ଏଇ ଭାରତରେ

ନିଜର ମାର୍କେଟିଂ ରଣନୀତିରେ ଜଣେ କୃଷକ ୩୨ଟି ଦେଶର ଲୋକଙ୍କୁ ଆକର୍ଷିତ କରିବା କିଛି କମ୍‌ କଥା ନୁହେଁ। ତାଙ୍କର ଏଭଳି ମାର୍କେଟିଂ ରଣନୀତିକୁ ସହଜରେ କେହି ବିଶ୍ୱାସ କରୁ ନ ଥିତ୍ଲେ ବି ସତ। ଏହି କୃଷକ ହେଉଛନ୍ତି ଗୁଜରାଟର ପୁରୁଷୋତ୍ତମ ସିଦ୍‌ପରା। ସେ ଜୈବିକ ପଦ୍ଧତିରେ ଚାଷ କରି ୪୦% ଖର୍ଚ୍ଚ ସହ ୨୦% ପାଣି ଉପଯୋଗ କମ୍‌ କରିପାରିଛନ୍ତି। ଗୁଜରାଟର ମରୁଡି ପ୍ରବଣ ସୌରାଷ୍ଟ୍ର ଅଞ୍ଚଳର ଜାମକା ଗାଁରେ ରହନ୍ତି ୫୦ ବର୍ଷୀୟ ପୁରୁଷୋତ୍ତମ। ସେ ବିଭିନ୍ନ ପ୍ରକାର ଶସ୍ୟ, ମସଲା, ପରିବା, ଫଳ ଆଦି ଉତ୍ପାଦନ କରୁଛନ୍ତି। ଏହାକୁ ଭାରତ ସମେତ ଆମେରିକା, ଇଂଲଣ୍ଡ, ନରଓ୍ବେ, ଜର୍ମାନୀ ଓ ଇଥିଓପିଆ ଆଦି ୧୦ ଦେଶରେ ବିକ୍ରି କରୁଛନ୍ତି। ହେଲେ ୩୨ଟି ଦେଶରୁ ଲୋକେ ତାଙ୍କ ଗାଁକୁ ଚାଷ ପଦ୍ଧତି ଦେଖିବାକୁ ଆସିଥାଆନ୍ତି। ପୁରୁଷୋତ୍ତମ ଚାଷରୁ ବର୍ଷକୁ ୨ କୋଟି ଟଙ୍କା ବ୍ୟବସାୟ କରୁଛନ୍ତି। ସେ ୧୮ ବର୍ଷ ବୟସରୁ ଚାଷ କରୁଛନ୍ତି। ଏହା ସହ ମରୁଡ଼ି ପ୍ରବଣ ଅଞ୍ଚଳର କୃଷିରେ ବିକାଶ କରିବା ପାଇଁ ଗ୍ରାମବାସୀଙ୍କ ସହଯୋଗରେ ୪୫ ଲକ୍ଷ ଟଙ୍କା ପାଣ୍ଠି ଯୋଗାଡ଼ କରି ୫୫ଟି କ୍ଷୁଦ୍ର ବନ୍ଧ ନିର୍ମାଣ କରିବା ସହ ୫ଟି ପୁଷ୍କରିଣୀ ଖୋଳିଛନ୍ତି। ଏପରି କି ଗୁଜରାଟ ସରକାର ତାଙ୍କର ଏହି ମଡେଲକୁ ଅନ୍ୟ ଅଞ୍ଚଳରେ କାର୍ଯ୍ୟକାରୀ କରିବାକୁ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri