ଏଇ ଭାରତରେ

ବିଲୁପ୍ତି ପଥରେ ଥିବା ବିରଳ ପ୍ରଜାତିର ଜୀବଙ୍କ ସୁରକ୍ଷାକୁ ଗମ୍ଭୀରତାର ସହ ନେଇଛନ୍ତି ଅରୁଣିମା ସିଂହ। ସେ ଦୀର୍ଘ ୮ ବର୍ଷ ହେବ ଏକାକୀ ବିଭିନ୍ନ ପ୍ରଜାତିର କଇଁଛଙ୍କ ସୁରକ୍ଷାରେ ଲାଗିଛନ୍ତି। ବହୁ କଠିନ ପରିସ୍ଥିତିର ସାମ୍‌ନା କରି ଏବେ ସୁଦ୍ଧା ଅରୁଣିମା ୨୮,୦୦୦ କଇଁଛଙ୍କ ଜୀବନ ବଞ୍ଚାଇବା ସହ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିଛନ୍ତି। କେବଳ କଇଁଛ ନୁହେଁ, ବିରଳ ପ୍ରଜାତିର ୬ କୁମ୍ଭୀର ଓ ଗଙ୍ଗାରେ ଥିବା ୨୫ ଡଲ୍‌ଫିନ ଉଦ୍ଧାର କରିଛନ୍ତି। ଲକ୍ଷ୍ନୌ ନିବାସୀ ଅରୁଣିମା ୨୦୧୩ରୁ ଟର୍ଟଲ ସର୍ଭାଇଭାଲ ଆଲାଏନ୍ସ (ଟିଏସ୍‌ଏ)ର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସେ କଇଁଛ ସୁରକ୍ଷା ଅଭିଯାନର ନେତୃତ୍ୱ ନେଇ ୨୮,୦୦୦ କଇଁଛ ଉଦ୍ଧାର କରିବା କିଛି କମ୍‌ କଥା ନୁହେଁ। ଏହାସହ ସେ ଟିଏସ୍‌ଏ ମାଧ୍ୟମରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୫୦,୦୦୦ ପିଲାଙ୍କୁ କଇଁଛ ଏବଂ ଅନ୍ୟ ମଧୁରଜଳ ଜୀବଙ୍କ ଜୀବନ ସୁରକ୍ଷା ଉପରେ ସଚେତନ କରିପାରିଛନ୍ତି। ସେ ୧୦ରୁ ଊର୍ଦ୍ଧ୍ୱ ପ୍ରଜାତିର ବିରଳ କଇଁଛଙ୍କୁ ଏକ ସୁରକ୍ଷିତ ଜାଗାରେ ରଖିତ୍ ସେମାନଙ୍କ ଯତ୍ନ ନେଉଛନ୍ତି। ଜଙ୍ଗଲିିଆ ସ୍ଥାନରୁ ଏମାନଙ୍କୁ ଅଲଗା ରଖାଯାଇପାରିବ ନାହିଁ ବୋଲି ଏମାନଙ୍କ ପ୍ରଜନନ ପାଇଁ ବନ ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ପରେ କଇଁଛ ଛୁଆଙ୍କୁ ନଦୀ ଓ ହ୍ରଦରେ ଛାଡୁୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri