ଏଇ ଭାରତରେ

ସେବକ ବା ପ୍ରବର୍ତ୍ତକ ଭାବେ କେହି ଜନ୍ମ ନେଇ ନ ଥାଆନ୍ତି। ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଏହା ହେବାକୁ ପଡ଼ିଥାଏ, ଯାହା ହୋଇପାରିଛନ୍ତି ଚେନ୍ନାଇର ଡ. ଇସା ଫତିମା ଜନ୍ମିନ। ପେସାରେ ଜଣେ ଅର୍ଥୋଡୋନିଷ୍ଟ। ସେ ଚେନ୍ନାଇରେ ଗରିବ ଲୋକଙ୍କୁ ପ୍ରତିଦିନ ଖାଦ୍ୟ ଯୋଗାଉଛନ୍ତି। ପିଲାଙ୍କ ପାଇଁ ପାଠ୍ୟପୁସ୍ତକ, ଜୋତା ମଧ୍ୟ ଦେଉଛନ୍ତି। ଇସା ୨୦୧୭ରେ ‘ଦି ପବ୍ଲିକ୍‌ ଫାଉଣ୍ଡେଶନ’ ଗଠନ କରି ତା’ ମାଧ୍ୟମରେ ଏହି ସେବା କରୁଛନ୍ତି। ଚେନ୍ନାଇର ବିଭିନ୍ନ ସ୍ଥାନରେ ୪ଟି କେନ୍ଦ୍ର ଖୋଲିଛନ୍ତି ଓ ସେଠାରେ ଲୋକମାନେ ବଳକା ଖାଦ୍ୟ, ପୋଷାକ, ବହି ଓ ଖେଳନା ପ୍ରଦାନ କରୁଛନ୍ତି। ଏସବୁକୁ ଇସା ଓ ତାଙ୍କ ସଂସ୍ଥାର ସ୍ବେଚ୍ଛାସେବୀମାନେ ଗରିବଙ୍କ ପାଖରେ ପହଞ୍ଚାଉଛନ୍ତି। ପ୍ରତ୍ୟେକ କେନ୍ଦ୍ରରେ ୪୦୦ରୁ ୬୦୦ ଲିଟର କ୍ଷମତା ବିଶିଷ୍ଟ ଫ୍ରିଜ୍‌ ରଖାଯାଇଛି। ସଂଗୃହୀତ ଖାଦ୍ୟକୁ ସେଥିରେ ରଖାଯିବା ପରେ ପ୍ୟାକେଟ କରାଯାଇ ଲୋକଙ୍କୁ ଦିଆଯାଉଛି। ପ୍ରତ୍ୟେକ ସେଣ୍ଟରରୁ ଦୈନିକ ୧୦୦ ମିଲ୍‌ ହିସାବରେ ମୋଟ୍‌ରେ ୧୦୦୦ ଜଣଙ୍କୁ ଖାଦ୍ୟ ଯୋଗାଉଛନ୍ତି ଇସା। ସକାଳ ୯ଟାରେ ସେ କେନ୍ଦ୍ରଗୁଡ଼ିକୁ ଯାଇ ଖାଦ୍ୟପୁଡ଼ିଆ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରନ୍ତି ଓ ଦିନ ୩ଟା ଭିତରେ ତାହାକୁ ବାଣ୍ଟିସାରିବା ପରେ ନିଜେ ଖାଆନ୍ତି। ସନ୍ଧ୍ୟା ହେଲେ କ୍ଲିନିକ୍‌କୁ ଯାଆନ୍ତି ଓ ରୋଗୀଙ୍କୁ ମାଗଣା ଚିକିତ୍ସା କରନ୍ତି। ଏବେ ସୁଦ୍ଧା ଇସା ୩ କୋଟି ଟଙ୍କା ମୂଲ୍ୟର ଖାଦ୍ୟ, ୨୦,୦୦୦ କେଜି ପୋଷାକ, ୨,୫୦୦ ହଳ ଜୋତା, ୨,୫୦୦ କେଜି ଓଜନର ବହି ବାଣ୍ଟି ସାରିଲେଣି। ଏହା ବାଦ୍‌ ସେ କୋଭିଡ୍‌ ମହାମାରୀ ସମୟରେ ଚେନ୍ନାଇର ବିଭିନ୍ନ ବସ୍ତି ଓ ହସ୍ପିଟାଲରେ ଦୈନିକ ୮୦୦ରୁ ୧୦୦୦ ମିଲ୍‌ ଅସହାୟଙ୍କୁ ଯୋଗାଇ ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri