ଏଇ ଭାରତରେ

କୃଷ୍ଣ ମୁରାରୀ ଯାଦବ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ଲୋକମାନଙ୍କୁ ତଥ୍ୟ ହାସଲ କରିବାରେ ଯେଭଳି ସାହାଯ୍ୟ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭିନ୍ନ। ଏଥିପାଇଁ ସେ ଉତ୍ତରପ୍ରଦେଶର କାନପୁରର ଆଖପାଖ କେତେକ ଗାଁରେ ଚା’ଦୋକାନରେ ଆର୍‌ଟିଆଇ୍‌ ଚା ଷ୍ଟଲ୍‌ ଚଳାଉଛନ୍ତି । ସେ ୨୦୧୩ରୁ ଏଭଳି ଷ୍ଟଲ୍‌ ଆରମ୍ଭ କରି ଲୋକମାନଙ୍କୁ ଆର୍‌ଟିଆଇ ସମ୍ପର୍କରେ ସଚେତନ କରିବା ସହ ଏହା ଫାଇଲ୍‌ କରିବାରେ ସାହାଯ୍ୟ କରୁଛନ୍ତି। ପ୍ରଥମେ ଚୌବେପୁର ଗାଁରେ ଥିବା ଏକ ଚା’ ଷ୍ଟଲ୍‌ରୁ କୃଷ୍ଣ ଅଭିଯାନ ଆରମ୍ଭ କରିଥିଲେ ଓ ବର୍ତ୍ତମାନ ଆଉ ୪ଟି ଗାଁରେ ଏଭଳି ଷ୍ଟଲ୍‌ ଖୋଲିସାରିଲେଣି। ୩୬ ବର୍ଷୀୟ କେଏମ୍‌ ଏବେ ସୁଦ୍ଧା ୫,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସାହାଯ୍ୟ କରି ସାରିଲେଣି। ଏଥିପାଇଁ ଲୋକମାନେ ତାଙ୍କୁ ଶ୍ରଦ୍ଧାରେ କେଏମ୍‌ ଭାଇ ବୋଲି ସମ୍ବୋଧନ କରୁଛନ୍ତି। ଆରମ୍ଭରୁ ସେ ଗାଁରୁ ଗାଁକୁ ଚାଲିଚାଲି ଯାଇ ଆରଟିଆଇ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। କିନ୍ତୁ ଏଥିରେ ଲୋକଙ୍କ ପ୍ରତିକ୍ରିୟା ଭଲ ନ ମିଳିବାରୁ ସେ ଏଭଳି ଷ୍ଟଲ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଷ୍ଟଲ୍‌କୁ ଯେ କେହି ଆସି ଚା’ ପିଇବା ସହ ଆର୍‌ଟିଆଇ ସମ୍ପର୍କରେ ସୂଚନା ପାଇପାରୁଛନ୍ତି। କାନପୁର ବାହାରୁ ବି ଲୋକମାନେ ତାଙ୍କ ସହାୟତା ପାଇବା ପାଇଁ ଆସୁଛନ୍ତି। ବିଭିନ୍ନ ସ୍ଥାନରେ ଆର୍‌ଟିଆଇ ସମ୍ପର୍କରେ ସହଯୋଗ କରିବା ଲାଗି କେଏମ୍‌ ମଧ୍ୟ ୧୦୦୦ ଯୁବକଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇ ସାରିଲେଣି। ଉକ୍ତ ଅଭିଯାନ ପାଇଁ ତାଙ୍କୁ ବହୁବାର ଆକ୍ରମଣର ଶିକାର ହେବାକୁ ପଡ଼ିଛି, ହେଲେ ସେ ପଛକୁ ହଟି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri