ଏଇ ଭାରତରେ

ମେଡିକାଲରେ ରୋଗୀର ଜୀବନ ବଞ୍ଚାଉଥିବା ସାଲାଇନ ବୋତଲରେ ଗଛର ଜୀବନ ବଞ୍ଚାଉଛନ୍ତି ମଧ୍ୟପ୍ରଦେଶର ରୋତଲା ଗାଁର କୃଷକ ରମେଶ ବରିୟା। ମରୁଡି ଯୋଗୁ ରାଜସ୍ଥାନ କି ଗୁଜରାଟକୁ ଦାଦନ ଖଟିବାକୁ ଯାଉଥିବା ରମେଶ ଏବେ ଜଣେ ଆଗଧାଡ଼ିର କୃଷକ। ସେ ବର୍ଜ୍ୟ ସାଲାଇନ ବୋତଲରେ ସିଞ୍ଚନ ପଦ୍ଧତିରେ ଜଳସେଚନ କରି ପରିବା ଚାଷ କରିବା ସହ ବର୍ଜ୍ୟବସ୍ତୁର ପୁନଃ ବିନିଯୋଗ କରିପାରିଛନ୍ତି। ଏହି ପଦ୍ଧତିରେ ସଫଳ ହେବା ପରେ ରମେଶ ମରୁଡି ପ୍ରବଣ ତଥା ଆଦିବାସୀ ବହୁଳ ଝାବୁଆ ଜିଲାକୁ ଜଳସେଚନର ନୂଆ ବାଟ ଦେଖାଇଛନ୍ତି। ପ୍ରତିଦିନ ସବୁ ଗଛ ପାଖରେ ଏକ ସାଲାଇନ ବୋତଲରେ ଦୁଇଟି ଡ୍ରମରୁ ପାଣି ଭର୍ତ୍ତିକରନ୍ତି। ଏହି କାର୍ଯ୍ୟରେ ତାଙ୍କ ପରିବାରର ସମସ୍ତେ ଲାଗିଯାଆନ୍ତି। ପ୍ରତ୍ୟେକ ଗଛ ଦିନକୁ ୨ ଲିଟର ପାଣି ପାଉଛି। ସବୁ ବୋତଲ ଓ ଡ୍ରମ ବାବଦରେ ଖର୍ଚ୍ଚ କରିଛନ୍ତି ୫୦୦ ଟଙ୍କା । ପ୍ରଥମ ବର୍ଷ ଏହି ପଦ୍ଧତିରେ ଜଳସେଚନ କରି ଗୋଟିଏ ଫସଲରୁ ୨୫,୦୦୦ ଟଙ୍କା ରୋଜଗାର କରିଥିଲେ। କୃଷିଋଣରେ ବୁଡି ଦିନକୁ ମାତ୍ର ୫ଟଙ୍କା ରୋଜଗାର କରୁଥିବା ଏହି ଚାଷୀ ଜଣକ ଏବେ ବର୍ଷକୁ ୨ ଲକ୍ଷ ଟଙ୍କା ପାଉଛନ୍ତି। କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କ ପରାମର୍ଶ କ୍ରମେ ସେ ଏଭଳି ଜଳସେଚନ ପଦ୍ଧତି ଆପଣାଇଛନ୍ତି। ରମେଶଙ୍କ ଭଳି ଆଦିବାସୀ କୃଷକମାନେ ଏକ ହେକ୍ଟର ଜମିରୁ ୧.୫ ରୁ ୧,୭ ଲକ୍ଷ ଟଙ୍କା ରୋଜଗାର କରିପାରିବେ ବୋଲି ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ଏଗ୍ରିକଲ୍‌ଚର ରିସର୍ଚ୍ଚ( ଆଇସିଏଆର) ପ୍ରକାଶ କରିଛି। ମଧ୍ୟପ୍ରଦେଶ କୃଷି ବିଭାଗ ତାଙ୍କୁ ୧୦,୦୦୦ ଟଙ୍କା ପୁରସ୍କାର ମଧ୍ୟ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri