ଏଇ ଭାରତରେ

ଡ୍ରମ, ଟାୟାର ଓ ଟ୍ୟୁବ୍‌ ପୁନଃ ଉପଯୋଗ କରି ବର୍ଷକୁ ୧ କୋଟି ଟଙ୍କା ରୋଜଗାର କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମହାରାଷ୍ଟ୍ରର ପ୍ରମୋଦ ସୁସାରେଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପ୍ରମୋଦ ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର। ସେ ଏକ କମ୍ପାନୀରେ ଭଲ ଦରମାରେ ଚାକିରି କରିଥିଲେ। ହେଲେ ତାହାକୁ ଛାଡ଼ି ୨୦୧୮ରୁ ଏହି କାର୍ଯ୍ୟରେ ଲାଗିଛନ୍ତି। ପି୨-ଏସ୍‌ ଇଣ୍ଟର୍‌ନ୍ୟାଶନାଲ କମ୍ପାନୀ ପ୍ରତିଷ୍ଠା କରି ପରିବେଶ ପ୍ରଦୂଷଣ ରୋକିବା ସହ ଅନେକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ବ୍ୟବହୃତ ଡ୍ରମ ଏବଂ ଅଦରକାରୀ ଟାୟାର ଓ ଟ୍ୟୁବ୍‌ରୁ ବିଭିନ୍ନ ଆକର୍ଷଣୀୟ ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହାକୁ ପ୍ରଥମେ ପୁଣେସ୍ଥିତ ଏକ କାଫେ ପସନ୍ଦ କରିବା ପରେ ତାହାର ଚାହିଦା ବୃଦ୍ଧି ପାଇଥିତ୍ଲା। ପରେ ଠାଣେର ଏକ ପ୍ରୋଜେକ୍ଟରୁ ୫.୫ ଲକ୍ଷ ଟଙ୍କା ରୋଜଗାର କରିବା ପରେ ସେ ଆଉ ପଛକୁ ଫେରିନାହାନ୍ତି। ଏବେ ବର୍ଷକୁ ୧ କୋଟି ଟଙ୍କାରୁ ବେଶି ଆୟ କରୁଛନ୍ତି। ଏହି କାର୍ଯ୍ୟରେ ୧୪ ଜଣ ଆର୍ଟିଷ୍ଟ ଓ ଷ୍ଟାଫ୍‌ଙ୍କୁୁ ନିଯୁକ୍ତି ଦେଇଛନ୍ତି। ଜିନିଷ ଲାଗି ପଞ୍ଜାବ, ହରିୟାଣା, ବେଙ୍ଗାଲୁରୁ, ଗୋଆ ଓ ଚେନ୍ନାଇରୁ ଅର୍ଡର ପାଉଛନ୍ତି। ୨୦୨୨ରେ ପୁଣେ ଓ ଠାଣେରେ ଆଉଟ୍‌ଲେଟ ଖୋଲିବାର ଯୋଜନା କରିଛନ୍ତି ପ୍ରମୋଦ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri