ଏଇ ଭାରତରେ

କୃଷ୍ଣ ମୁରାରୀ ଯାଦବ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ଲୋକମାନଙ୍କୁ ତଥ୍ୟ ହାସଲ କରିବାରେ ଯେଭଳି ସାହାଯ୍ୟ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭିନ୍ନ। ଏଥିପାଇଁ ସେ ଉତ୍ତରପ୍ରଦେଶର କାନପୁରର ଆଖପାଖ କେତେକ ଗାଁରେ ଚା’ଦୋକାନରେ ଆର୍‌ଟିଆଇ୍‌ ଚା ଷ୍ଟଲ୍‌ ଚଳାଉଛନ୍ତି । ସେ ୨୦୧୩ରୁ ଏଭଳି ଷ୍ଟଲ୍‌ ଆରମ୍ଭ କରି ଲୋକମାନଙ୍କୁ ଆର୍‌ଟିଆଇ ସମ୍ପର୍କରେ ସଚେତନ କରିବା ସହ ଏହା ଫାଇଲ୍‌ କରିବାରେ ସାହାଯ୍ୟ କରୁଛନ୍ତି। ପ୍ରଥମେ ଚୌବେପୁର ଗାଁରେ ଥିବା ଏକ ଚା’ ଷ୍ଟଲ୍‌ରୁ କୃଷ୍ଣ ଅଭିଯାନ ଆରମ୍ଭ କରିଥିଲେ ଓ ବର୍ତ୍ତମାନ ଆଉ ୪ଟି ଗାଁରେ ଏଭଳି ଷ୍ଟଲ୍‌ ଖୋଲିସାରିଲେଣି। ୩୬ ବର୍ଷୀୟ କେଏମ୍‌ ଏବେ ସୁଦ୍ଧା ୫,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସାହାଯ୍ୟ କରି ସାରିଲେଣି। ଏଥିପାଇଁ ଲୋକମାନେ ତାଙ୍କୁ ଶ୍ରଦ୍ଧାରେ କେଏମ୍‌ ଭାଇ ବୋଲି ସମ୍ବୋଧନ କରୁଛନ୍ତି। ଆରମ୍ଭରୁ ସେ ଗାଁରୁ ଗାଁକୁ ଚାଲିଚାଲି ଯାଇ ଆରଟିଆଇ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। କିନ୍ତୁ ଏଥିରେ ଲୋକଙ୍କ ପ୍ରତିକ୍ରିୟା ଭଲ ନ ମିଳିବାରୁ ସେ ଏଭଳି ଷ୍ଟଲ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଷ୍ଟଲ୍‌କୁ ଯେ କେହି ଆସି ଚା’ ପିଇବା ସହ ଆର୍‌ଟିଆଇ ସମ୍ପର୍କରେ ସୂଚନା ପାଇପାରୁଛନ୍ତି। କାନପୁର ବାହାରୁ ବି ଲୋକମାନେ ତାଙ୍କ ସହାୟତା ପାଇବା ପାଇଁ ଆସୁଛନ୍ତି। ବିଭିନ୍ନ ସ୍ଥାନରେ ଆର୍‌ଟିଆଇ ସମ୍ପର୍କରେ ସହଯୋଗ କରିବା ଲାଗି କେଏମ୍‌ ମଧ୍ୟ ୧୦୦୦ ଯୁବକଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇ ସାରିଲେଣି। ଉକ୍ତ ଅଭିଯାନ ପାଇଁ ତାଙ୍କୁ ବହୁବାର ଆକ୍ରମଣର ଶିକାର ହେବାକୁ ପଡ଼ିଛି, ହେଲେ ସେ ପଛକୁ ହଟି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri