ଏଇ ଭାରତରେ

ସେବା କରିବାର ଇଚ୍ଛାଶକ୍ତି ଆଗରେ ମନ ଓ ଶରୀର ଅବଶ ହୋଇଯାଏ ନାହିଁ। ଏହା ପ୍ରମାଣ କରିଛନ୍ତି ବରେଲିର ଅନୁରାଧା ଖଣ୍ଡେଲ୍‌ଓ୍ବାଲ। ସେ ଉତ୍ତରପ୍ରଦେଶ ବରେଲିର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଦୀର୍ଘ ୮ ବର୍ଷ ହେବ ମସଲା ଓ ଚା’ ବିକ୍ରି କରି ଅସହାୟ ଶିଶୁମାନଙ୍କୁ ମାଗଣାରେ ପଢ଼ାଉଛନ୍ତି। ୬୫ ବର୍ଷୀୟା ଅନୁରାଧାଙ୍କ ସ୍ବାମୀ ମର୍ଚ୍ଚାଣ୍ଟ ନାଭିରେ ଥିଲେ। ସ୍ବାମୀଙ୍କ ସହ ଅନୁରାଧା ପ୍ରାୟ ୨୦ଟି ଦେଶ ଭ୍ରମଣ କରି ବିଭିନ୍ନ ପ୍ରକାର ଖାଦ୍ୟ ଓ ମସଲା ପ୍ରସ୍ତୁତି ସମ୍ପର୍କରେ ଶିଖିଥିଲେ। ପରେ ୨୦୧୪ରେ ମିକ୍ସ ମସଲା ସମ୍ପର୍କରେ ଶିକ୍ଷା ଦେବାକୁ ସେ ଫେସ୍‌ବୁକ୍‌ରେ ‘ଅନୁ କ୍ୟାନ କୁକ୍‌’ ପେଜ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ଫଲୋୟର୍ସ ୬୦୦୦ ପାର ହୋଇଯାଇଥିତ୍ଲା। ମସଲା ବିକ୍ରି ବଢ଼ିବା ପରେ ସେ ସେହି ଆୟରେ ଅସହାୟ ପିଲାମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରିଥିଲେ। ପ୍ରଥମେ ସେ ଜଣେ ପିଲାକୁ ପଢ଼ାଇବା ପରେ ଆଉ ୫ ଜଣ ଏଥିରେ ସାମିଲ ହୋଇଥିଲେ। ଅନୁରାଧା ମସଲାକୁ ‘ହଟ୍‌ ନମ୍ବର ଓ୍ବାନ’ ନାମରେ ଏବଂ ଏହା ସହ ମସଲା ଚା’ ପ୍ୟାକେଟ ବିକ୍ରି କରୁଛନ୍ତି। ଏସବୁଥିରୁ ଯାହା ଆୟ ହେଉଛି ସେଥିରେ ୧୨ ଜଣ ଅସହାୟ ପିଲାଙ୍କୁ ପଢ଼ାଇବା ସହ ସେମାନଙ୍କର ସବୁ ଖର୍ଚ୍ଚ ବହନ କରୁଛନ୍ତି। ବର୍ଷକୁ ଏ ବାବଦରେ ଅନୁରାଧା ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପାଦକୀୟ/ବାତିଲ ଶୁଭଙ୍କର

ଆଫଗାନିସ୍ତାନରେ ସ୍ଥିତି ଜାହିର କରିଥିବା ଆତଙ୍କବାଦୀ ସଙ୍ଗଠନ ତାଲିବାନ ସହ ଶାନ୍ତି ଚୁକ୍ତି କରିବା ଲାଗି ଆମେରିକା ବର୍ଷେ ହେବ ଚଳାଇ ଆସୁଥିବା ଉଦ୍ୟମ ବାତିଲ...

ଗବେଷଣାକୁ ଅଣଦେଖା

କୁମାରସମ୍ଭବ ଶ୍ରୀବାସ୍ତବ/ ନୀତିନ ସେଠୀ ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରଭାବକୁ କମ୍‌ କରିବା ପାଇଁ ମେ’ ୩ ଯାଏ ଲକ୍‌ଡାଉନ ବୃଦ୍ଧିକରାଯାଇଛି। ତେବେ ଏହି ଲକ୍‌ଡାଉନର...

ଶବ୍ଦ ପ୍ରଦୂଷଣରୁ ମୁକ୍ତି କେବେ

ଈପ୍ସିତା ମହାନ୍ତି ଆମ ଦେଶରେ ଯାନବାହନର ହର୍ନ ଓ ବିବାହ ଶୋଭାଯାତ୍ରା ବେଳେ ଡିଜେରୁ ବାହାରୁଥିବା କାନଫଟା ସଙ୍ଗୀତ, ପର୍ବପର୍ବାଣି ଓ ଯାନିଯାତ୍ରା ସମୟର ବାଦ୍ୟଯନ୍ତ୍ର...

ଗ୍ରାମ ଦେବୀ

ଆଉ କିଛି ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାଜପା ଓ ତୃଣମୂଳ କଂଗ୍ରେସ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଛି।...

ବାଡ଼ ଯଦି କ୍ଷେତ ଖାଏ

ସମ୍ପ୍ରତି ସାରା ଦେଶରେ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ସରକାରୀବାବୁ ହୁଅନ୍ତୁ କି ଶାସକ ପ୍ରଶାସକ କେହି ହେଲେ ସ୍ବଉପାର୍ଜିତ ସତ୍‌ ଧନରେ ସନ୍ତୁଷ୍ଟ ନ...

ଉଡ଼ାଣ ପୁଣି ବନ୍ଦ

ଆକାର ପଟେଲ ଚଳିତ ସପ୍ତାହରେ ହଂକଂ ଏୟାର ଇଣ୍ଡିଆ ଉଡାଣକୁ ପୁଣି ବନ୍ଦ କରିଛି। ସେଠାରେ ଓହ୍ଲାଇଥିବା ଭାରତୀୟମାନଙ୍କଠାରେ କୋଭିଡ୍‌ ପଜିଟିଭ୍‌ ମିଳିବା ପରେ ହଂକଂ...

ଏଇ ଭାରତରେ

କାଠରେ ବିଭିନ୍ନ କଳାକୃତି ତିଆରି କରୁଥିବା ବ୍ୟକ୍ତି କାଠର ସାଇକେଲ ତିଆରି କରିବା କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଜାବ...

ଜୀବନଶୈଳୀ ରୋଗ

ଗତ ୧୦-୧୫ ବର୍ଷ ମଧ୍ୟରେ ଭାରତରେ ରୋଗୀ ବୋଝ ଏବେ ସଂକ୍ରାମକ ରୋଗଠାରୁ ଅଣସଂକ୍ରାମକ ରୋଗ ଆଡ଼କୁ ଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଦେଶରେ...

Advertisement
Archives

Model This Week