ଏଇ ଭାରତରେ

ତାମିଲନାଡୁ-କର୍ନାଟକ ସୀମାରେ ୧୦୦ ଏକର ଜମିରେ ଜଙ୍ଗଲ ସୃଷ୍ଟିକରି ପରିବେଶ ସୁରକ୍ଷାର ବାର୍ତ୍ତାବହ ସାଜିଛନ୍ତି ବରୁଣ ରବୀନ୍ଦ୍ର। ଏହି ଜମିରେ ପ୍ରଚୁର ରାସାୟନିକ ସାର ବ୍ୟବହାର ଯୋଗୁ ତାହା ଉର୍ବରତା ହରାଇବା ପରେ ପଡ଼ିଆ ପଡ଼ିଥିଲା। କିଛି ବି ଚାଷ ହେଉ ନ ଥିଲା। ହେଲେ ବରୁଣ ସେଥିରେ ୨୫୦ ପ୍ରଜାତିର ୪୦, ୦୦୦ ଗଛ ଲଗାଇ ଏକ ସୁନ୍ଦର ଜଙ୍ଗଲ କରିପାରିଛନ୍ତି। ଏହି କାର୍ଯ୍ୟରେ ସେ ୪୪ ଜଣ ଲୋକଙ୍କୁ ସାମିଲ କରିଛନ୍ତି। ଏହି ଜଙ୍ଗଲର ନାମ ରଖିଛନ୍ତି ବନନ୍ତର କମ୍ୟୁନିଟି ଫରେଷ୍ଟ ଓ ଏହା କରିବାକୁ ବରୁଣ ଓ ତାଙ୍କ ଟିକ୍‌ମୁ ୫ ବର୍ଷ ଲାଗିଯାଇଛି। ଏଥିରେ ଏବେ ୭୦ ପ୍ରଜାତିର ପକ୍ଷୀ ଆସି ରହିଲେଣି। ୨୦୧୬ରେ ଆରମ୍ଭ କରାଯାଇଥିବା ଏହି ଜଙ୍ଗଲରେ ସିଞ୍ଚନ ଜଳସେଚନ ବ୍ୟବସ୍ଥା କରାଯାଇଛି। ବରୁଣଙ୍କ ବୟସ ୩୮। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପାସ୍‌ କରିବା ପରେ କର୍ପୋରେଟ ଜବ୍‌ କରିଥିଲେ। ତାହାକୁ ଛାଡ଼ି ସେ ଏବେ ପରିବେଶ ସୁରକ୍ଷା ଲାଗି ଅଭିଯାନ ଚଳାଇଛନ୍ତି। ସ୍ଥାନୀୟ ଲୋକମାନେ ଜଙ୍ଗଲର ଅଂଶୀଦର ରହିଛନ୍ତି ଓ ତାହାର ସୁରକ୍ଷା କରୁଛନ୍ତି । ଆଗକୁ ଗୋଷ୍ଠୀଗତ ଉଦ୍ୟମରେ ଏଭଳି ଜଙ୍ଗଲ ବିଭିନ୍ନ ରାଜ୍ୟରେ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ବରୁଣ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri