ଏଇ ଭାରତରେ

ବନବିଭାଗର ଜଣେ ଉଚ୍ଚ ପଦାଧିକାରୀଙ୍କ ନିଷ୍ଠାପର କାର୍ଯ୍ୟ କିଭଳି ପରିବେଶ ଓ ଜୀବଜଗତ ଲାଗି ଉପଯୋଗୀ ହୋଇପାରେ ତାହାର ଉଦାହରଣ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ରୁଦ୍ରପ୍ରୟାଗରେ ଡିଏଫ୍‌ଓ ଭାବେ କାର୍ଯ୍ୟରତ ଆଇଏଫ୍‌ଏସ୍‌ ଅଧିକାରୀ ବୈଭବ ସିଂ ବର୍ଷାଜଳ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି। ୨୦୧୫ରେ ଦାୟିତ୍ୱ ନେବା ପରେ ଏବେ ସୁଦ୍ଧା ସେ ୧ କୋଟି ଲିଟର ବର୍ଷାଜଳ ସଂରକ୍ଷଣ କରି ବନାଗ୍ନିରୁ ହିମାଳୟର ୪୦୦ ହେକ୍ଟର ବନସମ୍ପଦକୁ ରକ୍ଷା କରିବା ସହ ଜଙ୍ଗଲ ଓ ବନବାସୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିଛନ୍ତି। ଜଳ ସଂରକ୍ଷଣ ପାଇଁ ବୈଭବ ଓ ତାଙ୍କ ବନଖଣ୍ଡର କର୍ମଚାରୀମାନେ ୬୧୨ଟି ଖାଲ ବା ଗାଡ଼ିଆ ଖୋଳିିଛନ୍ତି। ପ୍ରତ୍ୟେକଟିର ଜଳଧାରଣ କ୍ଷମତା ୧୦,୦୦୦ ଲିଟରରୁ ୨,୫୦,୦୦୦ ଲିଟର ମଧ୍ୟରେ ରହିଛି। ସମୁଦ୍ର ପତ୍ତନଠାରୁ ୧ରୁ ୨ ହଜାର ମିଟର ଉଚ୍ଚରେ ସଞ୍ଚିତ ଏହି ପାଣିକୁ ସେ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ଲୋକଙ୍କୁ ଯୋଗାଇ ଦେବାରେ ବାଟ ଦେଖାଇଛନ୍ତି। ସଂରକ୍ଷିତ ଜଳକୁ ନେଇ ଉତ୍ତରାଖଣ୍ଡ ସରକାର ପ୍ରାୟ ଛୋଟବଡ଼ ୭୦ଟି ଓ୍ବାଟର ପ୍ରୋଜେକ୍ଟ କାର୍ଯ୍ୟକାରୀ କରୁଛନ୍ତି। କେବଳ ଏତିକି ନୁହେଁ ବନାଞ୍ଚଳରେ ଏକ ପ୍ରକାର ଘାସ ରୋପଣ କରି ମୃତ୍ତିକା କ୍ଷୟ ରୋକିବାରେ ସେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri