ଏଇ ଭାରତରେ

କୋଭିଡ୍‌ ମହାମାରୀରେ ୧୫୦୦ ଗୃହହୀନଙ୍କୁ ଆଶ୍ରୟସ୍ଥଳୀରେ ରଖି ସେମାନଙ୍କୁ ରୋଜଗାରକ୍ଷମ କରିବାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆଇଏଏସ୍‌ ଅଧିକାରୀ ଏସ୍‌.ଶ୍ରୀରାମ ସମ୍ବାଶିବ ରାଓ। କେରଳର କୋଝିକୋଡ ଜିଲାର ଜିଲାପାଳ ଭାବେ ଶ୍ରୀରାମ ‘ଉଦ୍ୟମ ଚାରିଟେବଲ୍‌ ଟ୍ରଷ୍ଟ’ ଗଠନ କରି ତା’ମାଧ୍ୟମରେ ୪ଟି ଆଶ୍ରୟଗୃହ ପ୍ରତିଷ୍ଠା କରିଛନ୍ତି। ଜିଲାର ୪ଟି ସ୍ଥାନରେ ପ୍ରତିଷ୍ଠା କରାଯାଇଥିତ୍ବା ଏହିସବୁ ଆଶ୍ରୟଗୃହରେ ପାଖାପାଖି ୧୫୦୦ ଗୃହହୀନଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ଦେଢ଼ବର୍ଷ ହେବ ସେଠାରେ ରଖିବାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ କୌଶଳ ପ୍ରଶିକ୍ଷଣ ଦିଆଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି। ପରେ ଏମାନଙ୍କ ଠିକଣା ସଂଗ୍ରହ କରାଯାଇ ସେମାନଙ୍କ ପରିବାର ଲୋକଙ୍କ ପାଖକୁ ବି ପଠାଇବାର ବ୍ୟବସ୍ଥା ହୋଇଛି। ବହୁ ଲୋକ ରୋଜଗାର ପାଇବା ପରେ ଏବେ ଆଶ୍ରୟଗୃହରେ ପାଖାପାଖି ୧୦୦୦ ଲୋକ ରହିଛନ୍ତି। ଖାଦ୍ୟ ଓ ଚିକିତ୍ସା ବାବଦରେ ପ୍ରତିମାସରେ ଜଣଙ୍କ ପିଛା ଜିଲା ପ୍ରଶାସନ ପ୍ରାୟ ୪ ହଜାର ଟଙ୍କା ଖର୍ଚ୍ଚ କରୁଛି। ଦୁଇ ବର୍ଷ ପୂର୍ବେ ୨୦୧୨ ବ୍ୟାଚ୍‌ର ଆଇଏଏସ୍‌ ଅଧିତ୍କାରୀ ଶ୍ରୀରାମ କୋଝିକୋଡର ଜିଲାପାଳ ଭାବେ ନିଯୁକ୍ତି ପାଇବା ପରେ କୋଭିଡ୍‌ ମହାମାରୀ ବ୍ୟାପିବା କ୍ଷଣି ଗୃହହୀନଙ୍କ ପାଇଁ ଏହି ପଦକ୍ଷେପ ନେବା ଆରମ୍ଭ କରିଥିଲେ। ତେବେ ଗୃହହୀନ ଓ ପ୍ରବାସୀ ଶ୍ରମିକମାନଙ୍କୁ ପୁନଃ ଥଇଥାନ କରିବାରେ କେରଳର କୋଝିକୋଡ ଜିଲା ସାରା ଦେଶରେ ମଡେଲ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସବାଇ ଘାସରୁ ଶିଳ୍ପ ସମ୍ଭାବନା

ଅଧ୍ୟାପକ ଗୋପବନ୍ଧୁ   ସବାଇ ଗ୍ରାସ୍‌ ବା ବୁବେଇ ଘାସ ମୟୂରଭଞ୍ଜ ଜିଲାର ଏକ ବିଶାଳ ଅଞ୍ଚଳରେ ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିଥାଏ। ବିଶେଷକରି ମୋରଡ଼ା...

ଏଇ ଭାରତରେ

କୃଷକଙ୍କ ହିତ ପାଇଁ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ହରିୟାଣାର ନିଶା ସୋଲାଙ୍କି ଅନ୍ୟତମ। ନିଶା ହରିୟାଣାର ପ୍ରଥମ ଡ୍ରୋନ୍‌ ପାଇଲଟ୍‌। ସେ...

ସାଇବର ଅପରାଧ ଓ ଶିଶୁ ସୁରକ୍ଷା

ରାଜୀବ କୁମାର ନାୟକ   ବର୍ତ୍ତମାନ ଇଣ୍ଟରନେଟ୍‌ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ ପାଲଟି ଯାଇଛି। ଇଣ୍ଟରନେଟ୍‌ ମାଧ୍ୟମରେ ବନ୍ଧୁ ସୃଷ୍ଟି, ଭାବ ପ୍ରକାଶ,...

ବିଦେଶୀ ସାଜିପାରନ୍ତି ଦୂତ

ଭାରତକୁ ଏକ ଧର୍ମନିରପେକ୍ଷ ଦେଶ ବୋଲି କୁହାଯାଉଥିଲା। ଏବେ ଅବଶ୍ୟ ତାହା ମଳିନ ପଡ଼ିଗଲାଣି। ଏଠାରେ ପ୍ରତ୍ୟେକ ଧର୍ମକୁ ସମାନ ଗୁରୁତ୍ୱ ଦିଆଯିବାର ନିୟମ ସମ୍ବିଧାନରେ...

ଏଇ ଭାରତରେ

ଅଦରକାରୀ ପାଇପ୍‌ ଓ ଅନ୍ୟ ସାମଗ୍ରୀ ବ୍ୟବହାର କରି ହାଇଡ୍ରୋପୋନିକ ପଦ୍ଧତି(ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ ଚାଷ)ରେ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର...

ଗଣତନ୍ତ୍ରରେ ବିଲକ୍ଷଣ

ହରିଶଙ୍କର ମିଶ୍ର   ସେବକ ଏକ ବ୍ୟାପକ ଅର୍ଥ ବୋଧକ ଶବ୍ଦ। ଯେଉଁମାନେ ସେବା ପାଇଁ ସମର୍ପିତ ବା ନିୟୋଜିତ ସେମାନଙ୍କୁ ସେବକ କୁହାଯାଏ। କେବଳ...

ଆମ ଜୀବନ, ଆମ ନିଷ୍ପତ୍ତି

ଡ. ଶରତ ଚନ୍ଦ୍ର ପରିଡ଼ା   ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିମାନେ କିଛି ଭିନ୍ନ କାର୍ଯ୍ୟ କରି ନ ଥା’ନ୍ତି; ସେମାନଙ୍କ କାର୍ଯ୍ୟ ଅନ୍ତରାଳରେ ସେମାନେ ନେଇଥିବା...

ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସିର ସ୍ଥିତି

ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ପରେ ଆମେ ଏକ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନ୍‌ପିଆର୍‌) ଏବଂ ଏକ ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି) ଆଶା କରିପାରିବା କି? ସରକାର କେଉଁ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri