ଏଇ ଭାରତରେ

ବୟସ ୭୬ ଛୁଇଁଲାଣି। ହେଲେ ତାଙ୍କ ସେବାରେ ଭଟ୍ଟା ପଡ଼ିନାହିଁ। ପ୍ରତିଦିନ ମାଗଣାରେ ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା ଏହି ବ୍ୟକ୍ତି ହେଉଛନ୍ତି ଦିଲ୍ଲୀର ହର୍‌ଜିନ୍ଦର ସିଂ। ଏହି ସେବା ଯୋଗାଇ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ରାସ୍ତାରେ ଯେକୌଣସି ସ୍ଥାନରେ ଆହତ ଲୋକଙ୍କୁ ଦେଖିଲେ ସାଙ୍ଗେ ସାଙ୍ଗେ ହସ୍ପିଟାଲ୍‌କୁ ନେଇଯାଆନ୍ତି। ହର୍‌ଜିନ୍ଦର ଅଟୋରେ ଜରୁରୀ ଚିକିତ୍ସା ଉପକରଣ ଯଥା- ବ୍ୟାଣ୍ଡେଜ୍‌, ଆଣ୍ଟିସେପ୍ଟିକ୍‌ ଲୋଶନ, କ୍ରିମ୍‌ ଏବଂ ପାରାସିଟାମଲ ଆଦି ରଖୁଛନ୍ତି ଓ ପ୍ରାରମ୍ଭିକ ଚିକିତ୍ସା ସମ୍ପର୍କରେ ପ୍ରଶିକ୍ଷଣ ନେଇଛନ୍ତି। ହର୍‌ଜିନ୍ଦର ଦିଲ୍ଲୀ ପୋଲିସର ଜଣେ ଟ୍ରାଫିକ ଓ୍ବାର୍ଡନ ଏବଂ ଦିଲ୍ଲୀ ଅଟୋ ୟୁନିୟନର ସମ୍ପାଦକ ମଧ୍ୟ ରହିଥିଲେ। ୧୯୬୪ରୁ ଅଟୋ ଚଳାଇବା ଆରମ୍ଭ କରିଥିତ୍ଲେ। ଦୀର୍ଘ ବର୍ଷ ମଧ୍ୟରେ ସେ କେବେ ବି ସଡ଼କ ପରିବହନ ନିୟମ ଉଲ୍ଲଂଘନ କରିନାହାନ୍ତି କି ଜରିମାନା ଦେଇନାହାନ୍ତି। ତେବେ ୧୯୭୮ରୁ ଅଟୋ ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ ଓ ଜୀବନର ଶେଷ ମୁହୂର୍ତ୍ତ ଯାଏ ଏହା ଯୋଗାଇ ଦେବେ ବୋଲି କହନ୍ତି ହର୍‌ଜିନ୍ଦର। ଏହି କାର୍ଯ୍ୟ ଲାଗି ତାଙ୍କୁ ସବୁ ହସ୍ପିଟାଲ ସମ୍ମାନିତ କରିଛନ୍ତି। ସେ ଅଟୋ ଚଳାଇ ଯାହା ରୋଜଗାର କରନ୍ତି ସେଥିରୁ ପରିବାର ପାଇଁ କିଛି ରଖି ବାକିତକ ଗରିବ ରୋଗୀଙ୍କ ଔଷଧ କିଣିବାରେ ଖର୍ଚ୍ଚ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଲୋକମାନେ ଖୁସି ହେଲେ ନାଚିଥାନ୍ତି। କିନ୍ତୁ ବର୍ଷାର ପ୍ରଥମ ଅସରା ମାଟିରେ ପଡିବା ପରେ ଚାଷୀଭାଇ ନାଚି ଉତ୍ସବ ପାଳିବା ନିଆରା ନିଶ୍ଚୟ। ଦୀର୍ଘ ୪...

ଅକାଳ ମୃତ୍ୟୁ

ଇଂ. ମୁରଲୀଧର ହୋତା ଯେଉଁ ପ୍ରବନ୍ଧରେ ଆଲୋଚକର ବହୁପାଠିତା, ପାଣ୍ଡିତ୍ୟ ଓ ଅନୁଶୀଳନ ଦକ୍ଷତା ପରିଦୃଷ୍ଟ ହୁଏ ଏବଂ ଯାହା ପାଠକର ପ୍ରାଣରେ କିଛିଟା ଆଲୋଡ଼ନ...

ପୁରୁଷ ଓ ରୋଷେଇ

ରୁଦ୍ର ପ୍ରସନ୍ନ ରଥ କିଛିଦିନ ତଳେ ଟ୍ବିନ୍‌ ସିଟି କମିଶନରେଟ ପୋଲିସ୍‌ର ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ରୋଷେଇ କରିବାକୁ ନେଇ ଗୋଟିଏ ଛୋଟିଆ ମନ୍ତବ୍ୟ...

ଡେମୋକ୍ରାଟଙ୍କ ପରାଜୟ

ଏଲିଜାବେଥ୍‌ ଡ୍ରିୟୁ ଆମେରିକାରେ ଡେମୋକ୍ରାଟିକ ପାର୍ଟିର ଅଧୋଗତିକୁ ସମ୍ଭବତଃ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ କଂଗ୍ରେସରେ ତାଙ୍କ ସାଥୀମାନେ ହିଁ ରୋକିିପାରିବେ। ହେଲେ ସେମାନଙ୍କ କାର୍ଯ୍ୟ...

ଏଇ ଭାରତରେ

ଉତ୍ତରପ୍ରଦେଶର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ୟାଶନ ଟେକ୍‌ନୋଲୋଜିରୁ ଡିଗ୍ରୀ ହାସଲ କରିବା ପରେ ଏ କ୍ଷେତ୍ରରେ ଏକ ଅଭିନବତ୍ୱ ଆଣିଛନ୍ତି ଅଭିଷେକ ପାଠକ। ସେ ଖଦିର...

ଆଜି ନୁହେଁ ତ କେବେ ନୁହେଁ

ବିଶ୍ୱର ଥଣ୍ଡା ଦେଶଗୁଡ଼ିକରେ ଏବେ ପ୍ରବଳ ଗରମ । ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲନିଆଁ ଯୋଗୁ ୟୁରୋପର ଅଧିକାଂଶ ରାଷ୍ଟ୍ରରେ ତାପମାତ୍ରା ଅବିଶ୍ୱସନୀୟ ସ୍ତରକୁ ଚାଲିଯାଇଛି।...

କୁକୁରଙ୍କ ଯତ୍ନ

ମାନେକା ଗାନ୍ଧୀ କିଛି ସପ୍ତାହ ପୂର୍ବରୁ କେବଳ ‘ପିପୁଲ ଫର୍‌ ଆନିମଲସ୍‌’(ପିଏଫ୍‌ଏ) ସଂସ୍ଥାର ମୁଖ୍ୟମାନଙ୍କୁ ନେଇ ଏକ ହ୍ବାଟ୍ସଆପ୍‌ ଗ୍ରୁପ କରିଥିଲି। ସେମାନଙ୍କ ମଧ୍ୟରୁ ପ୍ରାୟ...

ପୁରୁଣା ବହି ଓ ପରିବେଶ ସୁରକ୍ଷା

ଡ. ପ୍ରମୋଦ କୁମାର ପଣ୍ଡା ମନୁଷ୍ୟ ଜୀବନ ଧାରଣ ପାଇଁ ପରିବେଶର ସୁରକ୍ଷା ଏକାନ୍ତ ଆବଶ୍ୟକ। ପରିବେଶ ପ୍ରଦୂଷଣ ହେଲେ ବଞ୍ଜିବା କଷ୍ଟକର। ଦିଲ୍ଲୀ ଓ...

Advertisement
Archives

Model This Week