ଏଇ ଭାରତରେ

ଭର୍ଚୁଆଲ ଅସ୍ଥି ବିସର୍ଜନ କଥା ଶୁଣିଛନ୍ତି କି। ଏମିତି ପଦ୍ଧତିରେ ଏବେ ଗଙ୍ଗାରେ ଅସ୍ଥି ବିସର୍ଜନ କରାଯିବା ଲାଗି ଯୋଜନା କରାଯାଇଛି। ଏହି ଯୋଜନାର ନାମ ରଖାଯାଇଛି ‘ମୁକ୍ତି ଯୋଜନା’। ଏହାଦ୍ୱାରା ପରିଜନଙ୍କ ଅସ୍ଥି ବିସର୍ଜନ କରିବା ଲାଗି ଆଉ ହରିଦ୍ୱାରରେ ପହଞ୍ଚିବା ଲାଗି ପଡ଼ିବନି। ଘରେ ରହି ଅସ୍ଥି ବିସର୍ଜନ କରିବେ। ବିସର୍ଜନ ରୀତିକୁ ଘରେ ବସି ଲାଇଭ୍‌ ଷ୍ଟିମିଂ ଜରିଆରେ ଦେଖିପାରିବେ। ଉତ୍ତରାଖଣ୍ଡର ସଂସ୍କୃତ ଏକାଡେମୀ ଏହି ନୂଆ ଯୋଜନା କରିଛି। ଲୋକେ କୋରିୟର କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଅସ୍ଥି ଏକାଡେମୀ ନିକଟରେ ପହଞ୍ଚାଇ ଦେଲେ ରୀତିନୀତିରେ ଅସ୍ଥି ବିସର୍ଜନ କରାଯିବ ବୋଲି କୁହାଯାଇଛି। ପାଞ୍ଚମାସ ତଳେ ଏକାଡେମୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ଓ ତାହାକୁ ଏବେ କାର୍ଯ୍ୟକାରୀ କରାଯିବ ବୋଲି କହନ୍ତି ଏକାଡେମୀର ସେକ୍ରେଟାରୀ ଆନନ୍ଦ ଭରଦ୍ୱାଜ। ଖାସ୍‌ କରି ପ୍ରବାସୀ ଭାରତୀୟମାନଙ୍କ ପାଇଁ ‘ମୁକ୍ତି ଯୋଜନା’ କରାଯାଇଛି । ଅସ୍ଥି ବିସର୍ଜନରୁ ଯେମିତି କୌଣସି ହିନ୍ଦୁ ବଞ୍ଚିତ ନ ହେବେ ସେଥିପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏହା କେବେ ଲାଗୁ କରାଯିବ ଓ କେତେ ଦେୟ ରଖାଯିବ ତାହା ସ୍ଥିର କରାଯାଇନାହିଁ। କିନ୍ତୁ ଅସ୍ଥି ବିସର୍ଜନ କାର୍ଯ୍ୟ ତୁଲାଉଥିବା ‘ଗଙ୍ଗା ସଭା’ ଏଥିତ୍ରେ ଅସନ୍ତୋଷ ବ୍ୟକ୍ତ କରିଛି। ହରିଦ୍ୱାର ପୁରୋହିତ ସମୂହ ଏହି ଯୋଜନାକୁ ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri