ଏଇ ଭାରତରେ

ଶିଶୁ ଶ୍ରମିକର ବୋଝ ସମ୍ଭାଳିଥିବା ସୁରେଶ ଏବେ ଶହ ଶହ ଗୃହହୀନଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି । ୭ ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ହରାଇବା ପରେ ପେପର ଓ ପ୍ଲାଷ୍ଟିକ ବିକି ଘର ଚଳାଇବା ଆରମ୍ଭ କରିଥିଲେ। ତାଙ୍କ ମା’ଙ୍କ ସହ ଏକ ଫାର୍ମକୁ କାମ କରିବାକୁ ବି ଯାଉଥିତ୍ଲେ। ମା’୬ ଟଙ୍କା ମଜୁରି ପାଉଥିବା ବେଳେ ସୁରେଶ ପାଉଥିତ୍ଲେ ୪ ଟଙ୍କା। ପରେ ସ୍ନେହା ନାମକ ଏନ୍‌ଜିଓ ଦ୍ୱାରା ତାଙ୍କ ଆଖି ଅପରେଶନ କରାଗଲା ଓ ପରେ ସେ ନିଜେ ଏକ ବ୍ୟାଗ ଦୋକାନ କରିପାରିଲେ। ଏଥିରୁ ଦିନକୁ ୧୫୦ ଟଙ୍କା ଯାଏ ରୋଜଗାର କରିବାକୁ ସକ୍ଷମ ହୋଇପାରିଲେ। ସେଠାରୁ ଜଣେ ପୂଜକ ତାଙ୍କୁ ଉଦ୍ଧାର କରି ପଢ଼ିବାର ବ୍ୟବସ୍ଥା କରିଥିଲେ। ପରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରି ଚାକିରି ବଦଳରେ ଅସହାୟ ଓ ଗୃହହୀନଙ୍କ ଜୀବନ ପରିବର୍ତ୍ତନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଯେଉଁ ସ୍ନେହରୁ ସାହାଯ୍ୟ ପାଇଥିଲେ ତା’ ମାଧ୍ୟରେ ଏବେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି। ସେ ସହରରେ ମହିଳାମାନଙ୍କ ପାଇଁ ସିଲାଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ସେଠାରେ ଜିନିଷ ପ୍ରସ୍ତୁତ କରି ବିକ୍ରି କରିବା ଆରମ୍ଭ କରିଛନ୍ତି ଓ ମହିଳାମାନଙ୍କୁ ରୋଜଗାର କରିବାରେ ସହଯୋଗ କରୁଛନ୍ତି । ସହାୟକମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବା ଲାଗି ଏକ ଆଶ୍ରୟସ୍ଥଳୀ ଖୋଲିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri