ଏଇ ଭାରତରେ

ନିର୍ବାଚନରେ ନେତାମାନେ ବିହନ, ସାର, ପାଣି ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଥିବା କଥା ସମସ୍ତେ ଜାଣନ୍ତି। ହେଲେ ରାତିଦିନ ଫସଲ ଜଗିବା ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିବା କେବେ ଶୁଣିଛନ୍ତି କି। ବିହାରର ମୁଜାଫର୍‌ନଗର ଜିଲା ଚୌତରବା ଥାନା ଅଧୀନ ପତିଲର ପଞ୍ଚାୟତରେ ଦେଖିତ୍ବାକୁ ମିଳେ ଏମିତିକା ଘଟଣା। ଉକ୍ତ ପଞ୍ଚାୟତରେ ସବୁବେଳେ ଫସଲ ସୁରକ୍ଷାକୁ କେନ୍ଦ୍ରକରି ରାଜନୀତି ଜୋର୍‌ ଧରିଥାଏ ଓ ନିର୍ବାଚନ ହୋଇଥାଏ। ଏଠାରେ ନିର୍ବାଚିତ ପ୍ରତିନିଧି ଲୋକଙ୍କ ଫସଲ ଜଗିବା ଦାୟିତ୍ୱ ନିର୍ବାହ କରିଥାଆନ୍ତି। ଏହି ଧାରା ସ୍ବାଧୀନତା ପରଠାରୁ ଲାଗି ରହିଛି ଓ ନିର୍ବାଚିତ ୭ ଜଣ ସରପଞ୍ଚଙ୍କ ମଧ୍ୟରୁ ୫ ଜଣ ଫସଲ ସୁରକ୍ଷାକୁ ନେଇ ନିର୍ବାଚିତ ହୋଇସାରିଲେଣି। ଏଥର ଚତୁର୍ଥ ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ଉକ୍ତ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଲାଲମତୀ ଦେବୀ ଫସଲ ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ। ନିର୍ବାଚନରେ ଜିତିଲେ ସେ ଓ ତାଙ୍କ ସ୍ବାମୀ ମିଶିି ଦିନରାତି ଫସଲ ଜଗିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଲାଲମତୀ ଜିତିଗଲେ। ଜିତିବା ପରେ ତାଙ୍କ ସ୍ବାମୀ ପଞ୍ଚାୟତ ସହଯୋଗରେ ଗ୍ରାମବାସୀଙ୍କୁ ନେଇ କମିଟି ଗଠନ କରି ଦିନରାତି ଫସଲ ଜଗିବାରେ ଲାଗିଗଲେଣି। ଏହି ପଞ୍ଚାୟତର ଗାଁଗୁୁଡ଼ିକରେ ଲୋକେ ରାତିରେ ଅନ୍ୟର ଫସଲ କାଟିନେଇ ପଶୁଙ୍କୁ ଖାଇବାକୁ ଦେଇ ଦିଅନ୍ତି। ଏହାକୁ ନେଇ ବହୁ ସମୟରେ ଝଗଡ଼ା ହୁଏ ଏବଂ ମାମଲା ଥାନା ଓ କୋର୍ଟରେ ପହଞ୍ଚିଯାଏ। ଏଣୁ ଏହାକୁ ରୋକିବାରେ ଯିଏ ସଫଳ ହେବ ବୋଲି ଲୋକ ହୃଦ୍‌ବୋଧ କରନ୍ତି ତାଙ୍କୁ ହିଁ ଭୋଟ ଦେଇ ଜିତାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri