ଏଇ ଭାରତରେ

ଭାରତୀୟ ସେନାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲେ କିନ୍ତୁ ବ୍ୟକ୍ତିଗତ କାରଣ ଯୋଗୁ ସଫଳ ହୋଇପାରି ନ ଥିଲେ ହର୍ଷ ଗଲଓ୍ବାଲି। ଏଥିପାଇଁ ସେ ଭାଙ୍ଗି ନ ପଡ଼ି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଏବେସୁଦ୍ଧା ସେ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଭୟଙ୍କର ବିପର୍ଯ୍ୟୟ ମୁହଁରୁ ଉଦ୍ଧାର କରିସାରିଲେଣି। ହର୍ଷଙ୍କ ବୟସ ୨୫। ସେ ଜଣେ ଆଇଟି ପ୍ରଫେସନାଲ। ଚାକିରି କରିବା ସହ ସେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏଥିପାଇଁ ହର୍ଷ ପ୍ରଶିକ୍ଷଣ ନେଇଛନ୍ତି ଓ ଏବେ ମହାରାଷ୍ଟ୍ର ସିଭିଲ ଫୋର୍ସର ଜଣେ କ୍ୟାଡେଟ୍‌ ଭାବେ ରହିଛନ୍ତି। ମହାରାଷ୍ଟ୍ରର ୨୦୧୯ ପ୍ରଳୟଙ୍କରୀ ବନ୍ୟା ସମୟରେ ସେ ତାଙ୍କ ପ୍ରଥମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏନ୍‌ଡିଆର୍‌ଏଫ୍‌ ସହ। ତା’ପରଠାରୁ ଯେକୌଣସି ବିପର୍ଯ୍ୟୟ ଆସିଛି ସେ ଏନ୍‌ଡିଆର୍‌ଏଫ୍‌ ଡକରା ପାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହେଉଛନ୍ତି। ଏପରିକି ଅଫିସ୍‌ ସମୟ ମଧ୍ୟରେ ଖବର ପାଇବା କ୍ଷଣି ଉଦ୍ଧାରକାରୀ ଦଳ ସହ ସାମିଲ ହୋଇ ବିପର୍ଯ୍ୟୟ କ୍ଷେତ୍ରକୁ ବାହାରିଯାଆନ୍ତି। ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ଏପରିକି ବନ୍ୟା ସମୟରେ କୁମ୍ଭୀର ପାଖରେ ରହିଯାଇଥିବା ଲୋକଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଥିବା ସମୟରେ ସେ ବହୁବାର ଆହତ ହୋଇଛନ୍ତି ସତ କିନ୍ତୁ ଆଇଟି ବୃତ୍ତିର ଶୀତତାପ ନିୟନ୍ତ୍ରିତ କୋଠରି ତାଙ୍କୁ ସେତିକି ଖୁସି ଦେଇପାରି ନାହିଁ ଯାହା ଲୋକଙ୍କୁ ଉଦ୍ଧାର କରିପାରିବାରେ ପାଇଛନ୍ତି ହର୍ଷ। ପୁଣେର କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ତାଙ୍କ ପିଲାଦିନ କଟିଥିଲା। ସେଠାରେ ସେ ବୁଲା କୁକୁର, ଗୋରୁ ଓ ଅନ୍ୟ ପ୍ରାଣୀମାନଙ୍କୁ ବିପଦରୁ ଉଦ୍ଧାର କରିବା ଆରମ୍ଭ କରିଥିଲେ, ଯାହା ତାଙ୍କୁ ଏବେ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲା ବୋଲି କହନ୍ତି ହର୍ଷ। ୨୦୨୧ ମହାରାଷ୍ଟ୍ର ବନ୍ୟାରେ ତାଙ୍କ ଉଦ୍ଧାର କାର୍ଯ୍ୟ ମଧ୍ୟ ବେଶ୍‌ ପ୍ରଶଂସନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri