ଏଇ ଭାରତରେ

ଗୋଷ୍ଠୀଗତ ପ୍ରୟାସ କିଭଳି ଭୋକିଲାଙ୍କ ପେଟ ଭରିପାରେ ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପୁଣେରେ। ସ୍ନେହାଜ ଚଓ୍ବାଲଙ୍କ ନେତୃତ୍ୱରେ ତାଙ୍କର ୬ ଜଣ ସାଙ୍ଗ ପୁଣେରେ ୨ଟି କମ୍ୟୁନିଟ୍‌ କିଚେନ ଚଳାଉଛନ୍ତି। ଏଠାରେ ପ୍ରତିଦିନ ସହରର ୪୦୦ ଭୋକିଲା ଲୋକଙ୍କୁ ଖାଇବାକୁ ଦିଆଯାଉଛି। କେବଳ ଏତିକି ନୁହେଁ ଅସହାୟ ମହିଳାମାନଙ୍କୁ ସଶକ୍ତ କରିବା ଲାଗି ବିଭିନ୍ନ ଧନ୍ଦାମୂଳକ ପ୍ରଶିକ୍ଷଣ ଦେଉଛନ୍ତି। ଏବେସୁଦ୍ଧା ୨୫୦ ଜଣ ମହିଳା ସେମାନଙ୍କ ଦ୍ୱାରା ରୋଜଗାରକ୍ଷମ ହୋଇସାରିଲେଣି। ମାସକୁ ୧୨,୦୦୦ ଲୋକଙ୍କୁ ରୋଜଗାର ଦେବା ଓ ଏସବୁ ଉନ୍ନତିମୂଳକ କାର୍ଯ୍ୟ ଲାଗି ସେମାନେ ଗୋଲ୍‌ଡେନ୍‌ ହାର୍ଟ ଫାଉଣ୍ଡେସନ ଗଠନ କରିଛନ୍ତି। ଏସବୁ ବାବଦ ଖର୍ଚ୍ଚ ସେମାନେ ଦାନ ଆକାରରେ ପାଉଥିବା ଅର୍ଥରେ ଚଳାଉଛନ୍ତି। ସେମାନେ ମଧ୍ୟ ବିଭିନ୍ନ ପେସାରେ ରହି ସେମାନଙ୍କ ଆୟକୁ ଏଥିରେ ଲଗାଉଛନ୍ତି। ୨୦୧୭ରୁ ଆରମ୍ଭ କରାଯାଇଥିବା କମ୍ୟୁନିଟି କିଚେନ୍‌ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଖୋଲା ରହୁଛି। ଲୋକମାନେ ଆସି ସେଠାରେ ଲଞ୍ଚ କରୁଛନ୍ତି ଓ ଆବଶ୍ୟକସ୍ଥଳେ ଅତି ଅସହାୟକଙ୍କ ପାଇଁ ଡିନର ପ୍ୟାକ୍‌ କରି ସେମାନଙ୍କୁ ଦିଆଯାଉଛି। ୭ ଜଣରେ ଆରମ୍ଭ କରାଯାଇଥିବା ‘ଗୋଲ୍‌ଡେନ୍‌ ହାର୍ଟ ଫାଉଣ୍ଡେସନ’ରେ ଏବେ ଅନେକ ମହିଳା ସାମିଲ ହୋଇଛନ୍ତି ଓ ସେମାନେ ମାସକୁ ୨ ଲକ୍ଷ ଟଙ୍କା ସଂଗ୍ରହ କରିପାରୁଛନ୍ତି। ସାମୂହିକ ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସମାଜର ଦୁର୍ବଳ ଶ୍ରେଣୀ ଲୋକଙ୍କ ଜୀବନରେ ହସ ଖେଳାଇବା ସମ୍ଭବ ବୋଲି କହନ୍ତି ଫାଉଣ୍ଡେଶନର ସଭାପତି ସ୍ନେହାଜ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri