ଏଇ ଭାରତରେ

ଜୀବନ ସଭିଙ୍କ ପାଇଁ ସମାନ । ଯେକୌଣସି ଧର୍ମ ବିଚାରରେ ବି ଜୀବନର ମୂଲ୍ୟ ଅକଳନୀୟ। ଯେଉଁଥିତ୍ପାଇଁ ଜଣେ ହିନ୍ଦୁ ମହିଳା ଓ ଜଣେ ମୁସଲମାନ ମହିଳା ସେମାନଙ୍କ କିଡ୍‌ନୀ ଦାନ କରି ପରସ୍ପରର ସ୍ବାମୀଙ୍କ ଜୀବନ ବଞ୍ଚାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମହତ୍‌ କାର୍ଯ୍ୟରେ ସେମାନେ ସର୍ବଧର୍ମ ସମନ୍ବୟ ବାର୍ତ୍ତା ମଧ୍ୟ ଦେଇଛନ୍ତି। ଡେରାଡୁନ୍‌ର ବିକାଶ ଉନିୟାଲ ଏବଂ ଅସରଫ ଅଲି କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିତ୍ତ୍ଲେ। ଅସରଫ୍‌ଙ୍କ ବୟସ ୫୧ ହୋଇଥିବାବେଳେ ବିକାଶଙ୍କ ବୟସ ୫୦। ସେମାନେ କିଡ୍‌ନୀ ଡୋନର୍‌ ସନ୍ଧାନରେ ମଧ୍ୟ ଥିତ୍ଲେ। ହେଲେ ତାହା ପାଇବାକୁ ସକ୍ଷମ ହୋଇ ପାରି ନ ଥିଲେ କାରଣ ସେମାନଙ୍କ ନିକଟରେ ଅର୍ଥାଭାବ ରହିଥିତ୍ଲା। ଡାକ୍ତରୀ ପରୀକ୍ଷା ପରେ ବିକାଶଙ୍କ ସ୍ତ୍ରୀ ସୁଷମାଙ୍କର କିଡ୍‌ନୀ ଅସରଫଙ୍କ ସହ ମ୍ୟାଚ ହୋଇଥିଲା। ଅସରଫଙ୍କ ସ୍ତ୍ରୀ ସୁଲତାନାଙ୍କର କିଡ୍‌ନୀ ମଧ୍ୟ ବିକାଶଙ୍କ ସହ ମ୍ୟାଚ୍‌ ହୋଇଯାଇଥିତ୍ଲା। ଫଳରେ ଦୁଇଜଣଙ୍କ ଜୀବନର ଆଶା ସଞ୍ଚାର ହୋଇଥିଲା। ପରେ ଡେରାଡୁନର ହିମାଳୟାନ ହସ୍ପିଟାଲରେ ସୁଷମାଙ୍କ କିଡ୍‌ନୀ ଅସରଫଙ୍କ ଶରୀରରେ ଓ ସୁଲତାନାଙ୍କ କିଡ୍‌ନୀ ବିକାଶଙ୍କଠାରେ ପ୍ରତିରୋପଣ କରାଯାଇଛି। ଏହାଦ୍ୱାରା ଉଭୟ ପରିବାର ଆର୍ଥିକ କଷ୍ଟରୁ ମୁକ୍ତି ପାଇବା ସହ ମାନସିକ ଶାନ୍ତି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri