ଏଇ ଭାରତରେ

ମାନସିକ ଅନଗ୍ରସର ଓ ବିଷାଦଗ୍ରସ୍ତଙ୍କ ପାଇଁ ସାହାରା ପାଲଟିଛନ୍ତି ସୁମିତ୍ରା ଗାର୍ଗାଇ। ହୋ’ ଆଦିବାସୀ ସମ୍ପ୍ରଦାୟର ସୁମିତ୍ରା ରହନ୍ତି ଝାଡ଼ଖଣ୍ଡର ନାରଙ୍ଗ ଗାଁରେ। ନବମ ପାସ୍‌ ପରେ ସେ ବିବାହ କରି ବହୁ ବିପର୍ଯ୍ୟୟକୁ ସାମ୍ନା କରିଥିଲେ। ୩ କନ୍ୟା ସନ୍ତାନର ଜନନୀ ହେବାପରେ ପୁତ୍ର ସନ୍ତାନକୁ ନେଇ ଶାଶୁଘର ପକ୍ଷରୁ ବହୁ ନିର୍ଯାତନାକୁ ସାମ୍ନା କରିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ସେ ବିଷାଦଗ୍ରସ୍ତ ହୋଇପଡ଼ିବା ପରେ ସାମାଜିକ ସଙ୍ଗଠନ ‘ଏକଜୁଟ୍‌’ ଦ୍ୱାରା ଏଥିରୁ ମୁକୁଳିଥିଲେ। ପରେ ଏଭଳି ପରିସ୍ଥିତିକୁ ସାମ୍ନା କରୁଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ‘ଏକଜୁଟ’ ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ ଝାଡ଼ଖଣ୍ଡର ବହୁ ଗାଁରେ ମାନସିକ ଅନଗ୍ରସର ଓ ବିଷାଦଗ୍ରସ୍ତ ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ସେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି। ନିୟମିତ ଗାଁ ଗାଁ ବୁଲି ମାନସିକ ଅନଗ୍ରସରଙ୍କୁ ଭେଟୁଛନ୍ତି ଓ ସେମାନଙ୍କ ଚିକିତ୍ସା, ଖାଦ୍ୟ ତଥା ପରିବେଶଗତ ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରୁଛନ୍ତି। ‘ଏକଜୁଟ୍‌’ର ଚିକିତ୍ସକମାନଙ୍କୁ ନେଇ ସ୍ବାସ୍ଥ୍ୟ ଶିବିର କରୁଛନ୍ତି। ବିଷାଦ ଏବେ ଏକ ନୀରବ ମହାମାରୀ ସାଜିଥିବାରୁ ସୁମିତ୍ରା ଲୋକମାନଙ୍କୁ ଏଥିରୁ ମୁକାଳି ଆତ୍ମହତ୍ୟା ହ୍ରାସ କରିବାକୁ ସକ୍ଷମ ହୋଇଛନ୍ତି। ଏବେସୁଦ୍ଧା ସୁମିତ୍ରା ଶତାଧିକ ମାନସିକ ଅନଗ୍ରସରଙ୍କ ଆଶାବାଡ଼ି ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri