ଏଇ ଭାରତରେ

କୋଭିଡ୍‌ ମହାମାରୀରେ ୧୫୦୦ ଗୃହହୀନଙ୍କୁ ଆଶ୍ରୟସ୍ଥଳୀରେ ରଖି ସେମାନଙ୍କୁ ରୋଜଗାରକ୍ଷମ କରିବାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆଇଏଏସ୍‌ ଅଧିକାରୀ ଏସ୍‌.ଶ୍ରୀରାମ ସମ୍ବାଶିବ ରାଓ। କେରଳର କୋଝିକୋଡ ଜିଲାର ଜିଲାପାଳ ଭାବେ ଶ୍ରୀରାମ ‘ଉଦ୍ୟମ ଚାରିଟେବଲ୍‌ ଟ୍ରଷ୍ଟ’ ଗଠନ କରି ତା’ମାଧ୍ୟମରେ ୪ଟି ଆଶ୍ରୟଗୃହ ପ୍ରତିଷ୍ଠା କରିଛନ୍ତି। ଜିଲାର ୪ଟି ସ୍ଥାନରେ ପ୍ରତିଷ୍ଠା କରାଯାଇଥିତ୍ବା ଏହିସବୁ ଆଶ୍ରୟଗୃହରେ ପାଖାପାଖି ୧୫୦୦ ଗୃହହୀନଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ଦେଢ଼ବର୍ଷ ହେବ ସେଠାରେ ରଖିବାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ କୌଶଳ ପ୍ରଶିକ୍ଷଣ ଦିଆଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି। ପରେ ଏମାନଙ୍କ ଠିକଣା ସଂଗ୍ରହ କରାଯାଇ ସେମାନଙ୍କ ପରିବାର ଲୋକଙ୍କ ପାଖକୁ ବି ପଠାଇବାର ବ୍ୟବସ୍ଥା ହୋଇଛି। ବହୁ ଲୋକ ରୋଜଗାର ପାଇବା ପରେ ଏବେ ଆଶ୍ରୟଗୃହରେ ପାଖାପାଖି ୧୦୦୦ ଲୋକ ରହିଛନ୍ତି। ଖାଦ୍ୟ ଓ ଚିକିତ୍ସା ବାବଦରେ ପ୍ରତିମାସରେ ଜଣଙ୍କ ପିଛା ଜିଲା ପ୍ରଶାସନ ପ୍ରାୟ ୪ ହଜାର ଟଙ୍କା ଖର୍ଚ୍ଚ କରୁଛି। ଦୁଇ ବର୍ଷ ପୂର୍ବେ ୨୦୧୨ ବ୍ୟାଚ୍‌ର ଆଇଏଏସ୍‌ ଅଧିତ୍କାରୀ ଶ୍ରୀରାମ କୋଝିକୋଡର ଜିଲାପାଳ ଭାବେ ନିଯୁକ୍ତି ପାଇବା ପରେ କୋଭିଡ୍‌ ମହାମାରୀ ବ୍ୟାପିବା କ୍ଷଣି ଗୃହହୀନଙ୍କ ପାଇଁ ଏହି ପଦକ୍ଷେପ ନେବା ଆରମ୍ଭ କରିଥିଲେ। ତେବେ ଗୃହହୀନ ଓ ପ୍ରବାସୀ ଶ୍ରମିକମାନଙ୍କୁ ପୁନଃ ଥଇଥାନ କରିବାରେ କେରଳର କୋଝିକୋଡ ଜିଲା ସାରା ଦେଶରେ ମଡେଲ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri