ଏଇ ଭାରତରେ

ଅତ୍ୟାଧୁନିକ ନିର୍ମାଣ କାର୍ଯ୍ୟ ଯୋଗୁ ଭାରତରେ ୩୦% ବାୟୁ ପ୍ରଦୂଷଣ ହେଉଥିତ୍ବାରୁ ଏଥିରେ ସୁଧାର ଆଣିବା ପାଇଁ କର୍ନାଟକର ‘ଶୂନ୍ୟତା ଇକୋ ହୋଟେଲ’ ନୂଆ ବାଟ ଦେଖାଇଛି। ଏହାର ମାଲିକ ହେଉଛନ୍ତି ୪୩ ବର୍ଷୀୟ ଲୋକେଶ ଗୁଞ୍ଜୁଗନୁର । କର୍ନାଟକର ଚିକ୍‌ମାଗାଲୁରରେ ଏଭଳି ପରିବେଶ ଉପଯୋଗୀ ହୋଟେଲ ନିର୍ମାଣ କରିବାରେ ତାଙ୍କୁ ସହଯୋଗ କରିଛନ୍ତି ବେଙ୍ଗାଲୁରୁର ‘ଡିଜାଇନ କାଚେରି’ ନାମକ ଏକ ଆର୍କିଟେକ୍ଚର ଫାର୍ମ ଓ ଯୁବ ସିଭିଲ୍‌ ଇଞ୍ଜିନିୟର ପୁନିତ.ଓ୍ବାଇ। ସେମାନେ ପାଖାପାଖି ଅଞ୍ଚଳରୁ ସଂଗୃହୀତ ମାଟିରେ ୫% ଲାଇମ୍‌ ଷ୍ଟୋନ୍‌ ଓ ସିମେଣ୍ଟ ମିଶାଇ ଇଟା ତିଆରି କରି ହୋଟେଲ ନିର୍ମାଣରେ ବ୍ୟବହାର କରିଛନ୍ତି। ୬ ହଜାର ବର୍ଗଫୁଟ ପରିମିତ ଏହି ପରିବେଶ ଉପଯୋଗୀ ହୋଟେଲକୁ ଯଦି କିଛି ବର୍ଷ ପରେ ଭାଙ୍ଗି ଦିଆଯାଏ ତାହା ପୁଣି ମାଟିରେ ପରିଣତ ହୋଇଯିବ ବୋଲି କହନ୍ତି ଲୋକେଶ। ଉକ୍ତ ହୋଟେଲରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ବି ନାହିଁ କିନ୍ତୁ ଥଣ୍ଡା ଅନୁଭବ କରିହେଉଛି। ହୋଟେଲରେ ଥିତ୍ବା ଆର୍ଥ ଟନେଲ୍‌ ଶୀତଳତା ପ୍ରଦାନ କରୁଛି। କେବଳ ଏତିକି ନୁହେଁ ହୋଟେଲ ଚାଲୁଛି ସମ୍ପୂର୍ଣ୍ଣ ସୌର ବିଦ୍ୟୁତ୍‌ରେ। ହୋଟେଲରେ ୫୦,୦୦୦ ଲିଟର ବର୍ଷାଜଳ ଗଚ୍ଛିତ ରହୁଛି। ଏହାକୁ ବିଶୋଧନ କରାଯାଇ ସବୁ କାର୍ଯ୍ୟରେ ବ୍ୟବହାର କରାଯାଉଛି। ୧୧ଟି କୋଠରିବିଶିଷ୍ଟ ଏହି ହୋଟେଲ ଜାନୁୟାରୀ ୨୦୨୧ରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri