ଏଇ ଭାରତରେ

ଗୋଟିଏ ଆମ୍ବର ମୂଲ୍ୟ ୧୫୦୦ ଟଙ୍କା। ଏହା ବିଶ୍ୱାସ ହେଉ ନ ଥିଲେ ବି ସତ। ଏମିତି ଆମ୍ବ ଫଳୁଛି ମଧ୍ୟପ୍ରଦେଶର ଶିବରାଜ ସିଂ ଯାଦବଙ୍କ ଫାର୍ମରେ। ଏହି ଆମ୍ବର ନାଁ ନୁର୍‌ଜାହାଁ । ମୋଗଲ ରାଣୀଙ୍କ ନାମାନୁସାରେ ଆମ୍ବର ଏଭଳି ନାମକରଣ କରାଯାଇଛି। ଅଲିରାଜପୁର ଜିଲାର କାଥିଓ୍ବାଡା ଅଞ୍ଚଳରେ ବହୁ ପ୍ରକାର ଆମ୍ବ ଚାଷ କରାଯାଉଥିବାବେଳେ ଶିବରାଜଙ୍କ ଫାର୍ମରେ ନୁରଜାହାଁ କିସମ ଆମ୍ବ ଆକର୍ଷଣର କେନ୍ଦ୍ର ପାଲଟିଛି। ୧୬ ଏକର ପରିମିତ ଫାର୍ମରେ ୩୩ ପ୍ରକାର ଆମ୍ବ ଗଛ ରହିଥିବାବେଳେ ନୁରଜାହାଁ କିସମର ୫ଟି ଆମ୍ବ ଗଛ ରହିଛି। ଉକ୍ତ ୫ଟି ଗଛର ଉଚ୍ଚତା ପାଖାପାଖି ୫୦ଫୁଟ ଓ ଏଥିରୁ ପ୍ରାୟ ୩୫୦ଟି ଆମ୍ବ ମିଳିଛି। ଏହାକୁ ବଜାରରେ ୫୦୦ରୁ ୧୫୦୦ ଟଙ୍କା ଯାଏ ସେ ବିକ୍ରି କରିଛନ୍ତି। ଏହି ଆମ୍ବ ଭାରତର ସବୁଠୁ ବଡ଼। ଏହାର ଓଜନ ୩ରୁ ସାଢେ ୩ କେ.ଜି. ଓ ଲମ୍ବ ୧ ଫୁଟ। ଏହା ଜୁନ୍‌ ମାସରେ ହିଁ ପରିପକ୍ୱ ହୁଏ ଓ ଏହାକୁ ଦେଖିତ୍ବାକୁ ପ୍ରତିବର୍ଷ ତାଙ୍କ ଫାର୍ମକୁ ୪,୦୦୦ରୁ ୫,୦୦୦ ଲୋକ ବୁଲିବାକୁ ଆସନ୍ତି। ଶହେ ବର୍ଷ ପୂର୍ବେ ଏହି କିସମର ଆମ୍ବ ଆଫଗାନିସ୍ତାନରୁ ମଧ୍ୟପ୍ରଦେଶକୁ ଆସିଥିତ୍ବା କୁହାଯାଉଛି। ଭାରତର ବିଭିନ୍ନ ଅଞ୍ଚଳରେ ନୁରଜାହାଁ କିସମର ଆମ୍ବ ଚାଷ କରାଇବା ପାଇଁ ସେ ଏବେ ଏକ ନର୍ସରି କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri