ଏଇ ଭାରତରେ

ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କରିଥିବା ପିଲାଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ କିମ୍ବା ବ୍ୟକ୍ତି ପୁରସ୍କୃତ କରିଥାନ୍ତି। କିନ୍ତୁ ଫେଲ୍‌ ହୋଇଥିବା ପିଲାଙ୍କୁ ପୁରସ୍କାର କି ଉପହାର ଦେବା କଥା କେବେ ଶୁଣିଛନ୍ତି ! ହେଲେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେରଳରେ। ନିକଟରେ କେରଳରେ ଦଶମ ଶ୍ରେଣୀ ପିଲାଙ୍କ ରେଜଲ୍ଟ ବାହାରିଥିବାରୁ ଏକ ଭିନ୍ନ ଢଙ୍ଗରେ ସ୍ବତନ୍ତ୍ର ଅଫର୍‌ ଦେଇଛନ୍ତି କେରଳ ଚେତିୟାର ପାର୍କ ନିକଟରେ ଥିବା ଏକ ହୋଟେଲ ମାଲିକ କେ. ସୁଧୀଶ। ସେ କହିଛନ୍ତି ଯେଉଁ ପିଲାମାନେ ପରୀକ୍ଷାରେ ଫେଲ୍‌ ହୋଇଛନ୍ତି ସେମାନେ ତାଙ୍କ ହୋଟେଲରେ ମାଗଣାରେ ରହିବାର ସୁଯୋଗ ପାଇପାରିବେ। ସୁଧୀଶ ହୋଟେଲ ମ୍ୟାନେଜମେଣ୍ଟ କରିବା ପରେ ୨୦୦୩ ମସିହାରେ ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ସେ ଦଶମ ଫେଲ୍‌ ହୋଇଥିବା ପିଲାଙ୍କ ପାଇଁ ଫେସ୍‌ବୁକ୍‌ରେ ଏଭଳି ଏକ ଅଫର୍‌ ଦେଇଛନ୍ତି। ତାଙ୍କର ଏହି ଅଫର୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରୀକ୍ଷାରେ ଫେଲ୍‌ ହୋଇଯିବା ପରେ ପିଲାମାନେ ଡିପ୍ରେସନର ଶିକାର ହୋଇ କିଭଳି ଭାବେ ନିଜ ଜୀବନକୁ ନଷ୍ଟ କରି ଦେଇଛନ୍ତି ସେ ବିଷୟରେ କେତେଜଣଙ୍କ ଉଦାହରଣ ଶୁଣିଥିଲେ। ଏହାପରେ ସେ ଏଭଳି ଏକ ନିଷ୍ପତ୍ତି ନେଇ ହୋଟେଲରେ ରହିବା ପାଇଁ ଅଫର୍‌ ଦେଇଛନ୍ତି। ଏହି ଅଫର୍‌ ବିଷୟରେ ଜାଣିବା ପରେ ଫେଲ୍‌ ହୋଇଥିବା ପିଲାମାନେ ଡିପ୍ରେସନରୁ କିଛି ମାତ୍ରାରେ ମୁକୁଳି ପାରିବେ ବୋଲି ସେ ବିଶ୍ୱାସ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri