ଏଇ ଭାରତରେ

ବୈଧବ୍ୟ ଯନ୍ତ୍ରଣାରୁ ମୁକୁଳି ୧୬,୦୦୦ ମହିଳାଙ୍କୁ ସଶକ୍ତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ନିର୍ମାଲ ଚାନ୍ଦେଲ। ହିମାଚଳପ୍ରଦେଶର ମଣ୍ଡି ନିବାସୀ ନିର୍ମାଲଙ୍କ ସ୍ବାମୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହେବା ପରେ ସେ ସେଠାକାର କୁତ୍ସିତ ପ୍ରଥାର ଶିକାର ହୋଇଥିଲେ। ସେତେବେଳକୁ ତାଙ୍କର ବୟସ ଥିଲା ୩୦। ତାଙ୍କୁ ଏକ ଅନ୍ଧାରିଆ ଘରେ ବିନା ପଙ୍ଖାରେ ରହିବାକୁ ପଡ଼ିଲା। ରଙ୍ଗିନ ଲୁଗା ପିନ୍ଧିବାକୁ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କ ସହ ଏକାଠି ଖାଇବାକୁ ଦିଆଯାଉ ନ ଥିଲା। କୌଣସି ପାରିବାରିକ ଉତ୍ସବରେ ଉପସ୍ଥିତ ରହିବାର ସୁଯୋଗ ବି ତାଙ୍କ ଭାଗ୍ୟରେ ନ ଥିଲା। ଏସବୁ ଯନ୍ତ୍ରଣାଦାୟକ ସମୟକୁ ସାମ୍‌ନା କରିବା ପରେ ସ୍ବାବଲମ୍ବୀ ହେବା ଲାଗି ଏକ ଏନ୍‌ଜିଓରେ ସ୍ବଳ୍ପ ଦରମାରେ କାମ କଲେ। ପରେ ବିଧବାମାନଙ୍କୁ ସାହାଯ୍ୟ କରିବାକୁ ୨୦୦୫ରେ ଏନ୍‌ଜିଓ ଛାଡି ‘ଏକଲା ନାରୀ ଶକ୍ତି ସଂଗଠନ’ ଗଠନ କରିଥିଲେ। ଏହା ମାଧ୍ୟମରେ ୧୬,୦୦୦ ବିଧବା, ଅବିବାହିତ ତଥା ସ୍ବାମୀ ପରିତ୍ୟକ୍ତ ମହିଳାଙ୍କ ଜୀବନ ଜୀବିକା ଗଢ଼ିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ସେ ଏକ ହ୍ବାଟ୍ସଆପ୍‌ ଗ୍ରୁପ କରି ବିଭିନ୍ନ ନିଯୁକ୍ତି ସୁଯୋଗ ସମ୍ପର୍କରେ ବିଧବାମାନଙ୍କୁ ଅବଗତ କରୁଛନ୍ତି। ତାଙ୍କ ସହଯୋଗରେ ଏଯାବତ ୧୫୦ରୁ ଊର୍ଦ୍ଧ୍ୱ ମହିଳା ଚାକିରି ପାଇବାକୁ ସକ୍ଷମ ହୋଇଛନ୍ତି। ରାଜ୍ୟରେ ବିଧବାମାନଙ୍କୁ ସ୍ବାସ୍ଥ୍ୟ ବୀମା, ରାଶନ କାର୍ଡ ଓ ସୁରକ୍ଷା ନିଶ୍ଚିତ କରାଯାଇପାରିଛି ବୋଲି କହନ୍ତି ୫୬ ବର୍ଷୀୟା ନିର୍ମାଲ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri