ଏଇ ଭାରତରେ

ବୈଧବ୍ୟ ଯନ୍ତ୍ରଣାରୁ ମୁକୁଳି ୧୬,୦୦୦ ମହିଳାଙ୍କୁ ସଶକ୍ତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ନିର୍ମାଲ ଚାନ୍ଦେଲ। ହିମାଚଳପ୍ରଦେଶର ମଣ୍ଡି ନିବାସୀ ନିର୍ମାଲଙ୍କ ସ୍ବାମୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହେବା ପରେ ସେ ସେଠାକାର କୁତ୍ସିତ ପ୍ରଥାର ଶିକାର ହୋଇଥିଲେ। ସେତେବେଳକୁ ତାଙ୍କର ବୟସ ଥିଲା ୩୦। ତାଙ୍କୁ ଏକ ଅନ୍ଧାରିଆ ଘରେ ବିନା ପଙ୍ଖାରେ ରହିବାକୁ ପଡ଼ିଲା। ରଙ୍ଗିନ ଲୁଗା ପିନ୍ଧିବାକୁ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କ ସହ ଏକାଠି ଖାଇବାକୁ ଦିଆଯାଉ ନ ଥିଲା। କୌଣସି ପାରିବାରିକ ଉତ୍ସବରେ ଉପସ୍ଥିତ ରହିବାର ସୁଯୋଗ ବି ତାଙ୍କ ଭାଗ୍ୟରେ ନ ଥିଲା। ଏସବୁ ଯନ୍ତ୍ରଣାଦାୟକ ସମୟକୁ ସାମ୍‌ନା କରିବା ପରେ ସ୍ବାବଲମ୍ବୀ ହେବା ଲାଗି ଏକ ଏନ୍‌ଜିଓରେ ସ୍ବଳ୍ପ ଦରମାରେ କାମ କଲେ। ପରେ ବିଧବାମାନଙ୍କୁ ସାହାଯ୍ୟ କରିବାକୁ ୨୦୦୫ରେ ଏନ୍‌ଜିଓ ଛାଡି ‘ଏକଲା ନାରୀ ଶକ୍ତି ସଂଗଠନ’ ଗଠନ କରିଥିଲେ। ଏହା ମାଧ୍ୟମରେ ୧୬,୦୦୦ ବିଧବା, ଅବିବାହିତ ତଥା ସ୍ବାମୀ ପରିତ୍ୟକ୍ତ ମହିଳାଙ୍କ ଜୀବନ ଜୀବିକା ଗଢ଼ିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ସେ ଏକ ହ୍ବାଟ୍ସଆପ୍‌ ଗ୍ରୁପ କରି ବିଭିନ୍ନ ନିଯୁକ୍ତି ସୁଯୋଗ ସମ୍ପର୍କରେ ବିଧବାମାନଙ୍କୁ ଅବଗତ କରୁଛନ୍ତି। ତାଙ୍କ ସହଯୋଗରେ ଏଯାବତ ୧୫୦ରୁ ଊର୍ଦ୍ଧ୍ୱ ମହିଳା ଚାକିରି ପାଇବାକୁ ସକ୍ଷମ ହୋଇଛନ୍ତି। ରାଜ୍ୟରେ ବିଧବାମାନଙ୍କୁ ସ୍ବାସ୍ଥ୍ୟ ବୀମା, ରାଶନ କାର୍ଡ ଓ ସୁରକ୍ଷା ନିଶ୍ଚିତ କରାଯାଇପାରିଛି ବୋଲି କହନ୍ତି ୫୬ ବର୍ଷୀୟା ନିର୍ମାଲ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ଅର୍ଥନୀତି/ ଚାହିଦା ମରୁଡ଼ି

ଦେଶ ବର୍ତ୍ତମାନ ଘୋର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତିକରୁଛି। ପ୍ରାୟ ସବୁ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଅର୍ଥନୈତିକ ପ୍ରଗତି ଧିମେଇ ଯାଇଛି। ଷ୍ଟକ୍‌...

ମହମ୍ମଦ ଅନିଶ

ଓଡ଼ିଶାର ମାଓବାଦୀପ୍ରବଣ ମାଲକାନଗିରି ଜିଲାରେ ମହମ୍ମଦ ଅନିଶ ନାମକ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନ କାର୍ଯ୍ୟରତ ଅଛନ୍ତି। ଜୀବନକୁ ପାଣି ଛଡ଼ାଇ ଓଡ଼ିଶାବାସୀଙ୍କୁ ଶାନ୍ତିରେ...

ସାହିତ୍ୟର ଜୟ ହେଉ

ସମାଜ ଓ ସାହିତ୍ୟ ସବୁବେଳେ ଓତପ୍ରୋତ ଭାବରେ ଜଡ଼ିତ। ଏକ ସୁସ୍ଥ ସମାଜ ଗଠନ ଦିଗରେ ସାହିତ୍ୟର ଭୂମିକା ସବୁବେଳେ ଆଗରେ। ଆମ ଓଡ଼ିଆ ସାହିତ୍ୟରେ...

ଏଇ ଭାରତରେ

ନିଷ୍ଠା ଓ ଏକାଗ୍ରତା ବଳରେ ସବୁ କିଛି ସମ୍ଭବ। ଏହା ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହନ୍‌ମନ୍ତରାଓ ଗାଏକ୍ୱାଡ। ସେ ପରିବାର ପ୍ରତିପୋଷଣ ପାଇଁ ଆମ୍ବ ବିକ୍ରି...

କାର୍ଯ୍ୟସ୍ଥଳୀରେ ଶ୍ରମିକଙ୍କ ସୁରକ୍ଷା

ଅନିଲ କୁମାର ନନ୍ଦ   ଭାରତରେ ମାର୍ଚ୍ଚ ୪ ତାରିଖକୁ ୧୯୭୨ ମସିହାରୁ ଜାତୀୟ ସୁରକ୍ଷା ଦିବସ ରୂପେ ପାଳନ କରାଯାଇ ଆସୁଅଛି। ସୁରକ୍ଷିତ କାର୍ଯ୍ୟ...

ଏଇ ଭାରତରେ

ବହୁ ସମୟରେ ନିଜ ପସନ୍ଦର ବୃତ୍ତି ତଥା ସ୍ବାଧୀନ ଭାବେ ରୋଜଗାର କରିବା ଲକ୍ଷ୍ୟରେ ଅନେକେ ସୁରକ୍ଷିତ ଓ ଉଚ୍ଚ ବେତନର ଚାକିରି ଛାଡ଼ି ଦେଇଥାନ୍ତି।...

ସଭିଏଁ ହୋଇ ଏକମୁଖ

ଶ୍ରୀ ସନ୍ନ୍ୟାସୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ୭ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଏହାକୁ ୨୧...

ରେଲ୍‌ୱେର ଆଭ୍ୟନ୍ତରୀଣ ସଙ୍କଟ

ମହାନଗରଗୁଡିକରୁ ଘରକୁ ଫେରିଆସୁଥିବା ପ୍ରବାସୀ ଶ୍ରମିକମାନଙ୍କ ରେଳଯାତ୍ରାକୁ କେନ୍ଦ୍ରକରି ସୃଷ୍ଟି ହାଇଥିବା ବିଭ୍ରାଟ ଯୋଗୁ ଭାରତୀୟ ରେଲ୍‌ଓ୍ବେ ଏବେ ରୋଷର ଶିକାର ହୋଇଛି । ଟ୍ରାଫିକ...

Advertisement
Archives

Model This Week