ଏଇ ଭାରତରେ

ପ୍ରତିଦିନ ରାସ୍ତାରେ ବୁଲା ଷଣ୍ଢ ଓ ଅସହାୟ ଅବସ୍ଥାରେ ରହିଥିତ୍ବା ଗୋରୁଙ୍କୁ ଖାଇବାକୁ ଦେବା ଲାଗି ଅଭିଯାନ ଚଳାଇଛନ୍ତି ଗାଜିଆବାଦର ମୟଙ୍କ ଚୌଧୁରୀ। ଏଥିତ୍ପାଇଁ ସେ କେତେ ଜଣ ଯୁବକଙ୍କୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି। ଏହି ଅଭିଯାନର ନାମ ରଖିଛନ୍ତି ‘ଚାରା କାର’। ୨୦୨୦ ଜାନୁୟାରୀରୁ ଏହା ଆରମ୍ଭ କରିଥିତ୍ଲେ। ଆରମ୍ଭ କରିବାର ମାତ୍ର ୫ ଦିନ ମଧ୍ୟରେ ସେ ୧ ଲକ୍ଷ ୨୦ ହଜାର ଟଙ୍କା ଲୋକଙ୍କଠାରୁ ଦାନ ଆକାରରେ ପାଇ ପ୍ରଥମେ ଏକ ବିଦ୍ୟୁତ୍‌ଚାଳିତ କାର୍‌ କିଣିଥିଲେ। ଏଥିରେ ସେ ଘରକୁ ଘର ବୁଲି ଗ୍ରୀନ୍‌ ଓ୍ବେଷ୍ଟ (ପନିପରିବା ବର୍ଜ୍ୟ)ସଂଗ୍ରହ କରି ବୁଲା ଷଣ୍ଢ ଓ ରାସ୍ତାକଡ଼ର ରୋଗଗ୍ରସ୍ତ ଗୋରୁଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ପରେ ଲୋକଙ୍କଠାରୁ ପାଣ୍ଠି ଯୋଗାଡ଼ କରି ଆଉ ଦୁଇଟି କାର୍‌ କିଣିଛନ୍ତି। ମୋଟରେ ୩ଟି ‘ଚାରା କାର’ରେ ସେ ଏବେ ପାଖାପାଖି ୧୦,୦୦୦ ଘରୁ ହଜାର ହଜାର କେ.ଜି. ଗ୍ରୀନ୍‌ ଓ୍ବେଷ୍ଟ୍‌ ସଂଗ୍ରହ କରିପାରୁଛନ୍ତି। ପ୍ରତିଦିନ ସେମାନେ ଦୁଇ ହଜାରରୁ ଊର୍ଦ୍ଧ୍ୱ ଗୋରୁଙ୍କ ନିକଟରେ ଖାଦ୍ୟ ପହଞ୍ଚାଉନ୍ତି। ‘ଚାରା କାର’ ଘର ନିକଟରେ ପହଞ୍ଚିବା କ୍ଷଣି ଲୋକମାନେ ସେଥିରେ ଗ୍ରୀନ୍‌ ଓ୍ବେଷ୍ଟ ରଖିଦେଉଛନ୍ତି। ରେସ୍ତୋରାଁ ଓ ବଜାରରୁ ବି ସେମାନେ ଏହା ସଂଗ୍ରହ କରୁଛନ୍ତି। ଲକ୍‌ଡାଉନ ସମୟରେ କିଛି ମାସ ‘ଚାରା କାର’ ବନ୍ଦ ରହିଥିତ୍ଲା। ଏହି ସମୟରେ ମୟଙ୍କ ଓ ତାଙ୍କ ଟିମ୍‌ ଅକ୍ସିଜେନ ସିଲିଣ୍ଡର ସହ କୋଭିଡ୍‌ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଉଥିତ୍ଲେ। ଆଗାମୀ ଦିନରେ ଦିଲ୍ଲୀ ଓ ଅନ୍ୟ ସହରରେ ‘ଚାରା କାର’ ଚଳାଇବାର ଯୋଜନା ରଖିଛନ୍ତି ମୟଙ୍କ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri