ଏଇ ଭାରତରେ

ଚା ଗଛର ପତ୍ରରୁ ସ୍ବାଦିଷ୍ଟ ଚା ପିଇବାରେ ଆମେ ଅଭ୍ୟସ୍ତ। କିନ୍ତୁ ବାମ୍ବୋ ଲିଫ୍‌ ଟି ବା ବାଉଁଶ ପତ୍ର ଚା କେବେ ପିଇଛନ୍ତି କି? ଏମିତି ଚା ପ୍ରସ୍ତୁତ କରୁଛନ୍ତି ତ୍ରିପୁରାର ସମୀର ଜାମାତିଆ। ବାଉଁଶପତ୍ର ଚା’କୁ ସେ ୟୁରୋପ ଏବଂ ଇଂଲଣ୍ଡକୁ ରପ୍ତାନି କରୁଛନ୍ତି। ଏକ କେଜି ଚା ମୂଲ୍ୟ ୧୨୦ ଟଙ୍କା। ଏବେ ସୁଦ୍ଧା ସେ ୬୦୦ କେଜି ଚା ରପ୍ତାନି କରିସାରିଲେଣି। ସମୀରଙ୍କ ବୟସ ୩୬। ତାଙ୍କ ଘର ଗୋମତି ଜିଲା ଗରଜି ଗାଁରେ। ସେ ମଧ୍ୟ ବାଉଁଶରୁ ବିଭିନ୍ନ ଉପତ୍ାଦ ନିର୍ମାଣ କରନ୍ତି। ତାଙ୍କୁ ବାମ୍ବୋ ଟେକ୍ନୋଲୋଜିଷ୍ଟ ଭାବେ ସମସ୍ତେ ଜାଣନ୍ତି। ସେ ଚାଇନାରେ ବାମ୍ବୋ ଟେକ୍ନୋଲୋଜିରେ ଡିପ୍ଲୋମା କରିଛନ୍ତି। ୨୦୦୮ରେ ଚାଇନାରୁ ଫେରି ସେ ଏହି ଚା ପ୍ରସ୍ତୁତ କରିବାକୁ ଅନୁସନ୍ଧାନ ଚଳାଇ ଶେଷରେ ସଫଳ ହୋଇଛନ୍ତି । ଏହାବାଦ୍‌ ବାଉଁଶର ଉପଯୋଗିତା ସମ୍ପର୍କରେ ଜାଣିବା ଲାଗି ସେ କାମ୍ବୋଡିଆ ଏବଂ ଭିଏଟ୍‌ନାମ ଯାଇଛନ୍ତି। ତ୍ରିପୁରାରେ ୩୦ ପ୍ରକାର ବାଉଁଶ ରହିଛି ଓ ପ୍ରତ୍ୟେକରୁ ପ୍ରସ୍ତୁତ ଚା’ର ସ୍ବାଦ ଭିନ୍ନ ବୋଲି କହନ୍ତି ସମୀର। କଅଁଳିଆ ବାଉଁଶ ପତ୍ର ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ସଂଗ୍ରହ କରି ସେ ଚା ପ୍ରସ୍ତୁତ କରୁଛନ୍ତି। ଏଭଳି ଚା ପ୍ରସ୍ତୁତ କରିବା ପଛରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଅବଦୁଲ କଲାମଙ୍କ ପ୍ରେରଣା ରହିଛି ବୋଲି ସମୀର କହନ୍ତି । ପୂର୍ବୋତ୍ତର ରଜ୍ୟରେ ବାଉଁଶ କାରିଗରି ଉପରେ ଡ. କଲାମ ତାଙ୍କୁ ସମ୍ମାନିତ କରିବା ଅବସରରେ ତାଙ୍କଠାରୁ ସେ ଏଭଳି ପ୍ରେରଣା ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri