ଏଇ ଭାରତରେ

ମାଟିମୂର୍ତ୍ତି ବିସର୍ଜନ ଯୋଗୁ ବର୍ଦ୍ଧିତ ଜଳ ପ୍ରଦୂଷଣ ରୋକିବା ଲାଗି ନାସିକ୍‌ର ତୃପ୍ତି ଗାଏକ୍ୱାଡ୍‌ଙ୍କ ଅଭିଯାନ ପ୍ରଶଂସନୀୟ। ୩୩ ବର୍ଷୀୟା ତୃପ୍ତି ଗତ ଦୁଇ ବର୍ଷ ହେବ ଭଙ୍ଗା ତଥା ବିସର୍ଜନ ହେବାକୁ ଥିତ୍ବା ମୂର୍ତ୍ତିଗୁଡ଼ିକୁ ପାଣିରେ ପକାଇବା ପୂର୍ବରୁ ଅଟକାଉଛନ୍ତି ଓ ସେଥିରୁ ଗରିବ ପିଲାମାନଙ୍କ ପାଇଁ ଖେଳନା ତିଆରି କରୁଛନ୍ତି। ସେ ଏବେ ସୁଦ୍ଧା ୧୦ ହଜାର ମୂର୍ତ୍ତିକୁ ପାଣିକୁ ଯିବା ପୂର୍ବରୁ ଅଟକାଇବାରେ ସକ୍ଷମ ହୋଇଛନ୍ତି। ଏହି କାର୍ଯ୍ୟ ସେ ‘ସମ୍ପୂର୍ଣ୍ଣମ୍‌’ ସଂସ୍ଥା ମାଧ୍ୟମରେ କରୁଛନ୍ତି। ତୃପ୍ତି ପେସାରେ ଜଣେ ଓକିଲ। ୨୦୧୯ରେ ସେ ପ୍ରଥମେ ଉକ୍ତ ଅଭିଯାନ ଆରମ୍ଭ କରିଥିଲେ। ଜଳ ପ୍ରଦୂଷଣର ଭୟାଭୟତା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିବା ପରେ ସେମାନେ ମୂର୍ତ୍ତି ବିସର୍ଜନରୁ ବିରତ ହୋଇ ତାହାକୁ ତୃପ୍ତିଙ୍କୁ ଦେଉଛନ୍ତି। କେବଳ ସତିକି ନୁହେଁ, ଘରେ ଭାଙ୍ଗି ଯାଉଥିବା ମୂର୍ତ୍ତି ବା ଫଟୋକୁ ବାହାରେ କିମ୍ବା ପାଣିରେ ନ ପକାଇବା ଲାଗି ସୋସିଆଲ ମିଡିଆରେ ଅନୁରୋଧ କରିବା ସହ ସେଗୁଡ଼ିକୁ ସଂଗ୍ରହ କରୁଛନ୍ତି। ମେଶିନ୍‌ ମାଧ୍ୟମରେ ମୂର୍ତ୍ତିରୁୁ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌କୁ ଅଲଗା କରିବା ପରେ ସେଥିରେ ଖେଳନା ପ୍ରସ୍ତୁତ କରି ଗରିବ ପିଲାମାନଙ୍କୁ ବାଣ୍ଟୁଛନ୍ତି। ଏହା ବ୍ୟତୀତ ପକ୍ଷୀମାନଙ୍କୁ ଖାଦ୍ୟ ଓ ପାଣି ଦେବା ଲାଗି ଛୋଟ ଛୋଟ ପାତ୍ର ମଧ୍ୟ ତିଆରି କରୁଛନ୍ତି। କେବଳ ନାସିକ ନୁହେଁ, ମୂର୍ତ୍ତି ସଂଗ୍ରହ କରିବା ପାଇଁ ସେ ପୁଣେ, ନାଗପୁର ଓ ମୁମ୍ବାଇରେ କେନ୍ଦ୍ର ସ୍ଥାପନ କରିଛନ୍ତି। ଏହା ସହ ମୂର୍ତ୍ତିଗୁଡ଼ିକୁ ପୁଣି ଗଢ଼ିବାର ବ୍ୟବସ୍ଥା କରୁଛନ୍ତି। ଏଥିପାଇଁ ପ୍ରତି ମୂର୍ତ୍ତିକୁ ୫୦ ଟଙ୍କା ନେଉଛନ୍ତି। ଏ ବାବଦରେ ତୃପ୍ତି ୨୦୦୦ ଲୋକଙ୍କୁ ସାହାଯ୍ୟ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri