ଏଇ ଭାରତରେ

ମାଟିମୂର୍ତ୍ତି ବିସର୍ଜନ ଯୋଗୁ ବର୍ଦ୍ଧିତ ଜଳ ପ୍ରଦୂଷଣ ରୋକିବା ଲାଗି ନାସିକ୍‌ର ତୃପ୍ତି ଗାଏକ୍ୱାଡ୍‌ଙ୍କ ଅଭିଯାନ ପ୍ରଶଂସନୀୟ। ୩୩ ବର୍ଷୀୟା ତୃପ୍ତି ଗତ ଦୁଇ ବର୍ଷ ହେବ ଭଙ୍ଗା ତଥା ବିସର୍ଜନ ହେବାକୁ ଥିତ୍ବା ମୂର୍ତ୍ତିଗୁଡ଼ିକୁ ପାଣିରେ ପକାଇବା ପୂର୍ବରୁ ଅଟକାଉଛନ୍ତି ଓ ସେଥିରୁ ଗରିବ ପିଲାମାନଙ୍କ ପାଇଁ ଖେଳନା ତିଆରି କରୁଛନ୍ତି। ସେ ଏବେ ସୁଦ୍ଧା ୧୦ ହଜାର ମୂର୍ତ୍ତିକୁ ପାଣିକୁ ଯିବା ପୂର୍ବରୁ ଅଟକାଇବାରେ ସକ୍ଷମ ହୋଇଛନ୍ତି। ଏହି କାର୍ଯ୍ୟ ସେ ‘ସମ୍ପୂର୍ଣ୍ଣମ୍‌’ ସଂସ୍ଥା ମାଧ୍ୟମରେ କରୁଛନ୍ତି। ତୃପ୍ତି ପେସାରେ ଜଣେ ଓକିଲ। ୨୦୧୯ରେ ସେ ପ୍ରଥମେ ଉକ୍ତ ଅଭିଯାନ ଆରମ୍ଭ କରିଥିଲେ। ଜଳ ପ୍ରଦୂଷଣର ଭୟାଭୟତା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିବା ପରେ ସେମାନେ ମୂର୍ତ୍ତି ବିସର୍ଜନରୁ ବିରତ ହୋଇ ତାହାକୁ ତୃପ୍ତିଙ୍କୁ ଦେଉଛନ୍ତି। କେବଳ ସତିକି ନୁହେଁ, ଘରେ ଭାଙ୍ଗି ଯାଉଥିବା ମୂର୍ତ୍ତି ବା ଫଟୋକୁ ବାହାରେ କିମ୍ବା ପାଣିରେ ନ ପକାଇବା ଲାଗି ସୋସିଆଲ ମିଡିଆରେ ଅନୁରୋଧ କରିବା ସହ ସେଗୁଡ଼ିକୁ ସଂଗ୍ରହ କରୁଛନ୍ତି। ମେଶିନ୍‌ ମାଧ୍ୟମରେ ମୂର୍ତ୍ତିରୁୁ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌କୁ ଅଲଗା କରିବା ପରେ ସେଥିରେ ଖେଳନା ପ୍ରସ୍ତୁତ କରି ଗରିବ ପିଲାମାନଙ୍କୁ ବାଣ୍ଟୁଛନ୍ତି। ଏହା ବ୍ୟତୀତ ପକ୍ଷୀମାନଙ୍କୁ ଖାଦ୍ୟ ଓ ପାଣି ଦେବା ଲାଗି ଛୋଟ ଛୋଟ ପାତ୍ର ମଧ୍ୟ ତିଆରି କରୁଛନ୍ତି। କେବଳ ନାସିକ ନୁହେଁ, ମୂର୍ତ୍ତି ସଂଗ୍ରହ କରିବା ପାଇଁ ସେ ପୁଣେ, ନାଗପୁର ଓ ମୁମ୍ବାଇରେ କେନ୍ଦ୍ର ସ୍ଥାପନ କରିଛନ୍ତି। ଏହା ସହ ମୂର୍ତ୍ତିଗୁଡ଼ିକୁ ପୁଣି ଗଢ଼ିବାର ବ୍ୟବସ୍ଥା କରୁଛନ୍ତି। ଏଥିପାଇଁ ପ୍ରତି ମୂର୍ତ୍ତିକୁ ୫୦ ଟଙ୍କା ନେଉଛନ୍ତି। ଏ ବାବଦରେ ତୃପ୍ତି ୨୦୦୦ ଲୋକଙ୍କୁ ସାହାଯ୍ୟ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri