ଏଇ ଭାରତରେ

ମାଙ୍ଗାଲୋରର ଘରୋଇ ସହାୟିକା ରଜନୀ ସେଟ୍ଟୀ ଯାହା ରୋଜଗାର କରୁଛନ୍ତି ସେଥିରେ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ଥରେ ବସ୍‌ରେ ଯାତ୍ରା କରିବା ସମୟରେ ଏକ ଭୋକିଲା କୁକୁରକୁ ଦେଖିତ୍ ବସ୍‌ରୁ ଓହ୍ଲାଇ ତାକୁ ଖାଇବାକୁ ଦେବା ପରଠାରୁ ସେ ବୁଲା କୁକୁରଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ରଜନୀଙ୍କ ବୟସ ୪୦। ସେ ତାଙ୍କ ଦୈନନ୍ଦିନ କାର୍ଯ୍ୟରୁ ସମୟ ବାହାର କରି ଏବେ ୮୦୦ ବୁଲା କୁକୁରଙ୍କ ପାଇଁ ରୋଷେଇ କରୁଛନ୍ତି। ପ୍ରତିଦିନ ସେ ଭାତ ଓ ଚିକେନ ପ୍ରସ୍ତୁତ କରି ସେମାନଙ୍କୁ ଖାଇବାକୁ ଦେଉଛନ୍ତି। କେବଳ ଏତିକି ନୁହେଁ,୧୫ ବର୍ଷ ମଧ୍ୟରେ ସେ ୨,୦୦୦ ପ୍ରାଣୀଙ୍କୁ ଉଦ୍ଧାର କରି ସାରିଲେଣି। ବଡ଼ କଥା ହେଉଛି, ରଜନୀ ଏକାକୀ ପ୍ରାଣୀଙ୍କୁ ଉଦ୍ଧାର କରିଥାଆନ୍ତି। କରୋନା ମହାମାରୀ ସମୟରେ ସେ ରାତି ୧୨ଟାରୁ ୩ଟା ମଧ୍ୟରେ କୁକୁରଙ୍କୁ ଖାଇବାକୁ ଦେଉଥିଲେ। କୂଅ, ଡ୍ରେନ୍‌ କିମ୍ବା ଅନ୍ୟ କୌଣସି ସ୍ଥାନରେ କୁକୁର ବିପଦରେ ପଡ଼ିଥିଲେ ସେ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କରୁଛନ୍ତି। ସେମାନଙ୍କ ଚିକିତ୍ସା ବି କରୁଛନ୍ତି ଓ ଏ ବାବଦ ସମସ୍ତ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ଏଥିରେ ତାଙ୍କ ସ୍ବାମୀ ଓ ତିନି ସନ୍ତାନଙ୍କ ସମର୍ଥନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri