ଏଇ ଭାରତରେ

କରୋନା ସମୟରେ ଅନ୍‌ଲାଇନ ପଢ଼ାରୁ ବଞ୍ଚତ୍ତ ଗରିବ ପିଲାମାନଙ୍କ ସାହାରା ପାଲଟିଛନ୍ତି ଝାଡ଼ଖଣ୍ଡର ଦିବ୍ୟାଙ୍ଗ ଉପେନ୍ଦ୍ର ଯାଦବ। ତାଙ୍କ ଘର ଚତରା ଗାଁରେ ଓ ବୟସ ୧୮। ଉପେନ୍ଦ୍ରଙ୍କ ଡାହାଣ ହାତ ଓ ଗୋଡ଼ ପିଲାଦିନୁ ଅଚଳ ହୋଇଯାଇଛି। ଏହାସତ୍ତ୍ୱେ ସେ ଏକ ଠେଙ୍ଗା ସାହାଯ୍ୟରେ ଦୁଇ କିଲୋମିଟର ଚାଲିଚାଲି ଯାଇ ଗାଁ ସ୍କୁଲରେ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ତାଙ୍କ ଗାଁ ଆଖପାଖରୁ ୬୦ ଜଣ ପିଲା ପଢ଼ିବାକୁ ଆସୁଛନ୍ତି। ଗତବର୍ଷ ସେ କରୋନାର ପ୍ରଥମ ଲହର ପରେ ଦୁଇଜଣ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଦ୍ୱିତୀୟ ଲହର ଆରମ୍ଭ ହେବା ପରେ ବନ୍ଦ ହୋଇଯାଇଥିଲା। ଲକ୍‌ଡାଉନ ଉଠିବା ପରେ ଏବେ ଏହି ସଂଖ୍ୟା ୬୦ରେ ପହଞ୍ଚତ୍ଛି ଓ ସେମାନଙ୍କ ମଧ୍ୟରେ ରହିଛନ୍ତି ୪୦ ଜଣ ବାଳିକା। ପ୍ରଥମରୁ ନବମ ଶ୍ରେଣୀଯାଏ ପିଲା ପଢ଼ୁଛନ୍ତି। କୋଭିଡ୍‌ ନିୟମ ମାନି ପିଲାମାନଙ୍କୁ ପଢ଼ାଉଛନ୍ତି। ଉପେନ୍ଦ୍ର ବାମ ହାତରେ ଲେଖୁଛନ୍ତି। ଗାଁ ସ୍କୁଲରେ ଭଲ ବ୍ଲାକ୍‌ବୋର୍ଡ ନ ଥିବାରୁ ନିଜ ଖର୍ଚ୍ଚରେ ତାହା କରିଛନ୍ତି। ଉପେନ୍ଦ୍ର ଦ୍ୱାଦଶ ଶ୍ରେଣୀରେ ପଢୁଛନ୍ତି ଓ ଆଇଏଏସ୍‌ ଅଫିସର୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri