ଏଇ ଭାରତରେ

ବହୁ ସମୟରେ ତୃଣମୂଳସ୍ତରରେ କୃଷକମାନେ ଦେଶୀ ଜ୍ଞାନକୌଶଳରେ ନୂତନ ଯନ୍ତ୍ର ଉଦ୍ଭାବନ କରିଥାଆନ୍ତି, କିନ୍ତୁ ନୂଆ କିସମର ବାଇଗଣ ବିକାଶ କରି ଉଦାହରଣ ସୃଷ୍ଟି କରିଛନ୍ତି ଛତିଶଗଡ଼ର ଲିଲାରାମ ସାହୁ। ଧମାରି ଜିଲା କୁରୁଦ ତହସିଲର ଧୁମା ଗାଁରେ ରହନ୍ତି ଲିଲାରାମ। ସେ ବିକାଶ କରିଥିବା ନୂଆ କିସମ ବାଇଗଣର ନାମ ‘ନିରଞ୍ଜନ ଭଟ’। ଏହା ସମ୍ପୂର୍ଣ୍ଣ କୀଟ ପ୍ରତିରୋଧକ ଓ ଏଥିତ୍ରେ ୧.୫ ରୁ ୧.୭ ଫୁଟ ଲମ୍ବ ବାଇଗଣ ଫଳୁଛି। ଗରିବର ପରିବା କୁହାଯାଉଥିବା ବାଇଗଣ ଚାଷ ୧୯୮୮ରୁ ଆରମ୍ଭ କରିଥିଲେ ଲିଲାରାମ। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ସେ ଏହି ଚାଷ କରିଆସୁଛନ୍ତି। ବିଭିନ୍ନ କିସମର ବାଇଗଣ ଚାଷ କରିବା ସହ ଏହା ଉପରେ ଗବେଷଣା କରି ଏହି ନୂଆ କିସମ ସାମ୍ନାକୁ ଆଣିଛନ୍ତି। ଏବେ ‘ନିରଞ୍ଜନ ଭଟ’ କିସମ ବାଇଗଣ ଚାଷ ଭାରତର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି। ଭାରତରେ ଯେତେ ପ୍ରକାର ବାଇଗଣ ଫଳେ ତାହାର ଲମ୍ବ୧୦ରୁ ୨୫ ସେ.ମି. ମଧ୍ୟରେ ରହିଥାଏ। କିନ୍ତୁ ନିରଞ୍ଜନ ଭଟ ନୂଆ କିସମ ବାଇଗଣ ସବୁ ରେକର୍ଡ ଟପିଯାଇଛି। ଲିଲାରାମ ମଧ୍ୟ ୬୦ ଇଞ୍ଚ ଲମ୍ବ ବାଇଗଣ ଫଳାଇବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଲୋକମାନେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ମନେକରି ସେ ଏହି ଚାଷ ବନ୍ଦ କରିଦେଇଛନ୍ତି। ଧୁମା ଗାଁରେ ୧୫୦ ପରିବାର ରହୁଛନ୍ତି। ସବୁ ପରିବାରକୁ ବାଇଗଣ ଚାଷ ପ୍ରତି ଆକୃଷ୍ଟ କରିପାରିଛନ୍ତି ଲିଲାରାମ।
ପାଣି ଅଭାବ ଦୂର କରିବା ଲାଗି ସେ ଗ୍ରାମବାସୀଙ୍କ ସହଯୋଗରେ ଅନେକ ଚେକ୍‌ ଡ୍ୟାମ୍‌ ନିର୍ମାଣ କରିଛନ୍ତି। ବର୍ଷକୁ ସମସ୍ତେ ଦୁଇ ଥର ବାଇଗଣ ଚାଷ କରି ବେଶ୍‌ ଲାଭ ପାଉଛନ୍ତି। ଏହି ମଞ୍ଜି ସେ ବିଭିନ୍ନ ରାଜ୍ୟର କୃଷକମାନଙ୍କୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri