ଏଇ ଭାରତରେ

ଅଦରକାରୀ କପଡ଼ାରୁ ବିଭିନ୍ନ ବ୍ୟବହାରଯୋଗ୍ୟ ଜିନିଷ ତିଆରି କରିବା ସହ ୪୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି କେରଳର ସଞ୍ଜୁ ସୋମାନ। ସଞ୍ଜୁଙ୍କ ବୟସ ୨୮। ସେ ଏବେ ସୁଦ୍ଧା ୩୦,୦୦୦ କେଜି ଅଦରକାରୀ କପଡ଼ାର ପୁନଃ ଉପଯୋଗ କରିସାରିଲେଣି। କଠିନ ବର୍ଜ୍ୟର ଉପଯୋଗ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏଥିପାଇଁ ଜାତିସଂଘର ୧୭ ଜଣିଆ କ୍ଲାଇମେଟ୍‌ ଲିଡର୍‌ଙ୍କ ମଧ୍ୟରେ ସେ ସ୍ଥାନ ପାଇପାରିଛନ୍ତି। ସଞ୍ଜୁ ନିଜସ୍ବ ଉଦ୍ୟମରେ କେରଳର ଆଲପୁଝା ଜିଲାର ମୁହାମ୍ମାରେ ପ୍ରଥମେ ‘ମଡେଲ୍‌ ଓ୍ବେଟ୍‌ଲ୍ୟାଣ୍ଡ ଭିଲେଜ୍‌’ କନ୍‌ସେପ୍ଟ କାର୍ଯ୍ୟକାରୀ କରିଛନ୍ତି। ସେ ତ୍ରିଭେନ୍ଦ୍ରମରେ ପ୍ରଥମେ ‘ସେଭ୍‌ ଏ ରୁପି ସ୍ପ୍ରେଡ୍‌ ସ୍ମାଇଲ’ ଏନ୍‌ଜିଓ ଆରମ୍ଭ କରି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ୫ ବର୍ଷରେ ସେ ପାଖାପାଖି ୭ ଲକ୍ଷ ଟଙ୍କା ଯୋଗାଡ଼ କରି ତାହାକୁ କ୍ୟାନ୍‌ସର ରୋଗୀଙ୍କ ସେବାରେ ବ୍ୟୟ କରିଥିଲେ। ଏବେ ତାଙ୍କ ଏନ୍‌ଜିଓରେ ୩୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ଯୋଗ ଦେଇ ବିଭିନ୍ନ ପରିବେଶ ଅନୁକୂଳ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ଗାଁରେ ଶହ ଶହ ମହିଳାଙ୍କୁ ମତ୍ସ୍ୟଚାଷ ଉପରେ ପ୍ରଶିକ୍ଷଣ ଦେଉଛନ୍ତି। ବର୍ଷାଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ସହ କୃଷିରେ ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri