। ବହୁ ସମୟରେ ଅଙ୍ଗୁର ଚାଷରେ କ୍ଷତି ହୁଏ ଓ ତାହାକୁ ଭରଣା କରିବାକୁ ସେ ଟମାଟୋ ଚାଷ ମଧ୍ୟ କରୁଛନ୍ତି। ସେ ଦୃଢ଼ ସଂକଳ୍ପ ଓ କଠୋର ପରିଶ୍ରମର ଫଳ ପାଇଛନ୍ତି ଓ ଚାଷରେ ଆହୁରି ଆଗକୁ ଯାଇପାରିବେ ବୋଲି କହନ୍ତି ସଙ୍ଗୀତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri