ଏଇ ଭାରତରେ

ଏକା ସାଙ୍ଗରେ ଜଳ ସଙ୍କଟ ଦୂର ହେଉଛି, ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ରକ୍ଷା କରାଯାଉଛି ଓ କୃଷକଙ୍କ ଆୟ ବୃଦ୍ଧି ମଧ୍ୟ ହେଉଛି । ମହାରାଷ୍ଟ୍ରର ଆଦିବାସୀ ଗାଁଗୁଡ଼ିକରେ ଏଭଳି ସୁଧାର ଆଣିବାରେ ସକ୍ଷମ ହୋଇପାରିଛନ୍ତି ନୀତିଶ ମୁକାନି । ୧୯୯୫ରେ ମହାରାଷ୍ଟ୍ରର ତଳୋଦା ଏବଂ ନନ୍ଦୁର୍‌ବର ଜିଲାରେ ଅପପୁଷ୍ଟି ଯୋଗୁ ବହୁ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ନୀତିଶ ମୁମ୍ବାଇର ସୋସିଆଲ ଓ୍ବାର୍କ କଲେଜ ‘ନିର୍ମଳ ନିକେତନ’ର ଛାତ୍ର ଥିଲେ। ଦୁଇ ଜିଲାରେ ଶିଶୁଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା ଲାଗି କରାଯାଇଥିବା ଯୋଜନାରେ ସେ ସାମିଲ ହୋଇ ଏଭଳି ଏକ ଗୁରୁତର ସମସ୍ୟା ଦୂର କରିବା ଲାଗି ଲକ୍ଷ୍ୟ ରଖିଥିଲେ। ପରେ ନିଜସ୍ବ ଉଦ୍ୟମରେ ୨୦୧୪ରେ ‘ଆରୋହଣ’ ପ୍ରତିଷ୍ଠା କରି ବିଭିନ୍ନ ଆଦିବାସୀ ଗ୍ରାମରେ ଜଳ ସଂରକ୍ଷଣ, ସ୍ବାସ୍ଥ୍ୟ ଓ ପୋଷଣ ଏବଂ ସୌରଚାଳିତ ଜଳସେଚନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିପାରିଛନ୍ତି। ଏହାଦ୍ୱାରା ହଜାର ହଜାର ଲୋକ ଉପକୃତ ହେଉଛନ୍ତି। ପାନୀୟ ଜଳ ପାଇଁ ସେ ମଧ୍ୟ ୪୦ଟି ସୌରଚାଳିତ ଫିଲଟ୍ରେଶନ ୟୁନିଟ୍‌ ବସାଯାଇଛି। ଫଳରେ ବିଭିନ୍ନ ଗାଁର ୧୪,୭୩୮ ଲୋକ ଉପକୃତ ହେଉଛନ୍ତି। ୧୦୦୦ କୃଷକଙ୍କ ପାଇଁ ଜଳସେଚନର ସୁବିଧା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri