ଏଇ ଭାରତରେ

ଉଚ୍ଚ ବେତନର ସରକାରୀ ଚାକିରି ତୁଳନାରେ କଇଁଛ ଜୀବନର ମୂଲ୍ୟ ବେଶି ଏହା ପ୍ରତିପାଦିତ କରିଛନ୍ତି ଶୈଳେନ୍ଦ୍ର ସିଂ। ପରିବାର ଇଚ୍ଛା ବିରୋଧରେ ୨୦୦୫ରେ ସୀମା ସୁରକ୍ଷା ବଳରୁ ଚାକିରି ଛାଡି ସେ ବିଲୁପ୍ତପ୍ରାୟ ବହୁ ପ୍ରଜାତିର କଇଁଛଙ୍କ ଜୀବନ ବଞ୍ଚାଉଛନ୍ତି। ଏହାଯୋଗୁ କଇଁଛମାନଙ୍କ ବଞ୍ଚିବାର ହାର ୮୦% ନିଶ୍ଚିତ ହୋଇପାରିଛି। ଏହି କାର୍ଯ୍ୟ ତାଙ୍କୁ ଜଣେ ଆଗ ଧାଡ଼ିର ‘ବନ୍ୟଜୀବ ଯୋଦ୍ଧା’ ପରିଚୟ ଦେଇଛି।
ଭାରତରେ ଦେଖାଯାଉଥିବା ୨୯ ପ୍ରଜାତିର ମଧୁରଜଳ କଇଁଛଙ୍କ ବଂଶ ଲୋପ ପାଇବାକୁ ବସିଛି। ଏମାନଙ୍କୁ ଉଦ୍ଧାର କରିବାରେ ଶୈଳେନ୍ଦ୍ର ୧୩ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ଏବେ ସୁଦ୍ଧା ସେ ୭ଟି ପ୍ରଜାତିକୁ ବିଲୁପ୍ତିରୁ ଉଦ୍ଧାର କରିଛନ୍ତି। ଭାରତ-ନେପାଳ ସୀମା କାଟରନିଆଘାଟ ବନ୍ୟଜନ୍ତୁ ଅଭୟାରଣ୍ୟ ନିକଟସ୍ଥ ଜରଓ୍ବାଲ୍‌ରୋଡ ଗାଁର ବାସିନ୍ଦା ଶୈଳେନ୍ଦ୍ର ୯ ବର୍ଷ ବୟସରୁ କଇଁଛ ଉଦ୍ଧାର ପ୍ରତି ଆଗ୍ରହ ଦେଖାଇଥିଲେ। ସେ ପ୍ରାଣୀବିଜ୍ଞାନରେ ଡିଗ୍ରୀ ଓ ପରିବେଶ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଛନ୍ତି। ୨୦୦୩ରେ ଗୋମତି ନଦୀରୁ କଇଁଛମାନଙ୍କ ଜୀବନ ଉପରେ ଗବେଷଣା କରିବା ସମୟରେ ସେମାନେ ଭୟଙ୍କର ବିପଦରେ ଥିବା ଜାଣି ପାରିଥିଲେ। ଏବେ ସେ ଦେଶର ବିଭିନ୍ନ ସ୍ଥାନରେ କଇଁଛ ଉପରେ ଅନୁଧ୍ୟାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ବଡ଼

ଡ. ସୁବାସ ଚନ୍ଦ୍ର ପାତ୍ର   ସାମାଜିକ କଥୋପକଥନରେ ବଡ଼ ସାନର କ୍ରମ ବିଷୟରେ ଆମକୁ କିଛି କଥା କୁହାଯାଇଥାଏ। ଯେମିତି ଡାକ୍ତର ଦ୍ୱିତୀୟ ଭଗବାନ୍‌,...

ଖେଳ ଆରମ୍ଭ ହେଲା

ସମ୍ପାଦକୀୟ/ତଥାଗତ ସତପଥୀ ସବୁ ଭାବୁଥିଲେ ଯେ, ମୋଦି-ଶାହ ମେଣ୍ଟ ଏ ଦେଶରେ ସବୁଠାରୁ ଚତୁର ଏବଂ ଦକ୍ଷ। କୁହାଯାଉଥିଲା ଯେ ଅସମ୍ଭବକୁ ସମ୍ଭବ କରିପାରୁଛନ୍ତି ଅମିତ୍‌...

ଏଇ ଭାରତରେ

୧୦୫ ବର୍ଷ ବୟସରେ ଜଣେ ମହିଳା ଚାଷ କରିବା କଥା କେବେ ଚିନ୍ତା କରିପାରୁଛନ୍ତି। ହେଲେ ଏହା ସମ୍ଭବ ହୋଇଛି ପାପ୍ପାମଲ୍‌ଙ୍କ ଦ୍ୱାରା। ତାମିଲନାଡୁର ଏହି...

ମାକ୍‌ରଁଙ୍କୁ ସମର୍ଥନ

ଫ୍ରାନ୍ସର ନିସ୍‌ରେ ଗତ ସପ୍ତାହରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ମହିଳାଙ୍କ ମୁଣ୍ଡକାଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ଅନେକ...

ନିର୍ବାଚନରେ ଧର୍ମୀୟଭାବନା

କ’ଣ ପାଇଁ ଆମେ ଭୋଟ ଦେଉଛୁ। ପଞ୍ଜାବ, ମଣିପୁର, ଗୋଆ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ନିର୍ବାଚନ ଫଳାଫଳ ପାଖେଇ ଆସୁଥିବାରୁ ଏଭଳି ପ୍ରଶ୍ନ ଉପରେ ଆମକୁ...

ଚାଇନାର ଚାଲ୍‌

ଲଦାଖ ସୀମାରେ ଥିବା ସମସ୍ୟା ସମ୍ପର୍କରେ ଜୁନ୍‌ ୬ରେ ଭାରତ ଓ ଚାଇନା ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ଦେଶର ଲ୍ୟୁଟ୍‌ନାଣ୍ଟ ଜେନେରାଲଙ୍କ...

ଶିକ୍ଷକତାକୁ ଦୂରୁ ଜୁହାର

ଅକ୍ଷୟ କୁମାର ମିଶ୍ର ଏପ୍ରିଲ ଚାରି ତାରିଖରେ ଉଚ୍ଚ ନ୍ୟାୟାଳୟ ଆମ ରାଜ୍ୟ ସରକାରଙ୍କର ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ଏହାର ବହୁ ପୂର୍ବରୁ...

‘ଅନୁପ୍ରବେଶ’କୁ ଅନୁମତି

ଆମ ପଡ଼ୋଶୀ ରାଜ୍ୟଗୁଡ଼ିକ ଆମ ଅଞ୍ଚଳକୁ ଜବରଦଖଲ ବା ଅନୁପ୍ରବେଶ କରିବାରେ ଲାଗିଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକର ଅଧିବାସୀଙ୍କୁ ମନ ଭୁଲାଣିଆ କଥା କହି, ସୁବିଧା ସୁଯୋଗ...

Advertisement
Archives

Model This Week