ଏଇ ଭାରତରେ

ବୟସ ୭୬ ଛୁଇଁଲାଣି। ହେଲେ ତାଙ୍କ ସେବାରେ ଭଟ୍ଟା ପଡ଼ିନାହିଁ। ପ୍ରତିଦିନ ମାଗଣାରେ ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା ଏହି ବ୍ୟକ୍ତି ହେଉଛନ୍ତି ଦିଲ୍ଲୀର ହର୍‌ଜିନ୍ଦର ସିଂ। ଏହି ସେବା ଯୋଗାଇ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ରାସ୍ତାରେ ଯେକୌଣସି ସ୍ଥାନରେ ଆହତ ଲୋକଙ୍କୁ ଦେଖିଲେ ସାଙ୍ଗେ ସାଙ୍ଗେ ହସ୍ପିଟାଲ୍‌କୁ ନେଇଯାଆନ୍ତି। ହର୍‌ଜିନ୍ଦର ଅଟୋରେ ଜରୁରୀ ଚିକିତ୍ସା ଉପକରଣ ଯଥା- ବ୍ୟାଣ୍ଡେଜ୍‌, ଆଣ୍ଟିସେପ୍ଟିକ୍‌ ଲୋଶନ, କ୍ରିମ୍‌ ଏବଂ ପାରାସିଟାମଲ ଆଦି ରଖୁଛନ୍ତି ଓ ପ୍ରାରମ୍ଭିକ ଚିକିତ୍ସା ସମ୍ପର୍କରେ ପ୍ରଶିକ୍ଷଣ ନେଇଛନ୍ତି। ହର୍‌ଜିନ୍ଦର ଦିଲ୍ଲୀ ପୋଲିସର ଜଣେ ଟ୍ରାଫିକ ଓ୍ବାର୍ଡନ ଏବଂ ଦିଲ୍ଲୀ ଅଟୋ ୟୁନିୟନର ସମ୍ପାଦକ ମଧ୍ୟ ରହିଥିଲେ। ୧୯୬୪ରୁ ଅଟୋ ଚଳାଇବା ଆରମ୍ଭ କରିଥିତ୍ଲେ। ଦୀର୍ଘ ବର୍ଷ ମଧ୍ୟରେ ସେ କେବେ ବି ସଡ଼କ ପରିବହନ ନିୟମ ଉଲ୍ଲଂଘନ କରିନାହାନ୍ତି କି ଜରିମାନା ଦେଇନାହାନ୍ତି। ତେବେ ୧୯୭୮ରୁ ଅଟୋ ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ ଓ ଜୀବନର ଶେଷ ମୁହୂର୍ତ୍ତ ଯାଏ ଏହା ଯୋଗାଇ ଦେବେ ବୋଲି କହନ୍ତି ହର୍‌ଜିନ୍ଦର। ଏହି କାର୍ଯ୍ୟ ଲାଗି ତାଙ୍କୁ ସବୁ ହସ୍ପିଟାଲ ସମ୍ମାନିତ କରିଛନ୍ତି। ସେ ଅଟୋ ଚଳାଇ ଯାହା ରୋଜଗାର କରନ୍ତି ସେଥିରୁ ପରିବାର ପାଇଁ କିଛି ରଖି ବାକିତକ ଗରିବ ରୋଗୀଙ୍କ ଔଷଧ କିଣିବାରେ ଖର୍ଚ୍ଚ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri