ଏଇ ଭାରତରେ

ନିଜ ଜୀବନକୁ ବିପଦରେ ପକାଇ ଅନ୍ୟକୁ ରକ୍ଷା କରିବାରେ ଯେଉଁ ଆନନ୍ଦ ରହିଛି ତାହା ଅନୁଭବ କରିଛନ୍ତି ପୁଣେର ରାଜେଶ କାଚି। ସେ ରାସ୍ତା କଡ଼ରେ ଅଣ୍ଡା ଭୁଜିଆ ବିକ୍ରି କରନ୍ତିି ଓ ତା’ ମଧ୍ୟରୁ ସମୟ ବାହାର କରି ୧୫୦ ଜଣଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି। ଏହା ବ୍ୟତୀତ ପୁଣେର ମୁଥା ନଦୀରେ ବୁଡ଼ିଯାଇଥିତ୍ବା ୮୦୦ ମୃତ ଦେହ ଉଦ୍ଧାର କରିଛନ୍ତି। ଗତ ତିନି ଦଶନ୍ଧି ମଧ୍ୟରେ ସେ ନଦୀରୁ ଶହ ଶହ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ଲୋକେ ତାଙ୍କୁ ‘ମୁଥା ଚା ରାଜା’ ବା ମୁଥା ନଦୀର ରାଜା ବୋଲି ଶ୍ରଦ୍ଧାରେ ଡାକନ୍ତି। ରାଜେଶ ରହୁଛନ୍ତି ଶିବାଜୀନଗର ଟଫ୍‌ଖାନା ଅଞ୍ଚଳର ଏକ ବସ୍ତିରେ। ତାଙ୍କ ବୟସ ୫୦। ନଦୀ କୂଳରେ ରହୁଥିବାରୁ ସେ ପିଲାଦିନରୁ ପହଁରା ଶିଖିଛନ୍ତି। ଗରିବୀ ଯୋଗୁ ରାଜେଶ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ି ଦେଇଛନ୍ତି। ପିଲାଦିନରୁ ମାତାପିତାଙ୍କୁ ହରାଇବା ପରେ ଆଈମା’ ପାଖରେ ବଢିଛନ୍ତି। ତାଙ୍କୁ ୧୯ ବର୍ଷ ହୋଇଥିବାବେଳେ ସେ ନଦୀରେ ବୁଡ଼ିଯାଉଥିବା ଜଣେ ଝିଅକୁ ଉଦ୍ଧାର କରିଥିଲେ। ସେବେଠାରୁ ସେ ଏଯାବତ୍‌ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ବଞ୍ଚାଇବା ସହ ନଦୀରୁ ୮୦୦ରୁ ଅଧିକ ମୃତଦେହ ଉଦ୍ଧାର କରିସାରିଲେଣି। କୌଣସି ବ୍ୟକ୍ତି ପାଣିରେ ବୁଡ଼ିଯିବା ପରେ ପୋଲିସଠାରୁ ଖବର ପାଇ ସେ ବିଜ୍‌ନେସ ଛାଡ଼ି ସେଠାରେ ପହଞ୍ଚି ଯାଆନ୍ତି। ଏପରି କିି ରାତି ଅଧରେ ସେ ଏହି କାର୍ଯ୍ୟ କରିବାକୁ ଆଗେଇ ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri