ଏଇ ଭାରତରେ

ଗୋଟିଏ ଆମ୍ବର ମୂଲ୍ୟ ୧୫୦୦ ଟଙ୍କା। ଏହା ବିଶ୍ୱାସ ହେଉ ନ ଥିଲେ ବି ସତ। ଏମିତି ଆମ୍ବ ଫଳୁଛି ମଧ୍ୟପ୍ରଦେଶର ଶିବରାଜ ସିଂ ଯାଦବଙ୍କ ଫାର୍ମରେ। ଏହି ଆମ୍ବର ନାଁ ନୁର୍‌ଜାହାଁ । ମୋଗଲ ରାଣୀଙ୍କ ନାମାନୁସାରେ ଆମ୍ବର ଏଭଳି ନାମକରଣ କରାଯାଇଛି। ଅଲିରାଜପୁର ଜିଲାର କାଥିଓ୍ବାଡା ଅଞ୍ଚଳରେ ବହୁ ପ୍ରକାର ଆମ୍ବ ଚାଷ କରାଯାଉଥିବାବେଳେ ଶିବରାଜଙ୍କ ଫାର୍ମରେ ନୁରଜାହାଁ କିସମ ଆମ୍ବ ଆକର୍ଷଣର କେନ୍ଦ୍ର ପାଲଟିଛି। ୧୬ ଏକର ପରିମିତ ଫାର୍ମରେ ୩୩ ପ୍ରକାର ଆମ୍ବ ଗଛ ରହିଥିବାବେଳେ ନୁରଜାହାଁ କିସମର ୫ଟି ଆମ୍ବ ଗଛ ରହିଛି। ଉକ୍ତ ୫ଟି ଗଛର ଉଚ୍ଚତା ପାଖାପାଖି ୫୦ଫୁଟ ଓ ଏଥିରୁ ପ୍ରାୟ ୩୫୦ଟି ଆମ୍ବ ମିଳିଛି। ଏହାକୁ ବଜାରରେ ୫୦୦ରୁ ୧୫୦୦ ଟଙ୍କା ଯାଏ ସେ ବିକ୍ରି କରିଛନ୍ତି। ଏହି ଆମ୍ବ ଭାରତର ସବୁଠୁ ବଡ଼। ଏହାର ଓଜନ ୩ରୁ ସାଢେ ୩ କେ.ଜି. ଓ ଲମ୍ବ ୧ ଫୁଟ। ଏହା ଜୁନ୍‌ ମାସରେ ହିଁ ପରିପକ୍ୱ ହୁଏ ଓ ଏହାକୁ ଦେଖିତ୍ବାକୁ ପ୍ରତିବର୍ଷ ତାଙ୍କ ଫାର୍ମକୁ ୪,୦୦୦ରୁ ୫,୦୦୦ ଲୋକ ବୁଲିବାକୁ ଆସନ୍ତି। ଶହେ ବର୍ଷ ପୂର୍ବେ ଏହି କିସମର ଆମ୍ବ ଆଫଗାନିସ୍ତାନରୁ ମଧ୍ୟପ୍ରଦେଶକୁ ଆସିଥିତ୍ବା କୁହାଯାଉଛି। ଭାରତର ବିଭିନ୍ନ ଅଞ୍ଚଳରେ ନୁରଜାହାଁ କିସମର ଆମ୍ବ ଚାଷ କରାଇବା ପାଇଁ ସେ ଏବେ ଏକ ନର୍ସରି କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକ ଦିବସ ଉପଲକ୍ଷେ: ସଂଗ୍ରାମ ସରିନାହିଁ

ଜନାର୍ଦ୍ଦନ ପତି ମେ’ ପହିଲା ହେଉଛି ଆନ୍ତର୍ଜାତିକ ଶ୍ରମିକ ଦିବସ। ବିଶ୍ୱର ଶ୍ରମଜୀବୀ ମଣିଷଙ୍କ ପାଇଁ ଶପଥର ଦିବସ। ଊନ୍ନବିଂଶ ଶତାବ୍ଦୀର ସେହି କାଳରେ ପୁଞ୍ଜିପତି...

ମହାପୁରୁ ରାସ୍ତା ଖଣ୍ଡେ ଦିଅ

ଡ. ଚନ୍ଦନ କୁମାର ସିଂହ ଟୁରୁକୁପା ଗାଁର ନାଇକ ରାଜେନ୍ଦ୍ର ଡାଗରେକା। ବୟସ- କେତେ ଜାଣି ନାହିଁ ଆଜ୍ଞା। ମୁନିଗୁଡା ବ୍ଲକ ଘମଟଗୋଡା ପଞ୍ଚାୟତର ଟୁରୁକୁପା...

ଗୁରୁତ୍ୱ କେଉଁଠ

ଝାଡ଼ଖଣ୍ଡ ଗୁମ୍‌ଲା ଜିଲାର ଏକ ଗ୍ରାମରେ ୨୧ ଜୁଲାଇରେ ଗୁଣିଗାରେଡ଼ିି ସନ୍ଦେହରେ ୪ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହାର ୩ ଦିନ ପୂର୍ବରୁ ବିହାରର...

ଏଇ ଭାରତରେ

ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଯାଉଥିବା ବେଳେ ବିହାର ନାଳନ୍ଦା ଜିଲାର ମାଢି ଗ୍ରାମବାସୀଙ୍କ ମୁକ୍ତ ଚିନ୍ତାଧାରା ଓ ଉଦାର ମନୋଭାବ ଦେଶକୁ ଏକ ବାର୍ତ୍ତା ଦେଇଛି...

ପିଲା ମନ

ଅଞ୍ଜନ ଚାନ୍ଦ ଏବେ ମୁଁ ସ୍କୁଲକୁ ଯିବାକୁ ଗାଁଭିତରେ ରାସ୍ତାଟିଏ ପାଇଯାଇଛି। ମୋତେ ଆଉ ସବୁଦିନ ଚଳଚଞ୍ଚଳ ରାଜରାସ୍ତାକୁ ଯିବାକୁ ପଡୁନାହିଁ। ଯିବାଆସିବାରେ ପାଞ୍ଚ କିଲୋମିଟର...

ଏଇ ଭାରତରେ

ବୟସ ୬୭। ଏକୁଟିଆ ନିଜ ଖର୍ଚ୍ଚରେ ଏକ ଜଙ୍ଗଲ କରିପାରିଛନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି କେରଳ ତ୍ରିଶୂର ଜିଲାର ଗୋପାଳକ୍ରିଷ୍ଣନ କେ.ଆର୍‌.। ବ୍ୟାଙ୍କ କର୍ମଚାରୀ...

ଚାକିରି ନାହିଁ

ଭାରତରେ ବେକାରି ହାର ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। ଭାରତୀୟ ଅର୍ଥନୀତି ମନିଟରିଂ ସେଣ୍ଟର (ସିଏମ୍‌ଆଇଇ) ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏଥିରେ...

ଶକ୍ତି ଓ ତନ୍ତ୍ର: ଏକ ବୈଜ୍ଞାନିକ ଅନୁଶୀଳନ

ଆମ ସମସ୍ତଙ୍କ ଅସ୍ତିତ୍ୱର ଦୁଇ ମୂଳ ଆଧାର- ମାତୃଗର୍ଭା ପ୍ରକୃତି ଓ ଚେତନଶକ୍ତି ପୁରୁଷ। ପ୍ରକୃତି ସ୍ବରୂପିଣୀ ଦେବୀ ଆଦ୍ୟାଶକ୍ତି ଓ ପରମପୁରୁଷ ଚେତନମୟ ଶିବ।...

Advertisement
Archives

Model This Week