ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ଦେଶକୁ ଅକ୍ସିଜେନ ଅଭାବର ସାମ୍ନା କରିବାକୁ ପଡ଼ିଛି। ତେବେ ସରକାରୀ ସ୍ତରରେ ଏହି ସଙ୍କଟ ଦୂର କରିବା ଲାଗି ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏ କ୍ଷେତ୍ରରେ ବିହାରର ଗୌରବ ରାୟଙ୍କ ଉଦ୍ୟମ ଏକ ଉଦାହରଣ ସୃଷ୍ଟି କରିଛି। ପରିସ୍ଥିତିର ମୁକାବିଲା ଲାଗି ସେ ଦେବଦୂତ ସାଜି ରୋଗୀଙ୍କ ସମ୍ମୁଖରେ ଉଭା ହୋଇଛନ୍ତି। ବିହାରର ବିଭିନ୍ନ ଅଞ୍ଚଳରେ କୋଭିଡ୍‌-୧୯ ହସ୍ପିଟାଲଗୁଡ଼ିକରେ ଅତି ସଙ୍କଟଜନକ ପରିସ୍ଥିତିରେ ଥିବା ରୋଗୀମାନଙ୍କୁ ସେ ମାଗଣାରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଉଛନ୍ତି। ଏବେ ସୁଦ୍ଧା ୧,୫୦୦ କରୋନା ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଇ ସେମାନଙ୍କ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି। ଗୌରବ କହନ୍ତି, ଜଣେ ଟଙ୍କା ରୋଜଗାର କରି ନୂଆ ଘର କରିପାରିବ, ନୂଆ କାର୍‌ ଓ ପୋଷାକ କିଣିପାରିବ; କିନ୍ତୁ ଜଣଙ୍କ ଜୀବନ ବଞ୍ଚାଇବା କଷ୍ଟକର। ଏହି ଚିନ୍ତାଧାରା ନେଇ ସେ ତାଙ୍କ ସଞ୍ଚତ୍ତ ଅର୍ଥରୁ ୧.୨୫ ଲକ୍ଷ ଟଙ୍କା ଗରିବ ରୋଗୀମାନଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର କିଣିବାରେ ଖର୍ଚ୍ଚ କରିଛନ୍ତି। ଏପରିକି ଅଧିକରୁ ଅଧିକ ଏଭଳି ରୋଗୀଙ୍କ ନିକଟରେ ଅକ୍ସିଜେନ ପହଞ୍ଚାଇବା ଲାଗି ଗୌରବ ତାଙ୍କ ଘରେ ଏକ ଅକ୍ସିଜେନ ବ୍ୟାଙ୍କ୍‌ ମଧ୍ୟ ଖୋଲିଛନ୍ତି। ସକାଳୁ ବିଳମ୍ବିତ ରାତିଯାଏ ସେ ସେବା ଜାରି ରଖିଛନ୍ତି। ଗୌରବ ଅକ୍ସିଜେନ ସିଲିଣ୍ଡର ପାଇଁ କଲ୍‌ ପାଇବା କ୍ଷଣି ସେଠାରେ ଯାଇ ପହଞ୍ଚତ୍ୟାଆନ୍ତି। ନିଜ ଜୀବନକୁ ବାଜି ଲଗାଇ ସେବାରେ ଲାଗିଥିବା ଗୌରବ ରୋଗୀ ବଞ୍ଚତ୍ୟିବା ପରେ ସେମାନଙ୍କ ଦ୍ୱାରା କେକ୍‌ କାଟି ଏକ ନୂଆ ଜୀବନ ଆରମ୍ଭ କରିବାର ସନ୍ଦେଶ ଦେଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri