ଏଇ ଭାରତରେ

ଚା ଗଛର ପତ୍ରରୁ ସ୍ବାଦିଷ୍ଟ ଚା ପିଇବାରେ ଆମେ ଅଭ୍ୟସ୍ତ। କିନ୍ତୁ ବାମ୍ବୋ ଲିଫ୍‌ ଟି ବା ବାଉଁଶ ପତ୍ର ଚା କେବେ ପିଇଛନ୍ତି କି? ଏମିତି ଚା ପ୍ରସ୍ତୁତ କରୁଛନ୍ତି ତ୍ରିପୁରାର ସମୀର ଜାମାତିଆ। ବାଉଁଶପତ୍ର ଚା’କୁ ସେ ୟୁରୋପ ଏବଂ ଇଂଲଣ୍ଡକୁ ରପ୍ତାନି କରୁଛନ୍ତି। ଏକ କେଜି ଚା ମୂଲ୍ୟ ୧୨୦ ଟଙ୍କା। ଏବେ ସୁଦ୍ଧା ସେ ୬୦୦ କେଜି ଚା ରପ୍ତାନି କରିସାରିଲେଣି। ସମୀରଙ୍କ ବୟସ ୩୬। ତାଙ୍କ ଘର ଗୋମତି ଜିଲା ଗରଜି ଗାଁରେ। ସେ ମଧ୍ୟ ବାଉଁଶରୁ ବିଭିନ୍ନ ଉପତ୍ାଦ ନିର୍ମାଣ କରନ୍ତି। ତାଙ୍କୁ ବାମ୍ବୋ ଟେକ୍ନୋଲୋଜିଷ୍ଟ ଭାବେ ସମସ୍ତେ ଜାଣନ୍ତି। ସେ ଚାଇନାରେ ବାମ୍ବୋ ଟେକ୍ନୋଲୋଜିରେ ଡିପ୍ଲୋମା କରିଛନ୍ତି। ୨୦୦୮ରେ ଚାଇନାରୁ ଫେରି ସେ ଏହି ଚା ପ୍ରସ୍ତୁତ କରିବାକୁ ଅନୁସନ୍ଧାନ ଚଳାଇ ଶେଷରେ ସଫଳ ହୋଇଛନ୍ତି । ଏହାବାଦ୍‌ ବାଉଁଶର ଉପଯୋଗିତା ସମ୍ପର୍କରେ ଜାଣିବା ଲାଗି ସେ କାମ୍ବୋଡିଆ ଏବଂ ଭିଏଟ୍‌ନାମ ଯାଇଛନ୍ତି। ତ୍ରିପୁରାରେ ୩୦ ପ୍ରକାର ବାଉଁଶ ରହିଛି ଓ ପ୍ରତ୍ୟେକରୁ ପ୍ରସ୍ତୁତ ଚା’ର ସ୍ବାଦ ଭିନ୍ନ ବୋଲି କହନ୍ତି ସମୀର। କଅଁଳିଆ ବାଉଁଶ ପତ୍ର ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ସଂଗ୍ରହ କରି ସେ ଚା ପ୍ରସ୍ତୁତ କରୁଛନ୍ତି। ଏଭଳି ଚା ପ୍ରସ୍ତୁତ କରିବା ପଛରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଅବଦୁଲ କଲାମଙ୍କ ପ୍ରେରଣା ରହିଛି ବୋଲି ସମୀର କହନ୍ତି । ପୂର୍ବୋତ୍ତର ରଜ୍ୟରେ ବାଉଁଶ କାରିଗରି ଉପରେ ଡ. କଲାମ ତାଙ୍କୁ ସମ୍ମାନିତ କରିବା ଅବସରରେ ତାଙ୍କଠାରୁ ସେ ଏଭଳି ପ୍ରେରଣା ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri