ଏଇ ଭାରତରେ

ଶିକ୍ଷାର ପ୍ରସାର ସହ ପରିବେଶ ସୁଧାରିବା ଅଭିଯାନରେ ବ୍ରତୀ ହୋଇଛନ୍ତି ଆସାମର ଦମ୍ପତି ପ୍ରମିତା ଶର୍ମା ଓ ମାଜିନ ମୁଖତାର। ଦୁହେଁ ପାମୋହି ଅଞ୍ଚଳରେ ଏକ ସ୍କୁଲ ଖୋଲି ଅସହାୟ ପିଲାମାନଙ୍କୁ ମାଗଣାରେ ପଢ଼ାଉଛନ୍ତି। ଏହାସହ ପାମୋହିର ବିଭିନ୍ନ ଗାଁରେ ଏମାନେ ପ୍ଲାଷ୍ଟିକର ପରିବେଶଗତ ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ୨୦୧୬ରେ ୨୦ଜଣ ପିଲାଙ୍କୁ ନେଇ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ଏବେ ସ୍କୁଲରେ ୪ରୁ ୧୫ ବର୍ଷ ବୟସର ୧୧୦ ଜଣ ପିଲା ପଢ଼ୁଛନ୍ତି। ପିଲାମାନେ ପ୍ରତି ସପ୍ତାହରେ ସେମାନଙ୍କ ତଥା ପଡ଼ୋଶୀଙ୍କ ଘରୁ ପ୍ରାୟ ୨୫ ପ୍ରକାର ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରି ସ୍କୁଲରେ ଜମା ଦେଉଛନ୍ତି। ସଂଗୃହୀତ ପ୍ଲାଷ୍ଟିକ୍‌କୁ ସ୍କୁଲ୍‌ ଫି’ ଭାବେ ଗଣାଯାଉଛି। ଏହାକୁ ରିସାଇକ୍ଲିଂ ସେଣ୍ଟରକୁ ପଠାଯାଉଛି। ପାମୋହି ଅଞ୍ଚଳରେ ପିଲାଙ୍କ ଶୈଶବ ଖଣି ଖାଦାନର ଅନ୍ଧକାର ମଧ୍ୟରେ ହଜିଯାଏ। ପିଲାମାନେ କାମ କରି ଦିନକୁ ୧୫୦ରୁ ୨୦୦ଟଙ୍କା ରୋଜଗାର କରି ଶିକ୍ଷାରୁ ଦୂରେଇ ଯାଆନ୍ତି । ତେବେ ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଦମ୍ପତିଙ୍କ ପ୍ରୟାସ ନୂତନ ଆଶା ସଞ୍ଚାର କରିଛି। ଆଗାମୀ ୫ ବର୍ଷରେ ସେମାନେ ଦେଶର ବିଭିନ୍ନ ଅଞ୍ଚଳରେ ଏଭଳି ୧୦୦ଟି ସ୍କୁଲ ଖୋଲିବାକୁ ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେତେ ବୁଦ୍ଧି, ସେତେ ବିଭ୍ରାଟ

ରଞ୍ଜନ କୁମାର ଦାସ ମଣିଷ ଯେତେବେଳେ ଆଦିମ ଥିଲା ସେ ଖୁବ୍‌ ନିଶ୍ଚିନ୍ତରେ, ନିରାଡ଼ମ୍ବର ଭାବେ ଓ ନିରୁଦ୍‌ବିଗ୍ନ ଭାବେ ତା’ର ଜୀବନ ଜିଉଁଥିଲା। ଯେଉଁଠି...

ଅସାଧୁ ନିର୍ବାଚନ

ପ୍ରଦୀପ୍ତ ନାୟକ ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଭାରତୀୟ ସମ୍ବିଧାନ ଓ ନୀତିନିୟମ ଅନୁସାରେ ପ୍ରତ୍ୟେକ ସାବାଳକ ନାଗରିକ ସ୍ବାଧୀନ ଭାବରେ ନିଜ ଇଚ୍ଛାରେ ଭୋଟ...

ନା ସହି ହେଉଛି ନା କହି ହେଉଛି

ମନୀଷା ପଣ୍ଡା ବିଦ୍ୟାଳୟ ଫାଟକ ଭିତରକୁ ପଶିଯିବା କ୍ଷଣି ଆଉ ଛାତି ଫୁଲି ଉଠୁନି ଗର୍ବରେ ମୁଁ ଶିକ୍ଷକ ବୋଲି। ପରିବାରର ମୋ ଜନ୍ମିତ ସନ୍ତାନ...

କହିଲେ କୁଳ କୁଟୁମ୍ବକୁ ଲାଜ

ଅକ୍ଷୟ କୁମାର ମିଶ୍ର ମୋସମେତ ସମସ୍ତେ ଆଜି କାଠଗଡ଼ାରେ। ଗୀତା ଛୁଇଁ ଶପଥ କରି କୁହୁଛୁ, ‘ଯାହା କହିବି ସତ କହିବି, ଆଦୌ ମିଛ କହିବି...

ବିଚାରପତିଙ୍କ ରାଜନୈତିକ ଅଭିଳାଷ

ଶରତ ଚନ୍ଦ୍ର ମିଶ୍ର ଆମ ଦେଶର ସ୍ବାଧୀନତା ସଂଗ୍ରାମ ଓ ସମ୍ବିଧାନ ପ୍ରଣୟନରେ ଆଇନଜୀବୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନେକ ଆଇନଜୀବୀଙ୍କର ରାଜନୈତିକ କାର୍ଯ୍ୟକଳାପ...

ଦକ୍ଷତା ବିକାଶ ଓ ଯୁବବର୍ଗ

ଶୁଭନାରାୟଣ ଶତପଥୀ ଯୁବବର୍ଗଙ୍କ ନିମନ୍ତେ କୌଶଳ ଓ ଦକ୍ଷତାର ଆବଶ୍ୟକତା ଢେର ବେଶି। ଯୁବକ ନିଜର ଶିକ୍ଷା, କୌଶଳକୁ ଯେତେ ଉନ୍ନତ କରନ୍ତି ସେ ସେତେ...

ପ୍ରୀତିଭୋଜନର ବୋଝ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ବନ୍ଧୁ ଜଣକ ବଡ ବିମର୍ଶ ଦିଶୁଥିଲେ, ସତେ ଯେମିତି ସୌଦାଗରଙ୍କ ସାତଖଣ୍ଡ ବୋଇତ ଏକାଦିନେ ସମୁଦ୍ରରେ ବୁଡିଯାଇ ତାଙ୍କୁ ସର୍ବସ୍ବାନ୍ତ...

ସତ୍ୟ ଓ ଜୀବନରେ ତା’ର ପ୍ରୟୋଗ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ‘ସତ୍ୟମେବ ଜୟତେ’ ଓ ‘ସତ୍ୟଂବଦ’ ହେଉଛି ଉପନିଷଦର ବାଣୀ। ମନୁ ସଂହିତାରେ ସତ୍ୟ କଥନକୁ ଧର୍ମାଚରଣର ଲକ୍ଷଣ ଭାବରେ ଗ୍ରହଣ...

Advertisement
Archives

Model This Week