ଏଇ ଭାରତରେ

ସକଳ ଘଟରେ ନାରାୟଣ, ଏଭଳି ଭାବ ପ୍ରାଣୀ ସେବା କରିବା ଲାଗି ପ୍ରେରିତ କରିଛି ଚେନ୍ନାଇର ଶିରାନି ପେରିରାଙ୍କୁ। ୧୯୯୪ରେ ଚେନ୍ନାଇ ଚାପ୍ଟର ଅଫ୍‌ ପିପୁଲ ଫର୍‌ ଆନିମଲ (ପିଏଫ୍‌ଏ)ସଂସ୍ଥା ଗଠନ କରିଥିଲେ। ଏହା ମାଧ୍ୟମରେ ଜୀବମାନଙ୍କୁ ବିଦ୍ୟୁତ୍‌ ଆଘାତ ଦେଇ ମାରିଦିଆଯିବା ପ୍ର୍ରକ୍ରିୟାକୁ ସେ ୧୯୯୫ରେ ବନ୍ଦ କରିବାରେ ସକ୍ଷମ ହୋଇଥିଲେ। ପରେ ଲୋକମାନେ ଅସହାୟ ଅବସ୍ଥାରେ ରାସ୍ତାରେ ଛାଡ଼ି ଦେଉଥିବା ପ୍ରାଣୀମାନଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ରଖୁଛନ୍ତି। ୨୬ ବର୍ଷ ମଧ୍ୟରେ ହଜାର ହଜାର ରୋଗ କିମ୍ବା ଦୁର୍ଘଟଣା ପୀଡ଼ିତ ପ୍ରାଣୀଙ୍କୁ ନୂଆ ଜୀବନ ଦେବାରେ ସକ୍ଷମ ହୋଇପାରିଛନ୍ତି। ପେରିରା ଏକ ମଧ୍ୟବିତ୍ତ ପରିବାରରେ ବଢ଼ିଛନ୍ତି। ତାଙ୍କ ଘରେ ୧୭ଟି ବିଲେଇ ଥିଲେ। ଏମାନଙ୍କୁ ତାଙ୍କ ପିତା ଉଦ୍ଧାର କରି ରଖିଥିଲେ। ଏଣୁ ପିଲାବେଳୁ ସେ ଜୀବମାନଙ୍କୁ ଭଲ ପାଇବା ଓ ଯନତ୍ ନେବା ଶିଖିଥିଲେ। ସେହି ଶିକ୍ଷା ତାଙ୍କୁ ଜୀବଙ୍କ ଯନତ୍ ନେବା ଲାଗି ଆଗକୁ ବଢ଼ିବାରେ ସାହାଯ୍ୟ କରିଛି ବୋଲି କହନ୍ତି ପେରିରା। ୩.୮ ଏକର ପରିମିତ ଅଞ୍ଚଳରେ ପିଏଫ୍‌ଏ ଚାଲିଛି। ଶହ ଶହ କୁକୁର, ୧୨୦ ବିଲେଇ, ୪୦ ଛେଳି, ୧୮୫ ଗୋରୁ, ୧୬ଟି ଛୋଟ ଘୋଡ଼ା ଏବଂ ୧୧ଟି ବଡ଼ କିସମର ଘୋଡ଼ାକୁ ନେଇ ମୋଟରେ ୮୦୦ରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କୁ ରଖିଛନ୍ତି। ଏ ବାବଦରେ ସମସ୍ତ ଖର୍ଚ୍ଚ ସେ ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri