ଏଇ ଭାରତରେ

ଭାରତୀୟ ସେନାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲେ କିନ୍ତୁ ବ୍ୟକ୍ତିଗତ କାରଣ ଯୋଗୁ ସଫଳ ହୋଇପାରି ନ ଥିଲେ ହର୍ଷ ଗଲଓ୍ବାଲି। ଏଥିପାଇଁ ସେ ଭାଙ୍ଗି ନ ପଡ଼ି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଏବେସୁଦ୍ଧା ସେ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଭୟଙ୍କର ବିପର୍ଯ୍ୟୟ ମୁହଁରୁ ଉଦ୍ଧାର କରିସାରିଲେଣି। ହର୍ଷଙ୍କ ବୟସ ୨୫। ସେ ଜଣେ ଆଇଟି ପ୍ରଫେସନାଲ। ଚାକିରି କରିବା ସହ ସେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏଥିପାଇଁ ହର୍ଷ ପ୍ରଶିକ୍ଷଣ ନେଇଛନ୍ତି ଓ ଏବେ ମହାରାଷ୍ଟ୍ର ସିଭିଲ ଫୋର୍ସର ଜଣେ କ୍ୟାଡେଟ୍‌ ଭାବେ ରହିଛନ୍ତି। ମହାରାଷ୍ଟ୍ରର ୨୦୧୯ ପ୍ରଳୟଙ୍କରୀ ବନ୍ୟା ସମୟରେ ସେ ତାଙ୍କ ପ୍ରଥମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏନ୍‌ଡିଆର୍‌ଏଫ୍‌ ସହ। ତା’ପରଠାରୁ ଯେକୌଣସି ବିପର୍ଯ୍ୟୟ ଆସିଛି ସେ ଏନ୍‌ଡିଆର୍‌ଏଫ୍‌ ଡକରା ପାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହେଉଛନ୍ତି। ଏପରିକି ଅଫିସ୍‌ ସମୟ ମଧ୍ୟରେ ଖବର ପାଇବା କ୍ଷଣି ଉଦ୍ଧାରକାରୀ ଦଳ ସହ ସାମିଲ ହୋଇ ବିପର୍ଯ୍ୟୟ କ୍ଷେତ୍ରକୁ ବାହାରିଯାଆନ୍ତି। ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ଏପରିକି ବନ୍ୟା ସମୟରେ କୁମ୍ଭୀର ପାଖରେ ରହିଯାଇଥିବା ଲୋକଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଥିବା ସମୟରେ ସେ ବହୁବାର ଆହତ ହୋଇଛନ୍ତି ସତ କିନ୍ତୁ ଆଇଟି ବୃତ୍ତିର ଶୀତତାପ ନିୟନ୍ତ୍ରିତ କୋଠରି ତାଙ୍କୁ ସେତିକି ଖୁସି ଦେଇପାରି ନାହିଁ ଯାହା ଲୋକଙ୍କୁ ଉଦ୍ଧାର କରିପାରିବାରେ ପାଇଛନ୍ତି ହର୍ଷ। ପୁଣେର କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ତାଙ୍କ ପିଲାଦିନ କଟିଥିଲା। ସେଠାରେ ସେ ବୁଲା କୁକୁର, ଗୋରୁ ଓ ଅନ୍ୟ ପ୍ରାଣୀମାନଙ୍କୁ ବିପଦରୁ ଉଦ୍ଧାର କରିବା ଆରମ୍ଭ କରିଥିଲେ, ଯାହା ତାଙ୍କୁ ଏବେ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲା ବୋଲି କହନ୍ତି ହର୍ଷ। ୨୦୨୧ ମହାରାଷ୍ଟ୍ର ବନ୍ୟାରେ ତାଙ୍କ ଉଦ୍ଧାର କାର୍ଯ୍ୟ ମଧ୍ୟ ବେଶ୍‌ ପ୍ରଶଂସନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri