ଏଇ ଭାରତରେ

ପେନ୍‌ସନ ଟଙ୍କାରେ ରାସ୍ତା ଖାଲଖମା ପୂରଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ହାଇଦ୍ରାବାଦର ଗଙ୍ଗାଧର ତିଳକ କଟନାମ୍‌। ସେ ପ୍ରତିଦିନ ସକାଳେ ତାଙ୍କ କାର୍‌ ଧରି ହାଇଦ୍ରାବାଦର ରାସ୍ତାଗୁଡ଼ିକରେ ଘୂରିବୁଲନ୍ତି ଓ ଯେଉଁଠାରେ ଗର୍ତ୍ତ ଥାଏ ତାହାକୁ ପୂରଣ କରନ୍ତି। ଗଙ୍ଗାଧର ପ୍ରତିଦିନ ତେଲ ବାବଦରେ ବି ୫୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। କାର୍‌ ପଛସିଟ୍‌ରେ ସେ ପ୍ରାୟ ୮ରୁ ୧୦ ଅଖା ଗୋଡି, ବଜୁରି ରଖନ୍ତି। ସେ ଏସବୁ ଠିକାଦାରଙ୍କଠାରୁ କିଣନ୍ତି। ଏବେ ସୁଦ୍ଧା ଗଙ୍ଗାଧର ୧,୧୦୦ ଗର୍ତ୍ତ ମରାମତି କରିସାରିଲେଣି। ଗଙ୍ଗାଧରଙ୍କ ବୟସ ୬୭। ସେ ରେଲଓ୍ବେରେ ଚାକିରି କରିଥିଲେ। ଚାକିରି ସମୟରେ ବି ଲଞ୍ଚ୍‌ ବେଳେ ସେ ଅଫିସରୁ ଗର୍ତ୍ତ ମରାମତି କରିବାକୁ ବାହାରି ଯାଉଥିଲେ। ଅବସର ନେବା ପରେ ସେହି କାର୍ଯ୍ୟ ଜାରି ରଖିଛନ୍ତିି ଓ ଏଥିରେ ତାଙ୍କ ପେନ୍‌ସନ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏବେ ଗଙ୍ଗାଧରଙ୍କ ସହ ହାଇଦ୍ରାବାଦର ବହୁ ଇଞ୍ଜିନିୟର ଓ ସାଧାରଣ ଲୋକ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟ ପାଇଁ ତାଙ୍କୁ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ ମଧ୍ୟ ସହଯୋଗ କରୁଛି ଓ ଆବଶ୍ୟକ ଜିନିଷ ମଧ୍ୟ ଯୋଗାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri