ଏଇ ଭାରତରେ

ନିଜ କଥାକୁ ପଛ କରି ଅନ୍ୟମାନଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବା ଲାଗି ଯେଉଁ କେତେ ଜଣ ପ୍ରୟାସ କରୁଛନ୍ତି, ସେମାନଙ୍କ ମଧ୍ୟରେ ବେଙ୍ଗାଲୁରର ପ୍ରତିଭା ବିଷ୍ଣୋଇ ଅନ୍ୟତମ। ବେଙ୍ଗାଲୁରରେ ଉଚ୍ଚ ଦରମାର ଚାକିରି ଛାଡ଼ି ଉତ୍ତରାଖଣ୍ଡର ଦୁର୍ଗମ ଗାଁ ଖେତିଖାନରେ ରହୁଛନ୍ତି। ରହିବା ପଛରେ ରହିଛି ଏକ ମହାନ୍‌ ଉଦ୍ଦେଶ୍ୟ। ଖେତିଖାନ ଓ ଏହାର ଆଖପାଖ ଗାଁର ମହିଳାମାନଙ୍କୁ ରୋଜଗାରର ରାସ୍ତା ଦେଖାଉଛନ୍ତି। ଏବେ ସୁଦ୍ଧା ସେ ୪୦ଟି ଗାଁର ୨୦୦ ମହିଳାଙ୍କୁ ଆମତ୍ନିର୍ଭର କରି ସାରିଲେଣି। ୨୦୧୬ରୁ ‘ହିମାଲୟାନ ବ୍ଲୁମ’ ସଂସ୍ଥା ମାଧ୍ୟମରେ ସେ ଏହି କାର୍ଯ୍ୟ କରୁଛନ୍ତି। ମହିଳାମାନେ ଉଲ୍‌ ସ୍ବିଟେର, ସକ୍ସ ଏବଂ ଅନ୍ୟ ସାମଗ୍ରୀ ବୁଣୁଛନ୍ତି। ଉପତ୍ାଦଗୁଡ଼ିକର ଚାହିଦା ବଢିଛି। ଏହାକୁ ପ୍ରତିଭା ଦେଶ ବିଦେଶରେ ବିକ୍ରି କରୁଛନ୍ତି। ପ୍ରତିଦିନ ବିଭିନ୍ନ ସାମଗ୍ରୀ ଲାଗି ସେ ୧ ହଜାରରୁ ଊର୍ଦ୍ଧ୍ୱ ଅର୍ଡର ପାଉଛନ୍ତି। ମହିଳାମାନେ ପ୍ରତିମାସରେ ଏବେ ୭,୦୦୦ରୁ ୧୦,୦୦୦ ଟଙ୍କା ରୋଜଗାର କରୁଛନ୍ତି ବୋଲି କହନ୍ତି ୩୭ ବର୍ଷୀୟା ପ୍ରତିଭା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri