ଏଇ ଭାରତରେ

ଏକା ସାଙ୍ଗରେ ଜଳ ସଙ୍କଟ ଦୂର ହେଉଛି, ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ରକ୍ଷା କରାଯାଉଛି ଓ କୃଷକଙ୍କ ଆୟ ବୃଦ୍ଧି ମଧ୍ୟ ହେଉଛି । ମହାରାଷ୍ଟ୍ରର ଆଦିବାସୀ ଗାଁଗୁଡ଼ିକରେ ଏଭଳି ସୁଧାର ଆଣିବାରେ ସକ୍ଷମ ହୋଇପାରିଛନ୍ତି ନୀତିଶ ମୁକାନି । ୧୯୯୫ରେ ମହାରାଷ୍ଟ୍ରର ତଳୋଦା ଏବଂ ନନ୍ଦୁର୍‌ବର ଜିଲାରେ ଅପପୁଷ୍ଟି ଯୋଗୁ ବହୁ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ନୀତିଶ ମୁମ୍ବାଇର ସୋସିଆଲ ଓ୍ବାର୍କ କଲେଜ ‘ନିର୍ମଳ ନିକେତନ’ର ଛାତ୍ର ଥିଲେ। ଦୁଇ ଜିଲାରେ ଶିଶୁଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା ଲାଗି କରାଯାଇଥିବା ଯୋଜନାରେ ସେ ସାମିଲ ହୋଇ ଏଭଳି ଏକ ଗୁରୁତର ସମସ୍ୟା ଦୂର କରିବା ଲାଗି ଲକ୍ଷ୍ୟ ରଖିଥିଲେ। ପରେ ନିଜସ୍ବ ଉଦ୍ୟମରେ ୨୦୧୪ରେ ‘ଆରୋହଣ’ ପ୍ରତିଷ୍ଠା କରି ବିଭିନ୍ନ ଆଦିବାସୀ ଗ୍ରାମରେ ଜଳ ସଂରକ୍ଷଣ, ସ୍ବାସ୍ଥ୍ୟ ଓ ପୋଷଣ ଏବଂ ସୌରଚାଳିତ ଜଳସେଚନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିପାରିଛନ୍ତି। ଏହାଦ୍ୱାରା ହଜାର ହଜାର ଲୋକ ଉପକୃତ ହେଉଛନ୍ତି। ପାନୀୟ ଜଳ ପାଇଁ ସେ ମଧ୍ୟ ୪୦ଟି ସୌରଚାଳିତ ଫିଲଟ୍ରେଶନ ୟୁନିଟ୍‌ ବସାଯାଇଛି। ଫଳରେ ବିଭିନ୍ନ ଗାଁର ୧୪,୭୩୮ ଲୋକ ଉପକୃତ ହେଉଛନ୍ତି। ୧୦୦୦ କୃଷକଙ୍କ ପାଇଁ ଜଳସେଚନର ସୁବିଧା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri