ଏଇ ଭାରତରେ

ଶିକ୍ଷାର ପ୍ରସାର ସହ ପରିବେଶ ସୁଧାରିବା ଅଭିଯାନରେ ବ୍ରତୀ ହୋଇଛନ୍ତି ଆସାମର ଦମ୍ପତି ପ୍ରମିତା ଶର୍ମା ଓ ମାଜିନ ମୁଖତାର। ଦୁହେଁ ପାମୋହି ଅଞ୍ଚଳରେ ଏକ ସ୍କୁଲ ଖୋଲି ଅସହାୟ ପିଲାମାନଙ୍କୁ ମାଗଣାରେ ପଢ଼ାଉଛନ୍ତି। ଏହାସହ ପାମୋହିର ବିଭିନ୍ନ ଗାଁରେ ଏମାନେ ପ୍ଲାଷ୍ଟିକର ପରିବେଶଗତ ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ୨୦୧୬ରେ ୨୦ଜଣ ପିଲାଙ୍କୁ ନେଇ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ଏବେ ସ୍କୁଲରେ ୪ରୁ ୧୫ ବର୍ଷ ବୟସର ୧୧୦ ଜଣ ପିଲା ପଢ଼ୁଛନ୍ତି। ପିଲାମାନେ ପ୍ରତି ସପ୍ତାହରେ ସେମାନଙ୍କ ତଥା ପଡ଼ୋଶୀଙ୍କ ଘରୁ ପ୍ରାୟ ୨୫ ପ୍ରକାର ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରି ସ୍କୁଲରେ ଜମା ଦେଉଛନ୍ତି। ସଂଗୃହୀତ ପ୍ଲାଷ୍ଟିକ୍‌କୁ ସ୍କୁଲ୍‌ ଫି’ ଭାବେ ଗଣାଯାଉଛି। ଏହାକୁ ରିସାଇକ୍ଲିଂ ସେଣ୍ଟରକୁ ପଠାଯାଉଛି। ପାମୋହି ଅଞ୍ଚଳରେ ପିଲାଙ୍କ ଶୈଶବ ଖଣି ଖାଦାନର ଅନ୍ଧକାର ମଧ୍ୟରେ ହଜିଯାଏ। ପିଲାମାନେ କାମ କରି ଦିନକୁ ୧୫୦ରୁ ୨୦୦ଟଙ୍କା ରୋଜଗାର କରି ଶିକ୍ଷାରୁ ଦୂରେଇ ଯାଆନ୍ତି । ତେବେ ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଦମ୍ପତିଙ୍କ ପ୍ରୟାସ ନୂତନ ଆଶା ସଞ୍ଚାର କରିଛି। ଆଗାମୀ ୫ ବର୍ଷରେ ସେମାନେ ଦେଶର ବିଭିନ୍ନ ଅଞ୍ଚଳରେ ଏଭଳି ୧୦୦ଟି ସ୍କୁଲ ଖୋଲିବାକୁ ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri