ଏଇ ଭାରତରେ

ଉଚ୍ଚ ବେତନର ସରକାରୀ ଚାକିରି ତୁଳନାରେ କଇଁଛ ଜୀବନର ମୂଲ୍ୟ ବେଶି ଏହା ପ୍ରତିପାଦିତ କରିଛନ୍ତି ଶୈଳେନ୍ଦ୍ର ସିଂ। ପରିବାର ଇଚ୍ଛା ବିରୋଧରେ ୨୦୦୫ରେ ସୀମା ସୁରକ୍ଷା ବଳରୁ ଚାକିରି ଛାଡି ସେ ବିଲୁପ୍ତପ୍ରାୟ ବହୁ ପ୍ରଜାତିର କଇଁଛଙ୍କ ଜୀବନ ବଞ୍ଚାଉଛନ୍ତି। ଏହାଯୋଗୁ କଇଁଛମାନଙ୍କ ବଞ୍ଚିବାର ହାର ୮୦% ନିଶ୍ଚିତ ହୋଇପାରିଛି। ଏହି କାର୍ଯ୍ୟ ତାଙ୍କୁ ଜଣେ ଆଗ ଧାଡ଼ିର ‘ବନ୍ୟଜୀବ ଯୋଦ୍ଧା’ ପରିଚୟ ଦେଇଛି।
ଭାରତରେ ଦେଖାଯାଉଥିବା ୨୯ ପ୍ରଜାତିର ମଧୁରଜଳ କଇଁଛଙ୍କ ବଂଶ ଲୋପ ପାଇବାକୁ ବସିଛି। ଏମାନଙ୍କୁ ଉଦ୍ଧାର କରିବାରେ ଶୈଳେନ୍ଦ୍ର ୧୩ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ଏବେ ସୁଦ୍ଧା ସେ ୭ଟି ପ୍ରଜାତିକୁ ବିଲୁପ୍ତିରୁ ଉଦ୍ଧାର କରିଛନ୍ତି। ଭାରତ-ନେପାଳ ସୀମା କାଟରନିଆଘାଟ ବନ୍ୟଜନ୍ତୁ ଅଭୟାରଣ୍ୟ ନିକଟସ୍ଥ ଜରଓ୍ବାଲ୍‌ରୋଡ ଗାଁର ବାସିନ୍ଦା ଶୈଳେନ୍ଦ୍ର ୯ ବର୍ଷ ବୟସରୁ କଇଁଛ ଉଦ୍ଧାର ପ୍ରତି ଆଗ୍ରହ ଦେଖାଇଥିଲେ। ସେ ପ୍ରାଣୀବିଜ୍ଞାନରେ ଡିଗ୍ରୀ ଓ ପରିବେଶ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଛନ୍ତି। ୨୦୦୩ରେ ଗୋମତି ନଦୀରୁ କଇଁଛମାନଙ୍କ ଜୀବନ ଉପରେ ଗବେଷଣା କରିବା ସମୟରେ ସେମାନେ ଭୟଙ୍କର ବିପଦରେ ଥିବା ଜାଣି ପାରିଥିଲେ। ଏବେ ସେ ଦେଶର ବିଭିନ୍ନ ସ୍ଥାନରେ କଇଁଛ ଉପରେ ଅନୁଧ୍ୟାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri