ଏଇ ଭାରତରେ

ସହରରେ ରହି ଘରେ ସୁନ୍ଦର ବଗିଚା କରିଛନ୍ତି, ଅଥଚ ଛୁଟିରେ ବାହାରକୁ ଚାଲିଗଲେ ଗଛ ଚିନ୍ତା ଘାରୁଛି। ଏବେ ଆଉ ଏମିତି ଚିନ୍ତା କରିବାକୁ ପଡ଼ିବନି, କାରଣ ଏଥିପାଇଁ ସମାଧାନର ପନ୍ଥା ସାମ୍ନାକୁ ଆଣିଛନ୍ତି ପାର୍ଥ ଶାହା। ଗୁଜରାଟର ଅନନ୍ତ ନ୍ୟାଶନାଲ ୟୁନିଭର୍ସିଟିରେ ଶାହା ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରନ୍ତି। ଶାହାଙ୍କ ବୟସ ୩୦। ସେ ବଗିଚାର ଦେଖାରଖା କରିବା ଲାଗି ଏକ ସ୍ମାର୍ଟ କ୍ଲାଇମେଟ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍‌ ବିକାଶ କରିଛନ୍ତି। ଦୂରରେ ରହି ଏହି ସିଷ୍ଟମ୍‌ ମାଧ୍ୟମରେ ମାଟିର ଆର୍ଦ୍ରତା ବଜାୟ ରଖାଯାଇପାରିବ। ମାଟିର ଆର୍ଦ୍ରତା, ତାପମାତ୍ରା ଆଦି ସମୀକ୍ଷା କରି ଏ ସମ୍ପର୍କିତ ତଥ୍ୟ ଜଣାଇବା ଲାଗି ସେ ଇଣ୍ଟରନେଟ ଅଫ୍‌ ଥିଙ୍ଗସ୍‌ ଓ ସେନ୍‌ସର ଉପଯୋଗ କରିଛନ୍ତି। ଏକ ଆଣ୍ଡ୍ରଏଡ୍‌ ଆପ୍‌ ଦ୍ୱାରା ମାଟିର ଆର୍ଦ୍ରତା ସମ୍ପର୍କରେ ସେନ୍‌ସର ପଠାଉଥିତ୍ବା ତଥ୍ୟକୁ ସ୍ମାର୍ଟ ଫୋନ୍‌ରୁ ଜାଣି ହେଉଛି। ମାଟିର ଆର୍ଦ୍ରତା ୧୦ ପ୍ରତିଶତରୁ କମ୍‌ ହେଲେ ସେନ୍‌ସର ସ୍ମାର୍ଟଫୋନ୍‌କୁ ସତର୍କ ସୂଚନା ଦେଉଛି। ପରେ ଆପ୍‌ ଆପଣାଛାଏଁ ପାଣି ପମ୍ପର୍‌ ସୁଇଚ ଅନ୍‌ହେବାର ସଙ୍କେତ ଦେଉଛି ଓ ଗଛରେ ପାଣି ଦିଆଯାଇପାରୁଛି। ଏହି ପଦ୍ଧତିରେ ମାଟିର ଆର୍ଦ୍ରତା ଠିକ୍‌ ରହିବା ଦ୍ୱାରା ଗଛ ଆଉ ମରୁନାହିଁ। ୨୦ ଦିନରେ ପାର୍ଥ ଏହି ସିଷ୍ଟମ୍‌ ୧,୧୦୦ ଟଙ୍କା ବ୍ୟୟରେ ବିକାଶ କରିଛନ୍ତି। ଏବେ ଏହାର ବ୍ୟବସାୟିକ ଦିଗ ଉପରେ ସେ ଗୁରୁତ୍ୱ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri