ଏଇ ଭାରତରେ

ଦୁଃଖରେ ପଡ଼ିଲେ ମଣିଷ ଅନ୍ୟଠାରୁ ସହଯୋଗ ମାଗେ କିନ୍ତୁ ଅସହାୟ ପ୍ରାଣୀ ତାହା କରିପାରନ୍ତି ନାହିଁ। ସେମାନଙ୍କ ପାଖରେ କେହି ଜଣେ ପହଞ୍ଚି ସେମାନଙ୍କ ଦୁଃଖ ଓ ଯନ୍ତ୍ରଣା ଦୂର କରିଥାଏ, ଯାହା କରୁଛନ୍ତି ନମ୍ରତା ହଖୁ ଓ ତାଙ୍କ ପରିବାର। ଜମ୍ମୁର ଏହି ପରିବାର ରୋଗଗ୍ରସ୍ତ ଓ ଆହତ ପ୍ରାଣୀଙ୍କୁ ଉଦ୍ଧାର କରି ସେମାନଙ୍କ ସେବା କରୁଛନ୍ତି। ୨୮ ବର୍ଷ ହେବ ସେମାନେ ଏହା କରି ଆସୁଛନ୍ତି। କଶ୍ମୀର ଛାଡ଼ି ହଖୁ ପରିବାର ଜମ୍ମୁୁରେ ରହିବା ପରେ ତାଙ୍କ ଘରକୁ ପ୍ରାଣୀଙ୍କ ଆଶ୍ରୟସ୍ଥଳ କରିଦେଇଛନ୍ତି। ୧୯୯୩ରୁ ୨୦୧୮ ଯାଏ ପ୍ରାଣୀଙ୍କର ଚିକିତ୍ସା ଓ ଖାଦ୍ୟ ବାବଦ ସବୁ ଖର୍ଚ୍ଚ ବହନ କରିବା ପରେ ଏକ ଟ୍ରଷ୍ଟ ଗଠନ କରି ଅନ୍ୟମାନଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ୪୦ ବର୍ଷୀୟା ନମ୍ରତା ହଖୁ ତାଙ୍କ ମାତା ଓ ପିତାଙ୍କ ଏହି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ନମ୍ରତା ଏକ କମ୍ପ୍ୟୁଟର ସେଣ୍ଟରରେ କାର୍ଯ୍ୟ କରୁଥିଲେ, ହେଲେ ପ୍ରାଣୀଙ୍କ ଯନତ୍ ପାଇଁ ସେ ତାହାକୁ ଛାଡ଼ି ଦେଇଛନ୍ତି। ପ୍ରାଣୀଙ୍କ ସେବା କରିବା ସକାଶେ ସେ ବିବାହ କରିନାହାନ୍ତି। ଜମ୍ମୁ ଆସିବା ପରେ ନମ୍ରତାଙ୍କ ମାତାପିତା ପ୍ରଥମେ ରାସ୍ତାରୁ ଆହତ କୁକୁରଙ୍କୁ ଉଦ୍ଧାର କରିବା ଆରମ୍ଭ କରିଦେଇଥିଲେ। ଏବେ ତାଙ୍କ ପାଖରେ ୩୪୦ଟି କୁକୁର, ମୃଗ, ବିଲେଇ, ଚିଲ, ମାଙ୍କଡ଼ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୫୦ କୁକୁର ଆଦୌ ଚାଲିପାରୁନାହାନ୍ତି। ହଖୁ ପରିବାର ପ୍ରତି ମାସରେ ମାଇଗ୍ରେଣ୍ଟ ରିଲିଫ୍‌ ଫଣ୍ଡ୍‌ରୁ ପାଖାପାଖି ୧୦,୦୦୦ ଟଙ୍କା ପାଉଛନ୍ତି। ତେବେ ପ୍ରାଣୀଙ୍କ ପାଇଁ ଅର୍ଥାଭାବ ପଡ଼ୁଛି। ଫଳରେ ନମ୍ରତା ତାଙ୍କ ମାଆ ଗହଣା ବିକ୍ରି କରିଦେଇଛନ୍ତି। ଏହାସହ ଲକ୍ଷାଧିକ ଟଙ୍କା ଋଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri