ଏଇ ଭାରତରେ

ଆଜିକାଲି ଲୋକଙ୍କର ନିଜ ଉପରେ ଭରସା ପାଉ ନ ଥିବାବେଳେ କୌଣସି ଦୋକାନୀ ଅଜଣା ଗ୍ରାହକଙ୍କ ଉପରେ ବିଶ୍ୱାସ କରିପାରିବ କି ? ହଁ, ଏମିତି ଗୁଜରାଟର ଜଣେ ଦୋକାନୀଙ୍କ କାହାଣୀ ସାମ୍ନାକୁ ଆସିଛି, ଯିଏ ଗ୍ରାହକଙ୍କ ପାଇଁ ୧୨ ମାସ ଯାକ ତାଙ୍କ ଦୋକାନ ଦିନରାତି ଖୋଲା ରଖନ୍ତି। ଏହି ଦୋକାନର କବାଟ ନାହିଁ। ଦୋକାନୀ ସୟିଦଭାଇଙ୍କୁ ୧୮ ବର୍ଷ ହୋଇଥିବାବେଳେ ସେ ଏହି ଦୋକାନ ଖୋଲିଥିଲେ ଓ ବିଗତ ୩୦ ବର୍ଷ ହେବ ତାଙ୍କ ଦୋକାନ କେବେ ବି ବନ୍ଦ ହୋଇନାହିଁ। ଛୋଟଉଦୟପୁର ଜିଲା କେବଡି ଗାଁର ସୟିଦଭାଇ ଏହି ଦୋକାନ ଚଳାଉଛନ୍ତି। ତାଙ୍କ ଦୋକାନରେ ଯିଏ ଯେତେବେଳେ ପହଞ୍ଚତ୍ଲେ ଜିନିଷ ପାଇବାରେ କିଛି ଅସୁବିଧା ହୁଏ ନାହିଁ। ଯିଏ ଏହି ଦୋକାନରୁ ଜିନିଷ କିଣନ୍ତି ସେମାନଙ୍କୁ ସୟିଦଭାଇ ପଇସା ମାଗନ୍ତି ନାହିଁ। ହିସାବ ପରେ ଗ୍ରାହକମାନେ ଉଚିତ ମୂଲ୍ୟ ଦୋକାନରେ ରଖିଦେଇ ଚାଲିଯାଆନ୍ତି। ଦୀର୍ଘଦିନର ବ୍ୟବସାୟ ମଧ୍ୟରେ ୪ ବର୍ଷ ପୂର୍ବେ ମାତ୍ର ଥରେ ତାଙ୍କ ଦୋକାନରୁ ଚୋରି ହୋଇଛି। ଚୋର ଟଙ୍କା ବଦଳରେ କେବଳ ବ୍ୟାଟେରି ଚୋରି କରିଥିଲା। ଗ୍ରୋସେରି ବ୍ୟତୀତ ସୟଦିଭାଇ ପାଣି ଟାଙ୍କି, କବାଟ ଝରକା, ଟାଇଲ, ହାର୍ଡଓୟାର ଆଦି ଜିନିଷ ବିକ୍ରି କରୁଛନ୍ତି ଓ ଏହା ମଧ୍ୟ ଦିନରାତି ଖୋଲା ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri