ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବର୍ଜ୍ୟର ପୁନଃ ବିନିଯୋଗ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ସି.ଏମ୍‌. ନାଗରାଜ। ବେଙ୍ଗାଲୁରୁର ଡୋଡାବନହାଲି ସରକାରୀ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି ନାଗରାଜ। ତାଙ୍କ ୧୫ ବର୍ଷର ଶିକ୍ଷକ ଜୀବନରେ ସେ ବର୍ଜ୍ୟର ପୁନଃ ଉପଯୋଗ କରିଆସୁଛନ୍ତି। ଭଙ୍ଗା ତଥା ଅଦରକାରୀ ଧାତବ ଉପକରଣ, ଚେୟାର, ଟେବୁଲ ଆଦି ସଂଗ୍ରହ କରି ସ୍କୁଲରେ ନ୍ୟୁଜ ପେପର ରିଡିଂ ଷ୍ଟାଣ୍ଡ୍‌, ପ୍ରୋଜେକ୍ଟ ସ୍କ୍ରିନ୍‌, ଡାଏସ୍‌ ପୋଡିୟମ ଏବଂ କପ୍‌ବୋର୍ଡ ତିଆରି କରିଛନ୍ତି। ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ କ୍ଷୀର ପିଇବାକୁ ଦିଆଯାଏ ଓ ଖାଲି ପ୍ୟାକେଟକୁ ସିଲାଇକରି କମ୍ପ୍ୟୁଟର କଭର ଓ ଅନ୍ୟ ସାମଗ୍ରୀ ପାଇଁ କଭର ପ୍ରସ୍ତୁତ କରୁଛନ୍ତି। ସେ ମଧ୍ୟ ଦୁଇଟି ବାୟୋଓ୍ବେଷ୍ଟ କନ୍‌ଭଟର ଏବଂ ବିନ୍‌ କିଣିଛନ୍ତି ପେପର ଓ ପ୍ଲାଷ୍ଟିକ୍‌ ବର୍ଜ୍ୟ ପାଇଁ। ପତ୍ର, ନିକଟସ୍ଥ କୃଷକଙ୍କ ଜମିରୁ କୃଷିବର୍ଜ୍ୟ ସଂଗ୍ରହ କରି କନ୍‌ଭର୍ଟରରେ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। ସେ ୮ ମାସରେ ୧ ଟନ୍‌ ଜୈବିକ ଖତ ପ୍ରସ୍ତୁତ କରିଛନ୍ତି। ସ୍କୁଲର ୧ ଏକର ବିଶିଷ୍ଟ ବଗିଚାରେ ଏହାକୁ ଉପଯୋଗ କରାଯାଉଛି। ସ୍କୁଲରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ସ୍କୁଲରେ ବିଜ୍ଞାନ ଶିକ୍ଷା ଲାଗି ଅନେକ ଉପକରଣ ମଧ୍ୟ ବର୍ଜ୍ୟରୁ ନିର୍ମାଣ କରିଛନ୍ତି। ଶିକ୍ଷା ସହ ପରିବେଶ ସୁରକ୍ଷା ପ୍ରତି ନାଗରାଜଙ୍କ ଅବଦାନ ପାଇଁ ତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri