ଏଇ ଭାରତରେ

କୃଷକମାନଙ୍କ ପାଇଁ ସବୁ ଋତୁ ଉପଯୋଗୀ ଜୋତା ତିଆରି କରିଛନ୍ତି ଅହମଦାବାଦର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଡିଜାଇନର ୩ ଡିଗ୍ରୀଧାରୀ। ନକୁଳ ଲଥକର, ବିଦ୍ୟାଧର ଭଣ୍ଡାରେ, ସନ୍ତୋଷ କୋଚେରଲାକୋଟା ମହାରାଷ୍ଟ୍ରର ଓ୍ବାଥର ଏବଂ ନଣ୍ଡେଡ ଗାଁରେ କୃଷକମାନଙ୍କ ସହ ୬ ମାସ ବିତାଇବା ପରେ ଏଭଳି ଜୋତା ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ଏହି ଜୋତା ଶସ୍ତା ଓ ଜଳପ୍ରତିରୋଧୀ । ଅତ୍ୟଧିତ୍କ ଉତ୍ତାପ ଓ ଥଣ୍ଡା ଏବଂ ବର୍ଷାରେ ଚାଷ କରିବା ଏକ ମୁଖ୍ୟ ସମସ୍ୟା ବାଲି ଅନୁଧ୍ୟାନ କରିବା ପରେ ୨୦୧୯ର ଶେଷାର୍ଦ୍ଧରେ ସେମାନେ ଆର୍ଥେନ ଟ୍ୟୁନ୍ସ କମ୍ପାନୀ ପ୍ରତିଷ୍ଠା କରି ଏହି ଜୋତା ତିଆରି କରୁଛନ୍ତି। ଏବେ ସୁଦ୍ଧା ସେମାନେ ୩୦ ଜଣ କୃଷକଙ୍କୁ ଜୋତା ଯୋଗାଇ ଦେଇ ସାରିଲେଣି। ଏହାର ମୂଲ୍ୟ ୩୦୦ ଟଙ୍କା। ଏହି ଜୋତା ସର୍ପାଘାତରୁ ବି ରକ୍ଷା କରିପାରିବ। ଏବେ ଆଉ ୧,୦୦୦ ଜୋତା ତିଆରି କରାଯାଉଛି। ସେମାନେ ତାମିଲନାଡୁର ଅମ୍ବୁରରେ ଜୋତା ତିଆରି କରୁଥିତ୍ବା ଲୋକମାନଙ୍କୁ ଏହି କାର୍ଯ୍ୟରେ ଲଗାଇଛନ୍ତି। ଏଥିରେ ମୁଖ୍ୟତଃ ଉଲ୍‌ ବ୍ଲଙ୍କେଟ୍‌ ଉପଯୋଗ କରାଯାଉଛିି ଓ ଏହାକୁ ଉତ୍ତରାଖଣ୍ଡରୁ ସଂଗ୍ରହ କରାଯାଉଛି। ଏହି ଅଭିଯାନକୁ ଆଗକୁ ବଢିବା ପାଇଁ ଆଇଆଇଟି ମାଡ୍ରାସ ତିନି ବନ୍ଧୁଙ୍କୁ ୧୦ ଲକ୍ଷ ଟଙ୍କା ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ହିମାଳୟକୁ ଜଗ

ଗୋଟେ ଧାରଣା ଥିଲା ଯେ, ପାହାଡ଼ କିମ୍ବା ପର୍ବତ ଅତ୍ୟନ୍ତ ମଜଭୁତ ଓ ଝୁଙ୍କିବା ଲାଗି ଅନେକ ଶହ ବର୍ଷ ଲାଗେ। ତିବ୍ବତ ସୀମାନ୍ତ କେନ୍ଦ୍ରୀୟ ନେପାଳର…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri