ଏଇ ଭାରତରେ

ଗୋଷ୍ଠୀଗତ ପ୍ରୟାସ କିଭଳି ଭୋକିଲାଙ୍କ ପେଟ ଭରିପାରେ ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପୁଣେରେ। ସ୍ନେହାଜ ଚଓ୍ବାଲଙ୍କ ନେତୃତ୍ୱରେ ତାଙ୍କର ୬ ଜଣ ସାଙ୍ଗ ପୁଣେରେ ୨ଟି କମ୍ୟୁନିଟ୍‌ କିଚେନ ଚଳାଉଛନ୍ତି। ଏଠାରେ ପ୍ରତିଦିନ ସହରର ୪୦୦ ଭୋକିଲା ଲୋକଙ୍କୁ ଖାଇବାକୁ ଦିଆଯାଉଛି। କେବଳ ଏତିକି ନୁହେଁ ଅସହାୟ ମହିଳାମାନଙ୍କୁ ସଶକ୍ତ କରିବା ଲାଗି ବିଭିନ୍ନ ଧନ୍ଦାମୂଳକ ପ୍ରଶିକ୍ଷଣ ଦେଉଛନ୍ତି। ଏବେସୁଦ୍ଧା ୨୫୦ ଜଣ ମହିଳା ସେମାନଙ୍କ ଦ୍ୱାରା ରୋଜଗାରକ୍ଷମ ହୋଇସାରିଲେଣି। ମାସକୁ ୧୨,୦୦୦ ଲୋକଙ୍କୁ ରୋଜଗାର ଦେବା ଓ ଏସବୁ ଉନ୍ନତିମୂଳକ କାର୍ଯ୍ୟ ଲାଗି ସେମାନେ ଗୋଲ୍‌ଡେନ୍‌ ହାର୍ଟ ଫାଉଣ୍ଡେସନ ଗଠନ କରିଛନ୍ତି। ଏସବୁ ବାବଦ ଖର୍ଚ୍ଚ ସେମାନେ ଦାନ ଆକାରରେ ପାଉଥିବା ଅର୍ଥରେ ଚଳାଉଛନ୍ତି। ସେମାନେ ମଧ୍ୟ ବିଭିନ୍ନ ପେସାରେ ରହି ସେମାନଙ୍କ ଆୟକୁ ଏଥିରେ ଲଗାଉଛନ୍ତି। ୨୦୧୭ରୁ ଆରମ୍ଭ କରାଯାଇଥିବା କମ୍ୟୁନିଟି କିଚେନ୍‌ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଖୋଲା ରହୁଛି। ଲୋକମାନେ ଆସି ସେଠାରେ ଲଞ୍ଚ କରୁଛନ୍ତି ଓ ଆବଶ୍ୟକସ୍ଥଳେ ଅତି ଅସହାୟକଙ୍କ ପାଇଁ ଡିନର ପ୍ୟାକ୍‌ କରି ସେମାନଙ୍କୁ ଦିଆଯାଉଛି। ୭ ଜଣରେ ଆରମ୍ଭ କରାଯାଇଥିବା ‘ଗୋଲ୍‌ଡେନ୍‌ ହାର୍ଟ ଫାଉଣ୍ଡେସନ’ରେ ଏବେ ଅନେକ ମହିଳା ସାମିଲ ହୋଇଛନ୍ତି ଓ ସେମାନେ ମାସକୁ ୨ ଲକ୍ଷ ଟଙ୍କା ସଂଗ୍ରହ କରିପାରୁଛନ୍ତି। ସାମୂହିକ ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସମାଜର ଦୁର୍ବଳ ଶ୍ରେଣୀ ଲୋକଙ୍କ ଜୀବନରେ ହସ ଖେଳାଇବା ସମ୍ଭବ ବୋଲି କହନ୍ତି ଫାଉଣ୍ଡେଶନର ସଭାପତି ସ୍ନେହାଜ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri