ଏଇ ଭାରତରେ

ବ୍ୟସ୍ତବହୁଳ ଜୀବନରେ ନିଜ କାମ କି ପରିବାର କଥା ବୁଝିବାକୁ ସମୟ ମିଳୁ ନ ଥିବାବେଳେ ଫରିଦାବାଦର କିଛି ପରିବାର ଗଛ ଲଗାଇବାରେ ସେମାନଙ୍କ ବହୁ ମୂଲ୍ୟ ସମୟ କଟାଉଛନ୍ତି। ସେଭ୍‌ ଆରାବଳି ସଂସ୍ଥା ସହ ଜଡିତ ଏହି ସବୁ ପରିବାର ଗଛଗୁଡିକୁ ସେମାନଙ୍କ ପରିବାରର ସଦସ୍ୟ ଭାବେ ଗ୍ରହଣ କରିନେଇଛନ୍ତିି। ସେମାନେ ଚାନ୍ଦା ଆଦାୟ କରି ଗଛ ଲଗାଉଛନ୍ତି ଓ ବର୍ଷେ ଯାଏ ତା’ର ଜଗାରଖା କରୁଛନ୍ତି। ଏବେ ସାଢେ ୪ ଲକ୍ଷ ଟଙ୍କା ଆଦାୟ କରି ଟ୍ରାକ୍ଟର-ଟ୍ରଲି ଓ ପାଣି ଟ୍ୟାଙ୍କର କିଣିଛନ୍ତି। ଚାରା ନେବା ଆଣିବା କରିବା ଓ ତାକୁ ଲଗାଇ ପାଣି ଦେବା ପାଇଁ ଏସବୁ କିଣାଯାଇଛି। ପରିବାରଗୁଡ଼ିକର ଏଭଳି କାର୍ଯ୍ୟକୁ ହରିୟାଣା ଜଙ୍ଗଲମନ୍ତ୍ରୀ କଓ୍ବଁରପାଲ ଗୁର୍ଜର, ନିଗମର ଅଧ୍ୟକ୍ଷ ଡ.ୟଶ୍‌ ଗର୍ଗ ପ୍ରଶଂସା କରିବା ସହ ଲୋକମାନେ ସୃଷ୍ଟି କରିଥିବା ଜଙ୍ଗଲକୁ ଆସି ଗଛ ଲଗାଇଛନ୍ତି । ପରିବାର ସଦସ୍ୟମାନଙ୍କ ମଧ୍ୟରୁ ଯଦି କେହି ବାହାରେ ଚାକିରି କରିଥାନ୍ତି ତେବେ ସେମାନେ ଛୁଟିଦିନରେ ସହରରେ ବିକାଶ କରାଯାଉଥିବା ଜଙ୍ଗଲରେ ପହଞ୍ଚି ଶ୍ରମଦାନ କରୁଛନ୍ତି। ଏହି କାର୍ଯ୍ୟରେ ଯଦି ଅର୍ଥ ନିଅଣ୍ଟ ହୁଏ ସେମାନେ ନିଜ ଭିତରେ ଚାନ୍ଦା ଆଦାୟ କରି ତାହା ଭରଣା କରୁଛନ୍ତି। ସଂସ୍ଥାର ସଦସ୍ୟମାନେ ସାରା ଜିଲାରେ ୧୦ ହଜାର ଚାରା ରୋପଣ କରିସାରିଲେଣି । ମୁଖ୍ୟତଃ ବନ ବିଭାଗ, ନଗର ନିଗମର ଜମିରେ ଜଙ୍ଗଲ ବିକାଶ କରାଯାଉଛି। ଏମାନେ କେବଳ ପରିବେଶ ସୁରକ୍ଷା କରୁନାହାନ୍ତି, ବରଂ ଜଳ ସଂରକ୍ଷଣ ଉପରେ ବି ଗୁରୁତ୍ୱ ଦେଉଛନ୍ତି। ଆରାବଳି କ୍ଷେତ୍ରରେ ସେମାନେ ପ୍ରାୟ ୧୦ଟି ପୁଷ୍କରିଣୀ ଖୋଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri