ଏଇ ଭାରତରେ

ସାରା ଭାରତରେ ବୟସ୍କ ଓ ଦିବ୍ୟାଙ୍ଗମାନଙ୍କୁ ଯାତାୟାତର ସୁବିଧା ଯୋଗାଇ ଦେଉଛନ୍ତି ସରତାଜ ଲାମ୍ବା। ଲୋକମାନେ ଗାଡ଼ିରେ ଯିବା ସମୟରେ ସେମାନଙ୍କୁ ଆବଶ୍ୟକ ସେବା କରାଯାଉଛି। ଆର୍ମି ଓ୍ବାଇଭ୍‌ସ୍‌ ଓ୍ବେଲଫେୟାର ଆସୋସିଏଶନ୍‌ର ଜଣେ ସକ୍ରିୟ ସଦସ୍ୟ ଭାବେ ସରତାଜ୍‌ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସହଯୋଗରେ ଏହି ଅଭିଯାନ ଚଳାଇଛନ୍ତି। ସରତାଜ ରହୁଛନ୍ତି ଚଣ୍ଡିଗଡ଼ରେ। ଗାଡ଼ି କମ୍‌ ଭଡ଼ାରେ ଦିଲ୍ଲୀ, ମୋହାଲି, ଆମ୍ବାଲା, ଚଣ୍ଡିଗଡ଼, ଫରିଦାବାଦ, ଗୁରୁଗ୍ରାମ ଏବଂ ନଏଡାରେ ଉପଲବ୍ଧ ହେଉଛି। ପାଖାପାଖି ୭୦ଟି ଗାଡ଼ି ଚାଲୁଛି। ଏଥି ମଧ୍ୟରୁ ୨୦ଟିରେ ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏଥିତ୍ରେ ରୋଟେଟିଂ ସିଟ୍‌, ଅକ୍ସିଜେନ ସିଲିଣ୍ଡର ଏବଂ ଫାଷ୍ଟଏଡ୍‌ ରଖାଯାଇଛି। କେମୋଥେରାପି ଓ ଡାୟାଲିସିସ୍‌ ପାଇଁ ହସ୍ପିଟାଲ ଯାଉଥିବା ବୟସ୍କମାନେ ବେଶି ଉପକୃତ ହେଉଛନ୍ତି। ସରତାଜ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଡ୍ରାଇଭର ଏବଂ କେୟାର ଟେକର ଭାବେ ନିଯୁକ୍ତି ଦେଇଛନ୍ତି ଓ ଏହି ସେବାକୁ ସାରା ଭାରତରେ ଉପଲବ୍ଧ କରିବାର ଯୋଜନା କରିଛନ୍ତି। ସେ ମହିଳା ଡ୍ରାଇଭର ନିଯୁକ୍ତି ଦେବା ଲାଗି ଲକ୍ଷ୍ୟ ରଖିଛନ୍ତି। ଗତ ଦୁଇ ବର୍ଷରେ ସରତାଜ୍‌ ୨୦୦୦ରୁ ଊର୍ଦ୍ଧ୍ୱ ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ସେବା ଯୋଗାଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri